ନୂଆଦିଲ୍ଲୀ: ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବାବଦରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ଏବେ ବିବାଦ ଜୋର ଧରିଛି। ଆଜି ଏଡିଟର୍ସ ଗିଲ୍ଡ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି। ଏଡିଟର୍ସ ଗିଲ୍ଡ ପକ୍ଷରୁ କୁହାଯାଇଛି, ଏହା ଏକ ‘ଦୁର୍ଭାଗ୍ୟଜନକ ମନ୍ତବ୍ୟ’।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଗତ କିଛି ଦିନ ତଳେ ଟ୍ୱିଟରରେ ଏକ ପୋଲ୍ କରି ସେ କହିଥିଲେ, ଏହି ସାମ୍ବାଦିକ ଆଇଏସ୍ଆଇଏସ୍ର ଲୋକସମ୍ପର୍କ ଅଧିକାରୀ ଦାୟିତ୍ୱ ତୁଲାଇବା କଥା। ଏହା ପରେ ବିଭିନ୍ନ ସାମ୍ବାଦିକଙ୍କ ସହ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଥିଲା।
https://twitter.com/amitmalviya/status/1210431198197112832
ତେବେ ମାଲବ୍ୟଙ୍କ ମନ୍ତବ୍ୟକୁ ନିନ୍ଦା କରି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଜଣେ ଦୃଢ଼ମନା ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ବିଶ୍ୱସନୀୟତା ଏବଂ ଦେଶପ୍ରେମକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏଡିଟର୍ସ ଗିଲ୍ଡ ପକ୍ଷରୁ ଆହ୍ୱାନ କରାଯାଇଥିଲା, ସେ ଏହି ତଥାକଥିତ ପୋଲ୍ ପ୍ରତ୍ୟାହାର କରନ୍ତୁ ଏବଂ ବିଜେପି ମଧ୍ୟ ଏ ଦିଗରେ ସତର୍କ ହେବା ଦରକାର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଶନିବାର ସକାଳେ କଂଗ୍ରେସ ଭବନରୁ ବାହାରିବ ଅନ୍ତିମ ଯାତ୍ରା, ନିଗମବୋଧ ଘାଟରେ ଶେଷକୃତ୍ୟ
ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମୋଦି ସରକାରଙ୍କ କ୍ୟାବିନେଟରେ ପାରିତ ହେଲା ଶୋକ ପ୍ରସ୍ତାବ।
National
ସ୍ୱାସ୍ଥ୍ୟରେ ଉନ୍ନତି ପରେ ମେଡିକାଲରୁ ଡିସଚାର୍ଜ ହେଲେ ଆଡଭାନୀ
ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗତ ଡିସେମ୍ବର ୧୨ ତାରିଖରେ ତାଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୪ ଦିନର ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି।
National
ମନମୋହନଙ୍କ ଶେଷକୃତ୍ୟ ଓ ସ୍ମାରକ ପାଇଁ ଉପଯୁକ୍ତ ସ୍ଥାନ ମାଗିଲା କଂଗ୍ରେସ
ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳୀ। ସ୍ମାରକ ହେଲାଭଳି ସ୍ଥାନରେ ଶେଷକୃତ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
National
ଭଡ଼ା ଘରୁ ମିଳିଲା ସିମ୍ରନଙ୍କ ମୃତଦେହ
ସିମ୍ରନଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ତାଙ୍କର ଜଣେ ସାଙ୍ଗ ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଜବତ କରି ଡାକ୍ତରଖାନାକୁ ପଠାଇବା ସହିତ ଘଟଣାସ୍ଥଳରେ ଯାଞ୍ଚ କରିଛି।
Politics
ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ
ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।