ହିମାଳୟରେ 'ଭାଏଗ୍ରା' ଖୋଜିବାକୁ ଯାଇ ୮ ମୃତ

କାଠମାଣ୍ଡୁ: ହିମାଳୟରେ ଦୁର୍ଲଭ ଔଷଧୀୟ ବୃକ୍ଷରୁ ମିଳୁଥିବା ‘ହିମାଲୟାନ ଭାଏଗ୍ରା’ ନାଁରେ ପରିଚିତ ଏକ କାମୋଦ୍ଦୀପକ ଜଡ଼ିବୁଟି ୟସରଗୁମ୍ବା ଖୋଜିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ହିମାଳୟାନ ଭାଏଗ୍ରା ଖୋଜିବା ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ସେ ତାଙ୍କ ମା’ଙ୍କ ସହ ହିମାଳୟ ପର୍ବତ ଉପରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ନେପାଳର ଡୋଲପା ଜିଲ୍ଲାରେ […]

w

Hemant Lenka
  • Published: Friday, 07 June 2019
  • , Updated: 07 June 2019, 04:34 PM IST

କାଠମାଣ୍ଡୁ: ହିମାଳୟରେ ଦୁର୍ଲଭ ଔଷଧୀୟ ବୃକ୍ଷରୁ ମିଳୁଥିବା 'ହିମାଲୟାନ ଭାଏଗ୍ରା' ନାଁରେ ପରିଚିତ ଏକ କାମୋଦ୍ଦୀପକ ଜଡ଼ିବୁଟି ୟସରଗୁମ୍ବା ଖୋଜିବା କିଛି ଲୋକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ହିମାଳୟାନ ଭାଏଗ୍ରା ଖୋଜିବା ପାଇଁ ଯାଇଥିବା ଲୋକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ଅଛି। ସେ ତାଙ୍କ ମା’ଙ୍କ ସହ ହିମାଳୟ ପର୍ବତ ଉପରକୁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

ନେପାଳର ଡୋଲପା ଜିଲ୍ଲାରେ ହିଁ ଏହି ଅଘଟଣ ଘଟିଛି। ଭୁପୃଷ୍ଠରୁ ୧୦ ହଜାର ଫୁଟ ଉପରେ ହିମାଳୟ ପର୍ବତର ବରଫାବୃତ ଅଂଶରେ ଦେଖିବାକୁ ମିଳୁଥିବା ଛୋଟ ଛୋଟ ଗୁଳ୍ମରୁ ହିଁ ଏହି ହିମାଲୟାନ ଭାଏଗ୍ରା 'ୟସରଗୁମ୍ବା' ମିଳିଥାଏ। ଆମେରିକା ଏବଂ ଏସିଆ ମହାଦେଶରେ ଏହି ଦୁର୍ଲଭ ଜଡ଼ିବୁଟିର ବିକ୍ରି ଅଧିକ ପରିମାଣର ହୋଇଥାଏ।

ପୁଲିସ୍‌ର ସୂଚନା ଅନୁଯାୟୀ, ୮ ଜଣରୁ ୫ ଜଣଙ୍କ ମୃତ୍ୟୁ ହିମାଳୟ ପର୍ବତର ଅତି ଉଚ୍ଚ ଅଂଚଳରେ ହୋଇଛି। କାରଣ ଏଠାରେ ଅମ୍ଳଜାନର ଘୋର ଅଭାବ ଅନୁଭୂତ ହୁଏ। ସେହିପରି ଏକ ପାହାଡ଼ ଉପରେ ଥିବା ଭାଏଗ୍ରା ଜଡ଼ିବୁଟିକୁ ସଂଗ୍ରହ କରୁଥିବା ବେଳେ ଦୁର୍ଘଟଣା ଘଟିବାରୁ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରତିବର୍ଷ ଖରା ଋତୁରେ ହିମାଳୟ ଉପରକୁ ଯାଇ ଲୋକମାନେ ଭାଏଗ୍ରା ଜଡ଼ିବୁଟି ସଂଗ୍ରହ କରନ୍ତି। ଏହି ଭାଏଗ୍ରା ଏକ ଗ୍ରାମ୍ ପିଛା ୭ ହଜାର ଟଙ୍କାରେ ବିକ୍ରି ହୋଇଥାଏ।

Related story