ସାଧାରଣ ନିର୍ବାଚନ ପ୍ରଚାରର ଅନ୍ତିମ ଦିନ, ୨ ମାସ ପରେ ସାରା ଦେଶରେ ଥମିବ ପ୍ରଚାର

ନୂଆଦିଲ୍ଲୀ: ଆଜି ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦୁଇ ମାସରୁ ଅଧିକ ସମୟ ଧରି ସାରା ଦେଶରେ ପ୍ରଚାର ଚାଲିଥିଲା, ଯାହାକି ଆଜି ସଂଧ୍ୟାରେ ସମାପ୍ତ ହେବ। ମେ ୧୯ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮ଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ ପଡ଼ିବ। ଉତ୍ତର ପ୍ରଦେଶର ୧୩ଟି ଆସନ, ପଶ୍ଚିମବଙ୍ଗର ୯ଟି, ବିହାରର […]

modi clean cheat

Subhransu Sekhar
  • Published: Friday, 17 May 2019
  • , Updated: 17 May 2019, 02:14 PM IST

ନୂଆଦିଲ୍ଲୀ: ଆଜି ଚଳିତ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହେବ। ମାର୍ଚ୍ଚ ୧୦ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦୁଇ ମାସରୁ ଅଧିକ ସମୟ ଧରି ସାରା ଦେଶରେ ପ୍ରଚାର ଚାଲିଥିଲା, ଯାହାକି ଆଜି ସଂଧ୍ୟାରେ ସମାପ୍ତ ହେବ।

ମେ ୧୯ରେ ହେବାକୁ ଥିବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮ଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ ପଡ଼ିବ। ଉତ୍ତର ପ୍ରଦେଶର ୧୩ଟି ଆସନ, ପଶ୍ଚିମବଙ୍ଗର ୯ଟି, ବିହାରର ୮ଟି, ପଞ୍ଜାବର ସମସ୍ତ ୧୩ଟି ଆସନ, ହିମାଚଳ ପ୍ରଦେଶର ୪ଟି, ଝାରଖଣ୍ଡର ୩ଟି ଆସନ, ମଧ୍ୟପ୍ରଦେଶର ୮ଟି ଆସନ ଏବଂ ଚଣ୍ଡିଗଡ଼ ଲୋକସଭା ଆସନରେ ମତଦନା ହେବ । ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନ ବାରାଣସୀ ମଧ୍ୟ ରହିଛି।

ତେବେ ନିର୍ବାଚନୀ ହିଂସାକୁ ନଜରରେ ରଖି ପଶ୍ଚିମବଙ୍ଗରେ ଧାରା ୩୨୪ ଲାଗୁ କରିଛନ୍ତି ନିର୍ବାଚନ କମିଶନ। ତେଣୁ ନିର୍ବାଚନ ପ୍ରଚାର ଅବଧିର ୨୦ ଘଣ୍ଟା ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରଚାର ଶେଷ ହୋଇଥିଲା ।

Related story