ଏନକାଉଣ୍ଟର ସ୍ପେଶାଲିଷ୍ଟ ସରକାର!

ଲକ୍ଷ୍ନୌ: ନିକଟରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଉତ୍ତର ପ୍ରଦେଶ ପୁଲିସ ଏନକାଉଣ୍ଟର କରିବା ପରେ ଯୋଗୀ ସରକାର ବେଳର ଏନକାଉଣ୍ଟରକୁ ନେଇ ବଢ଼ିଛି ଚର୍ଚ୍ଚା। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦ ମାର୍ଚ୍ଚ ୨୦୧୭ରୁ ୧୦ ଜୁଲାଇ ୨୦୨୦ ମଧ୍ୟରେ ୟୁପି ପୁଲିସ ମୋଟ୍ ୬,୧୨୬ଟି ଏନକାଉଣ୍ଟର କରିଛି। ଏହି ସମୟରେ ୧୩, ୩୬୧ ଜଣ ଅପରାଧୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। […]

yogi adityanath

yogi adityanath

Subhransu Sekhar
  • Published: Monday, 13 July 2020
  • Updated: 13 July 2020, 05:20 PM IST

ଲକ୍ଷ୍ନୌ: ନିକଟରେ କୁଖ୍ୟାତ ଅପରାଧୀ ବିକାଶ ଦୁବେକୁ ଉତ୍ତର ପ୍ରଦେଶ ପୁଲିସ ଏନକାଉଣ୍ଟର କରିବା ପରେ ଯୋଗୀ ସରକାର ବେଳର ଏନକାଉଣ୍ଟରକୁ ନେଇ ବଢ଼ିଛି ଚର୍ଚ୍ଚା। ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ୨୦ ମାର୍ଚ୍ଚ ୨୦୧୭ରୁ ୧୦ ଜୁଲାଇ ୨୦୨୦ ମଧ୍ୟରେ ୟୁପି ପୁଲିସ ମୋଟ୍ ୬,୧୨୬ଟି ଏନକାଉଣ୍ଟର କରିଛି।

ଏହି ସମୟରେ ୧୩, ୩୬୧ ଜଣ ଅପରାଧୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହି ଏନକାଉଣ୍ଟର ବେଳେ ୧୨୨ କୁଖ୍ୟାତ ଅପରାଧୀ ନିହତ ହୋଇଥିବା ବେଳେ ୧୩ ପୁଲିସ ଶହୀଦ ହୋଇଛନ୍ତି। ୧୩ ଜଣଙ୍କ ମଧ୍ୟରୁ ନିକଟରେ କାନପୁରରେ ୮ ପୁଲିସ ଶହୀଦ ହୋଇଛନ୍ତି। ସେହିପରି ଏନକାଉଣ୍ଟର ବେଳେ ୨,୨୯୩ ଅପରାଧୀଙ୍କ ଶରୀରରେ ଗୁଳି ବାଜିବାରୁ ଆହତ ହୋଇଛନ୍ତି।

ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଅପରାଧୀ ଦମନ ପାଇଁ ଅପରେସନ କ୍ଲିନ୍ ଆରମ୍ଭ କରିଛନ୍ତି। ଏହି ଅପରେସନ ଆଧାରରେ ଦୁବେ ଗ୍ୟାଙ୍ଗ ସମେତ ମୋଟ୍ ୧୨୬ ଅପରାଧୀ ନିହତ ହୋଇଛନ୍ତି। ଏନକାଉଣ୍ଟର ବେଳେ ୮୯୪ ପୁଲିସ କର୍ମୀ ଆହତ ହୋଇଛନ୍ତି, ସେହିପରି ୧୩ ପୁଲିସ ଶହୀଦ ହୋଇଛନ୍ତି। ଯୋଗୀ ସରକାରରେ ହୋଇଥିବା ସର୍ବାଧିକ ଏନକାଉଣ୍ଟର ମରେଠ ଏବଂ ଆଗ୍ରାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos