ବିହାର ପରେ ଆସାମରେ ଏନସେଫାଲାଇଟିସ ଆତଙ୍କ, ଗଲାଣି ୫୦ ଜୀବନ

ଗୁଆହାଟି: ବିହାର ପରେ ଏବେ ଆସାମରେ ଏନସେଫାଲାଇଟିସ ଆତଙ୍କ ଖେଳାଇଛି। ଏଯାବତ୍ ୫୦ ଜଣଙ୍କର ଜୀବନ ନେଇ ସାରିଛି ଏହି ଭୂତାଣୁ। ସମସ୍ତ ମୃତକଙ୍କ ବୟସ ୧୮ରୁ ଅଧିକ ବୋଲି ଜଣାପଡ଼ିଛି। ୯ଟି ଜିଲ୍ଲାରେ ଏହା ବ୍ୟାପିଥିବା ଜଣାପଡ଼ିଛି। ଆସାମ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।ଏଥିପାଇଁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଛୁଟି ବାତିଲ୍ ହୋଇଛି। ଯଦି ଚିକିତ୍ସାରେ କୌଣସି ତ୍ରୁଟି ରୁହେ ତାହାଲେ ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ […]

Japanese encephalitis

Subhransu Sekhar
  • Published: Saturday, 06 July 2019
  • , Updated: 06 July 2019, 05:05 PM IST

ଗୁଆହାଟି: ବିହାର ପରେ ଏବେ ଆସାମରେ ଏନସେଫାଲାଇଟିସ ଆତଙ୍କ ଖେଳାଇଛି। ଏଯାବତ୍ ୫୦ ଜଣଙ୍କର ଜୀବନ ନେଇ ସାରିଛି ଏହି ଭୂତାଣୁ। ସମସ୍ତ ମୃତକଙ୍କ ବୟସ ୧୮ରୁ ଅଧିକ ବୋଲି ଜଣାପଡ଼ିଛି। ୯ଟି ଜିଲ୍ଲାରେ ଏହା ବ୍ୟାପିଥିବା ଜଣାପଡ଼ିଛି।

ଆସାମ ସରକାର ଏହାକୁ ଗୁରୁତ୍ୱର ସହ ନେଇଛନ୍ତି।ଏଥିପାଇଁ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଛୁଟି ବାତିଲ୍ ହୋଇଛି। ଯଦି ଚିକିତ୍ସାରେ କୌଣସି ତ୍ରୁଟି ରୁହେ ତାହାଲେ ସଂପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହୀମନ୍ତ ବିଶ୍ୱ ଶର୍ମା କହିଛନ୍ତି।

ଏପ୍ରିଲରୁ ଏଯାଏ ୫୦ ଜଣଙ୍କର ଜାପାନିଜ ଏନସେଫାଲାଇଟିସରେ ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣଙ୍କ ରକ୍ତ ସାମ୍ପଲରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ପାଖାପାଖି ୧୨.୫ ଲକ୍ଷ ରକ୍ତ ସାମ୍ପଲ୍ ସଂଗ୍ରହ କରିଥିବା ଜଣାପଡ଼ିଛି।୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ ଏହି ଭୁତାଣୁ ଚିହ୍ନଟ ହୋଇଛି। ତେଣୁ ସରକାର ଏଥିପାଇଁ ଭ୍ୟାକ୍ସିନ ଦେବା ଆରମ୍ଭ କରିଛନ୍ତି। ଏହା ବ୍ୟତୀତ ଚିକିତ୍ସା ପାଇଁ ଏନସେଫାଲାଇଟିସ ରୋଗୀଙ୍କୁ ୧ ଲକ୍ଷ ଟଙ୍କା ସରକାର ଯୋଗାଉଛନ୍ତି।

ସେହିପରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ମଧ୍ୟ ଆସାମକୁ ଏକ ବିଶେଷଜ୍ଞ ଟିମ୍ ପଠାଇଛନ୍ତି। ୨୦୧୩ରେ ଏହି ଭୁତାଣୁ ଆସାମରେ ପ୍ରଥମ ଥର ପାଇଁ ଦେଖାଦେଇଥିଲା। ଏଯାଏ ୬ ବର୍ଷରେ ୭୦୦ ଜଣଙ୍କର ଏନସେଫାଲାଇଟିସରେ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ନିକଟରେ ବିହାରରେ ମଧ୍ୟ ଏନସେଫାଲାଇଟିସ ଭୁତାଣୁ ଦେଖିବାକୁ ମିଳିଥିଲା। ୧୪୦ରୁ ଅଧିକ ଛୋଟ ପିଲା ଆକ୍ୟୁଟ ଏନସେଫାଲାଇଟିସରେ ପ୍ରାଣ ହରାଇଥିଲେ। ବର୍ଷା ହେବା ପରେ ଏନସେଫାଲାଇଟିସ ରୋଗୀଙ୍କ ସଂଖ୍ୟା କମିଥିଲା।

Related story