ମନି ଲଣ୍ଡରିଂ ମାମଲାରେ ଅହମଦ ପଟେଲଙ୍କ ଘରେ ପହଞ୍ଚିଲା ଇଡି

ନୂଆଦିଲ୍ଲୀ: ଅଡ଼ୁଆରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ। ଷ୍ଟରଲିଂ ବାୟୋଟିକେ ଲିମିଟେଡର ୫୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଅହମଦ ପଟେଲଙ୍କ ଘର ଯାଞ୍ଚ କରିଛି। ଷ୍ଟରଲିଂ ବାୟୋଟେକର ମୁଖ୍ୟ ରହିଛନ୍ତି ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ। ଉଭୟ ଏବେ ନାଇଜେରିଆରେ ଲୁଚିଛନ୍ତି। ଭାରତୀୟ ଗୁଇନ୍ଦା ଏଜେନ୍ସି ଏବେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି। ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା। […]

Ahmed Patel

Subhransu Sekhar
  • Published: Saturday, 27 June 2020
  • , Updated: 27 June 2020, 03:40 PM IST

ନୂଆଦିଲ୍ଲୀ: ଅଡ଼ୁଆରେ କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ। ଷ୍ଟରଲିଂ ବାୟୋଟିକେ ଲିମିଟେଡର ୫୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଅହମଦ ପଟେଲଙ୍କ ଘର ଯାଞ୍ଚ କରିଛି।

ଷ୍ଟରଲିଂ ବାୟୋଟେକର ମୁଖ୍ୟ ରହିଛନ୍ତି ସନ୍ଦେଶରା ବ୍ରଦର୍ସ ନୀତୀନ ଏବଂ ଚେତନ। ଉଭୟ ଏବେ ନାଇଜେରିଆରେ ଲୁଚିଛନ୍ତି। ଭାରତୀୟ ଗୁଇନ୍ଦା ଏଜେନ୍ସି ଏବେ ତାଙ୍କ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଆରମ୍ଭ କରିଛି।

ପଟେଲଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ ଇଡି ପୂର୍ବରୁ ନୋଟିସ୍ କରିଥିଲା। କିନ୍ତୁ କରୋନା ପାଇଁ ସେ ହାଜର ହୋଇନଥିଲେ। ଏହାପରେ ଇଡି ପଟେଲଙ୍କ ଘର ପହଞ୍ଚିଛି। ଏବେ ଇଡି ତାଙ୍କର ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି।

ଷ୍ଟରଲିଂ ବାୟୋଟେକ୍ ଆନ୍ଧ୍ରାବ୍ୟାଙ୍କରୁ ୫ ହଜାର କୋଟି ଟଙ୍କାର ଋଣ ନେଇଥିଲା। ହେଲେ ଋଣ ନସୁଝିବାରୁ ଏହି ଟଙ୍କା ଏନପିଏରେ ପରିଣତ ହୋଇଛି। ଏବେ ଷ୍ଟରଲିଂ କମ୍ପାନୀ ଏହିପରି ମୋଟ୍ ୮,୧୦୦ କୋଟି ଟଙ୍କା ଋଣ ଆଣି ଠକି ଥିବା ଜଣାପଡ଼ିଛି।

ଅହମଦ ପଟେଲ ସନ୍ଦେଶରା ବ୍ରଦର୍ସଙ୍କ ଅତି ନିକଟତମ ବ୍ୟକ୍ତି ବୋଲି ଜଣାଶୁଣା। ଏହା ପୂର୍ବରୁ ଅହମଦ ପଟେଲ ଏବଂ ତାଙ୍କ ଜ୍ୱାଇଁ ଇରଫାନ୍ ସିଦ୍ଦିକି ସନ୍ଦେଶରା ଗ୍ରୁପରୁ ମୋଟା ଅଙ୍କର ଲାଞ୍ଚ ନେଇଥିବା ଅଭିଯୋଗ ରହିଛି।

ସୂଚନାଯୋଗ୍ୟ, ଚେତନ ସନ୍ଦେଶରା ଅହମଦ ପଟେଲଙ୍କ ସରକାରୀ ବାସଭବନ (୨୩, ମଦର କ୍ରେସଣ୍ଟ, ନୂଆଦିଲ୍ଲୀ) ଯିବା ଆସିବା କରୁଥିଲେ ଏବଂ ସନ୍ଦେଶରା ବ୍ରଦର୍ସ ଏହି ଘରର ଠିକଣା କୋଡ୍ ୱାର୍ଡରେ 'ହେଡକ୍ୱାର୍ଟର ୨୩' ବୋଲି କହୁଥିଲେ। ଇରଫାନ୍ ସିଦ୍ଦିକିଙ୍କୁ ସନ୍ଦେଶରା ବ୍ରଦର୍ସ ଜେ୨ ଏବଂ ଫଇଜଲ ପଟେଲଙ୍କୁ ଜେ୧ ବୋଲି ଡାକୁଥିବା ସୂଚନା ରହିଛି।

Related story