ବିମାନର ମଝି ସିଟ୍‌ ଫାଙ୍କା ରଖିବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦେଶ ମାଟିରେ ଲକ୍ଷଲକ୍ଷ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ଭାରତ ସରକାର ମିଶନ ବନ୍ଦେ ଭାରତ ଆରମ୍ଭ କରିଛନ୍ତି। ଏୟାର ଇଣ୍ଡିଆ ବିମାନ ଦ୍ୱାରା ସେମାନଙ୍କୁ ଅଣା ଯାଉଛି। ହେଲେ ଏହି ବିମାନଗୁଡ଼ିକରେ କୌଣସି ପ୍ରକାରର ସମାଜିକ ଦୂରତା ପାଳନ ହେଉଥିବାରୁ ସୁପ୍ରିମକୋର୍ଟ ଭାରତ ସରକାର ବିମାନ ସେବା ଯୋଗାଉ ଥିବା ଏୟାର ଇଣ୍ଡିଆ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଣିକି ଏହି ସ୍ୱତନ୍ତ୍ର ବିମାନଗୁଡ଼ିକର ମଝି ସିଟ୍‌ ଫାଙ୍କା […]

vg

Hemant Lenka
  • Published: Monday, 25 May 2020
  • , Updated: 25 May 2020, 04:31 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ବିଦେଶ ମାଟିରେ ଲକ୍ଷଲକ୍ଷ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଆଣିବା ପାଇଁ ଭାରତ ସରକାର ମିଶନ ବନ୍ଦେ ଭାରତ ଆରମ୍ଭ କରିଛନ୍ତି। ଏୟାର ଇଣ୍ଡିଆ ବିମାନ ଦ୍ୱାରା ସେମାନଙ୍କୁ ଅଣା ଯାଉଛି।

ହେଲେ ଏହି ବିମାନଗୁଡ଼ିକରେ କୌଣସି ପ୍ରକାରର ସମାଜିକ ଦୂରତା ପାଳନ ହେଉଥିବାରୁ ସୁପ୍ରିମକୋର୍ଟ ଭାରତ ସରକାର ବିମାନ ସେବା ଯୋଗାଉ ଥିବା ଏୟାର ଇଣ୍ଡିଆ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଣିକି ଏହି ସ୍ୱତନ୍ତ୍ର ବିମାନଗୁଡ଼ିକର ମଝି ସିଟ୍‌ ଫାଙ୍କା ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭାଇରସର ମୁକାବିଲା ପାଇଁ ସାମାଜିକ ଦୂରତା ଏକମାତ୍ର ମାଧ୍ୟମ। ଏ ଦିଗରେ ସମସ୍ତଙ୍କର ସାଧାରଣ କାଣ୍ଡଜ୍ଞାନ ରହିବା ଦରକାର। ଏୟାର ଇଣ୍ଡିଆ ବିମାନର ମଝି ସିଟ୍‌ ବୁକିଂ ପାଇଁ ଜୁନ୍‌ ୬ ଯାଏ ତାରିଖ ଧାର୍ଯ୍ୟ କରାଯାଇଛି। ଏହାପରେ ବିମାନର ମଝି ସିଟ୍‌କୁ ଫାଙ୍କା ରଖିବାକୁ ସମସ୍ତେ ବାଧ୍ୟ। ସରକାର ଲୋକଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ବ୍ୟବସାୟିକ ଏୟାଲାଇନ୍ସର ସ୍ୱାସ୍ଥ୍ୟ ପାଇଁ ବେଶୀ ଚିନ୍ତିତ ଥିବା ଭଳି ମନେ ହେଉଥିବା କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆଜିଠାରୁ ଘରୋଇ ବିମାନ ଚଳାଚଳ ହୋଇଥିଲେ ହେଁ ଏଥିରେ କୌଣସି ପ୍ରକାରର ମଝି ସିଟ୍‌କୁ ସରକାର ଫାଙ୍କା ରଖି ନାହାନ୍ତି। ତେଣୁ ଏଥିରେ କେମିତି ସାମାଜିକ ଦୂରତା କାର୍ଯ୍ୟକାରୀ ହେବ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, “ସାମାଜିକ ଦୂରତା ବଜାୟ ରଖିବା ପାଇଁ ସମସ୍ତଙ୍କର ସାଧାରଣ କାଣ୍ଡଜ୍ଞାନ ରହିବା ଦରକାର। ବାହାରେ ଅତିକମରେ ୬ ଫୁଟ ଦୂରତା ରଖିବାକୁ କୁହାଯାଉଛି। କିନ୍ତୁ ବିମାନ ମଧ୍ୟରେ ସାମାଜିକ ଦୂରତା କୁଆଡ଼େ ଯାଉଛି? ଆପଣମାନେ କେମିତି କହିପାରିବେ ଯେ କରୋନା ଯାତ୍ରୀଙ୍କୁ ସଂକ୍ରମଣ କରିବ ନାହିଁ?

କ’ଣ ଭାଇରସ ଜାଣିଛି କି ଏଇଟା ବିମାନ ଓ ସେ ଏଥିରେ ଥିବା ଲୋକଙ୍କୁ ସଂକ୍ରମଣ କରିବ ନାହିଁ? ଜଣେ ଜଣଙ୍କ ପାଖ ସିଟ୍‌ରେ ବସିଲେ ବି ସଂକ୍ରମଣ ହେବାର ଆଶଙ୍କା ରହୁଛି। ଆପଣ କହୁଛନ୍ତି ଯେ ମଝି ସିଟ୍‌ଗୁଡ଼ିକ ପାଇଁ ଜୁନ୍‌ ୬ ଯାଏ ବୁକିଂ ସରିଛି। ତା’ହେଲେ ଜୁନ୍‌ ୬ ପରେ ଆଉ ବିମାନର ମଝି ସିଟ୍‌ରେ କେହି ବି ବସି ପାରିବେ ନାହିଁ। ଏହାପରେ ଏହାକୁ ଫାଙ୍କା ରଖାଯିବ।”

ସୁପ୍ରିମକୋର୍ଟ କହିଛନ୍ତି, ଜୁନ୍‌ ୨ ଭିତରେ ବମ୍ବେ ହାଇକୋର୍ଟ ଘରୋଇ ବିମାନର ସିଟ୍‌ ଆରେଞ୍ଜମେଣ୍ଟ ସମ୍ପର୍କରେ ନିଷ୍ପତ୍ତି ନିଅନ୍ତୁ। ଯଦି ଦରକାର ତା’ହେଲେ କୋର୍ଟ ଏହାକୁ ସୁପ୍ରିମକୋର୍ଟଙ୍କୁ ପଠାଇ ପାରିବେ।

Related story