ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ମୁମ୍ୱାଇ: ସୋମବାର ଦ୍ୱିତୀୟ ଥର ପାଇଁ ଇଡି ଜେରାର ସାମ୍ନା କରିବେ ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ। ଏଥିପାଇଁ ସମନ ପଠାଇଛି ଇଡି। ଏଥିସହ ସୁଶାନ୍ତଙ୍କ ସହ ତାଙ୍କ ମୁମ୍ୱାଇ ଘରେ ରହୁଥିବା ସାଙ୍ଗ ସିଦ୍ଧାର୍ଥ ପିଠାନୀଙ୍କୁ ମଧ୍ୟ ସମନ କରିଛି ଇଡି। ଅର୍ଥନୀତିକ ଦିଗକୁ ନେଇ ଖୋଳତାଡ କରିବା ପାଇଁ ଇଡି ସମନ ପଠାଇଛି। ଏବେ ତଦନ୍ତକୁ ଆହୁରି ଜୋରଦାର କରିବା ପାଇଁ ରିଆ ଚକ୍ରବର୍ତ୍ତୀଙ୍କ ବାପାଙ୍କୁ ମଧ୍ୟ ହାଜର ହେବା ପାଇଁ ଇଡି ନୋଟିସ୍ ପଠାଇଛି। ଉଭୟ ରିଆ ଏବଂ ତାଙ୍କ ବାପାଙ୍କୁ ମୁହାଁମୁହିଁ ଜେରା କରିବାକୁ ଇଡି ପ୍ରସ୍ତୁତ ହେଉଥିବା ସୂଚନା ରହିଛି।

ଏହା ପୂର୍ବରୁ ଶନିବାର ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକଙ୍କୁ ଶନିବାର ଇଡି ୧୮ ଘଣ୍ଟା ମାରାଥନ ଜେରା କରିଥିଲା। ଏହି ସମୟରେ ଶୋଭିକ ଅନେକ ତଥ୍ୟ ଲୁଚାଇଥିବା ସୂଚନା ରହିଛି।

ସୋମବାର ଇଡି ରିଆ ଏବଂ ତାଙ୍କ ବାପାଙ୍କୁ ତାଙ୍କ ସମ୍ପତ୍ତି ବାବଦରେ ପଚରା ଉଚରା କରିବ ବୋଲି ସୂଚନା ରହିଛି। ରିଆଙ୍କ କମ୍ପାନୀର ଆର୍ଥିକ କାରବାର, ଗତ ତିନି ବର୍ଷର ଆଇଟିଆର ଏବଂ ତିନିଟି କମ୍ପାନୀ ବାବଦରେ ଜାଣିବାକୁ ଚେଷ୍ଟା କରିବ। ଏମିତିକି ୨୦୧୮ରେ ଖୋଲାଯାଇଥିବା ଏହି ସବୁ କମ୍ପାନୀ ବାବଦରେ ପଚରା ଉଚରା କରାପାରେ ଇଡି।

ସାଇ ଫର୍ଚୁନ୍‌ ହେଉଛି ରିଆଙ୍କ ବାପାଙ୍କ ଫ୍ଲାଟ। ସୁଶାନ୍ତଙ୍କ କମ୍ପାନୀର ଭିଭରେଜ୍ ଏବଂ ଫ୍ରଣ୍ଟ ଇଣ୍ଡିଆର ଅଫିସ ଏହି ଫ୍ଲାଟରେ ପଞ୍ଜିକୃତ ହୋଇଛି। ସେଥିପାଇଁ ରିଆ ଏବଂ ତାଙ୍କ ବାପାଙ୍କୁ ମୁହାଁମୁହିଁ ପଚରାଉଚରା କରିବା ଆବଶ୍ୟକ ବୋଲି ଇଡି ହୃଦବୋଧ କରିଛି।

ସୁଶାନ୍ତ ଏବଂ ରିଆଙ୍କ ଚାଟାର୍ଡ ଆକାଉଣ୍ଟ ସନ୍ଦୀପ ଶ୍ରୀଧର ଏବଂ ରିତେଶ ଶାହାଙ୍କ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ରିଆଙ୍କଠୁ ଅନେକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି ଇଡି।

ରିଆ ଯେତେବେଳେ ପ୍ରଥମ ଥର ପାଇଁ ଇଡିରେ ହାଜର ହୋଇଥିଲେ ସେତେବେଳେ ଅନେକ ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିବା ଜଣାପଡ଼ିଛି। ଏମିତିକି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ନେଇ ସଠିକ୍ ଉତ୍ତର ଦେଇପାରି ନଥିଲେ ରିଆ। କାରଣ ସୁଶାନ୍ତଙ୍କ ଚାଟାର୍ଡ ଆକାଉଣ୍ଟ ଏବଂ ରିଆଙ୍କ ଉତ୍ତର ଅଲଗା ରହିଛି।

ଆହୁରି ପଢ଼ନ୍ତୁ

‘ପରୀକ୍ଷା ଟାଳିବା ଅସମ୍ଭବ’, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

କୃଷି ବିଲକୁ ବିରୋଧ, ଇଣ୍ଡିଆ ଗେଟ୍ ଆଗରେ ଟ୍ରାକ୍ଟର ଜଳାଇଲେ ଚାଷୀ

ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ, ହଜାର ହଜାର ସୈନ୍ୟ ମୁତୟନ

ଚୀନର କ୍ରୁରତା, ହଜାର ହଜାର ଲୋକଙ୍କୁ ଦିଆଯାଉଛି ଅସୁରକ୍ଷିତ କରୋନା ଟିକା

ଗୁଳି କରି ଜଙ୍ଗଲରେ ପୋତି ଦେଇଥିଲେ, ଦେଢ଼ ମାସ ପରେ ବାହାରିଲା ମୃତଦେହ

ଖୁସି ବ୍ୟକ୍ତ କଲେ ପୁଲିସ ଡିଜି; କହିଲେ-ଆଗଉଛି ସ୍ୱାଭିମାନ ଅଞ୍ଚଳ

ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ, ଆଗରେ କଟକ

କୃଷି ବିଲ୍‌କୁ ପାସ୍‌ କରିବା ବେଳେ ରାଜ୍ୟସଭାର ନିୟମ ଭାଙ୍ଗିଥିଲେ କି ଉପାଧ୍ୟକ୍ଷ?

‘ରାଜଧାନୀର ଧାରଣା ସ୍ଥଳରେ କଡ଼ାକଡ଼ି ହେବ କୋଭିଡ୍‌ ନିୟମ’

ଲଦାଖରେ ମୁତୟନ ହେଲା ଟ୍ୟାଙ୍କ, ବିଯୁକ୍ତ ୪୦ ଡିଗ୍ରୀରେ ବି ଦେଖାଇବ ପରାକ୍ରମ

ସଞ୍ଜୟ-ଫଡନାଭିସ ବୈଠକ ପଛର ଉଦ୍ଦେଶ୍ୟ ‘ସାମ୍ନା’କୁ ସାକ୍ଷାତକାର ନୁହେଁ!