ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ୍: ଭୋଟ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ: ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ୍ । ମେ ୧୨ରେ ମତଦାନ ଓ ୧୫ରେ ହେବ ଭୋଟ୍ ଗଣତି।  ସମସ୍ତ ୨୨୪ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ।   ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି କର୍ଣ୍ଣାଟକ ରାଜନୀତି ।  ତେବେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ୍ ମାଲବ୍ୟ ଆଗୁଆ ନିର୍ବାଚନ ତାରିଖ ଟ୍ୱିଟରରେ ଛାଡ଼ିବାକୁ ନେଇ କଂଗ୍ରେସ-ବିଜେପି […]

j-888

Rakesh Mallick
  • Published: Tuesday, 27 March 2018
  • , Updated: 27 March 2018, 09:50 PM IST

ନୂଆଦିଲ୍ଲୀ: ବାଜିଲା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବିଗୁଲ୍ । ମେ ୧୨ରେ ମତଦାନ ଓ ୧୫ରେ ହେବ ଭୋଟ୍ ଗଣତି।  ସମସ୍ତ ୨୨୪ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ନିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ।   ସେପଟେ ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି କର୍ଣ୍ଣାଟକ ରାଜନୀତି ।  ତେବେ ବିଜେପି ଆଇଟି ସେଲ ମୁଖ୍ୟ ଅମିତ୍ ମାଲବ୍ୟ ଆଗୁଆ ନିର୍ବାଚନ ତାରିଖ ଟ୍ୱିଟରରେ ଛାଡ଼ିବାକୁ ନେଇ କଂଗ୍ରେସ-ବିଜେପି ମଧ୍ୟରେ ହୋଇଛି ଆରୋପ ପ୍ରତ୍ୟାରୋପ। ସମସ୍ତ ୨୨୪ଟି ଯାକ ଆସନରେ ଗୋଟିଏ ଦିନରେ ମତଦାନ ହେବ।   ନାମାଙ୍କନ ଦାଖଲ ପାଇଁ ଏପ୍ରିଲ ୨୪ ଶେଷ ତାରିଖ ରହିଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି ଏପ୍ରିଲ ୨୭ ।

ମେ ୧୫ରେ ହେବ ଭୋଟ୍ ଗଣତି।  ମୁଖ୍ୟ ନିର୍ବାଚନ କମିଶନର ଓ.ପି.ରାୱତ ଆଜି ଏହି ଘୋଷଣା କରିଛନ୍ତି।  ଏଥର ନିର୍ବାଚନରେ ଇଲେ୍ରୋନିକ୍ସ ଭୋଟିଂ ମେସିନ୍ ସହ VVPAT ମେସିନ ବ୍ୟବହାର କରାଯିବ । ୪ କୋଟି ୯୬ ଲକ୍ଷ ଭୋଟର ୫୬ ହଜାର ବୁଥ୍‌ରେ ମତାଧିକାର ସାବ୍ୟସ୍ତ କରିବେ।  କର୍ଣ୍ଣାଟକ ନିର୍ବାଚନ ତାରିଖ ଘୋଷଣା ସହ ସରଗରମ ହୋଇଛି ରାଜନୈତିକ ପାଣିପାଗ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭୋଟ୍ ବିଜେପି ପାଇଁ ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି।  ଉତ୍ତରପ୍ରଦେଶ ସମେତ ଆଉ କେତୋଟି ଉପ ନିର୍ବାଚନରେ ଦଳ ପରାଜୟ ବରଣ କରିଥିବାରୁ ମୋଦି ମ୍ୟାଜିକ୍ ଆଗକୁ କେତେ କାମ କରିବ କର୍ଣ୍ଣାଟକରୁ ତା’ର ଆଭାସ ମିଳିବା ଚର୍ଚ୍ଚା ହେଉଛି । ସେପଟେ ଅସ୍ଥିତ୍ୱ ବଜାୟ ରଖିବାକୁ ସଂଗ୍ରାମ କରୁଥିବା କଂଗ୍ରେସ ଯଦି କ୍ଷମତା ବଜାୟ ରଖିବାରେ ସଫଳ ହୁଏ ତେବେ ଏହା ନେତା ଓ କର୍ମୀଙ୍କ ଉତ୍ସାହ ବୃଦ୍ଧିରେ ସହାୟକ ହେବ।  ଅନ୍ୟପକ୍ଷରେ କର୍ଣ୍ଣାଟକର ତୃତୀୟ ଶକ୍ତି ଜେଡିଏସ୍ ମଧ୍ୟ ନିଜ ପତିଆରା ଜାହିର କରିବାକୁ ଭରପୁର ଉଦ୍ୟମ କରିବ।

Related story