ଜେଟ ଏୟାରୱେଜ ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘରେ ଇଡି ରେଡ୍‌

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ବିଭିନ୍ନ ଠିକଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ଫରେନ ଏକ୍ସଚେଞ୍ଜ ଆଇନ୍‌ରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ଇଡି ଏଭଳି ରେଡ୍‌ କରିଥିବା ଜଣାପଡ଼ିଛି। ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫ୍‌ଇଏମଏ) ଅନୁଯାୟୀ ନରେଶଙ୍କ ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ବାସଭବନରେ ଏହି ଚଢ଼ଉ କରାଯାଇଛି। ଜେଟ ଏୟାରୱେଜ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବାରୁ ଚଳିତ ବର୍ଷ ଏପ୍ରିଲ […]

d

Hemant Lenka
  • Published: Friday, 23 August 2019
  • , Updated: 23 August 2019, 03:11 PM IST

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍‌ ଏୟାରୱେଜର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ବିଭିନ୍ନ ଠିକଣାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ଉ କରାଯାଇଛି। ଫରେନ ଏକ୍ସଚେଞ୍ଜ ଆଇନ୍‌ରେ ବ୍ୟାପକ ଅନିୟମିତତା ଅଭିଯୋଗ ହେବା ପରେ ଇଡି ଏଭଳି ରେଡ୍‌ କରିଥିବା ଜଣାପଡ଼ିଛି।

ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫ୍‌ଇଏମଏ) ଅନୁଯାୟୀ ନରେଶଙ୍କ ମୁମ୍ବାଇ ଓ ଦିଲ୍ଲୀ ସ୍ଥିତ ବାସଭବନରେ ଏହି ଚଢ଼ଉ କରାଯାଇଛି। ଜେଟ ଏୟାରୱେଜ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଥିବାରୁ ଚଳିତ ବର୍ଷ ଏପ୍ରିଲ ୧୭ରୁ ତା’ର ଅପରେସନ ବନ୍ଦ କରିଛି। ଏହାପରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସମୀକ୍ଷା ବେଳେ ଏୟାରଲେନ୍‌ରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା।

Related story