ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ତଦନ୍ତ କରିବ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବୁଧବାର ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ତଦନ୍ତ କରିବେ ନିର୍ବାଚନ କମିଶନ। ଏଥିପାଇଁ ନିର୍ବାଚନ କମିଶନ ଏକ କମିଟି ଗଠନ କରିଛନ୍ତି। ଆଚରଣ ବିରୋଧୀ ଉଲ୍ଲଂଘନ କରୁଥିବା ନେଇ ବିରୋଧୀ ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଉଦବୋଧନ କେଉଁଠି ରେକର୍ଡିଙ୍ଗ ହୋଇଛି ତାର ତଦନ୍ତ ମଧ୍ୟ ଏହି କମିଟି କରିବ। ସୂଚନା ଅନୁଯାୟୀ ନାମୋ ଟିଭି ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଦୁରଦର୍ଶନ […]

modi

Subhransu Sekhar
  • Published: Thursday, 28 March 2019
  • , Updated: 28 March 2019, 10:56 AM IST
ନୂଆଦିଲ୍ଲୀ: ବୁଧବାର ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନର ତଦନ୍ତ କରିବେ ନିର୍ବାଚନ କମିଶନ। ଏଥିପାଇଁ ନିର୍ବାଚନ କମିଶନ ଏକ କମିଟି ଗଠନ କରିଛନ୍ତି। ଆଚରଣ ବିରୋଧୀ ଉଲ୍ଲଂଘନ କରୁଥିବା ନେଇ ବିରୋଧୀ ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ପ୍ରଧାନମନ୍ତ୍ରୀ ଦେଇଥିବା ଉଦବୋଧନ କେଉଁଠି ରେକର୍ଡିଙ୍ଗ ହୋଇଛି ତାର ତଦନ୍ତ ମଧ୍ୟ ଏହି କମିଟି କରିବ। ସୂଚନା ଅନୁଯାୟୀ ନାମୋ ଟିଭି ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନକୁ ଦୁରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ଡିଆରଡିଓର ବୈଜ୍ଞାନିକମାନେ ନିର୍ମାଣ କରିଥିବା ଆଣ୍ଟି ସ୍ୟାଟେଲାଇଟ୍‌ ମିସାଇଲ୍‌ ନିମ୍ନ ଭୂକକ୍ଷରେ ଅବସ୍ଥିତ ଏକ ସକ୍ରିୟ ସ୍ୟାଟେଲାଇଟକୁ ନଷ୍ଟ କରିଦେଇଛି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଘୋଷଣା କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣାକୁ ବିରୋଧୀ ଦଳଗୁଡ଼ିକ ସହଜରେ ଗ୍ରହଣ କରିପାରିନାହାନ୍ତି।
ତେବେ ଏ ନେଇ ପୂର୍ବତନ ନିର୍ବାଚନ କମିଶନ ଏନ ଗୋପାଳସ୍ବାମୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉଦବୋଧନରେ କେବଳ ଦେଶ ଓ ସଫଳତା ପଛରେ ବୈଜ୍ଞାନିକଙ୍କ ଉପରେ ରହିଛି। ନିଜ ସରକାରର ସଫଳତା ପ୍ରସଙ୍ଗ ଉଠାଇନଥିବା କହିଛନ୍ତି।
ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ମୋଦି ଆଉ ଏକ ସୀମାହୀନ ଡ୍ରାମା ଆରମ୍ଭ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ଏଭଳି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଥିବା ବେଳେ ମୋଦିଙ୍କୁ ବିଶ୍ୱ ନାଟକ ଦିବସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ବିରୋଧୀଙ୍କ ମତରେ ବୈଜ୍ଞାନିକମାନେ ଦୀର୍ଘ ବର୍ଷର ପରିଶ୍ରମ ପରେ ଏଭଳି ସଫଳତା ପାଇଛନ୍ତି। କିନ୍ତୁ ମୋଦି ନିର୍ବାଚନ ପୂର୍ବରୁ ଏହାକୁ ଘୋଷଣା କରି ନିଜେ ସମସ୍ତ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି।

Related story