କହ୍ନେୟା ଦେଶ ବିରୋଧୀ ସ୍ଲୋଗାନ୍ ଦେଇଛନ୍ତି: ଦିଲ୍ଲୀ ପୋଲିସ୍ କମିଶନର୍

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ବି.ଏସ୍.ବାସୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏନେଇ ସ୍ପଷ୍ଟ ପ୍ରମାଣ ରହିଛି। ସେ କେବଳ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ନ ଥିଲେ ଦେଶ ବିରୋଧୀ ଭାଷଣ ମଧ୍ୟ ଦେଇଥିଲେ ଯାହା ଧାରା ୧୨୪ (କ) ଅଧୀନରେ ଆସୁଛି। ଏହି ବେଆଇନ୍ କାର୍ଯ୍ୟକ୍ରମର ସେ ଏକ ଅଂଶ ଥିଲେ। ଉକ୍ତ ଘଟଣା ନେଇ ତାଙ୍କୁ ଜେରା […]

kanheya

kanheya

Rakesh Mallick
  • Published: Monday, 15 February 2016
  • Updated: 15 February 2016, 12:14 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କମିଶନର ବି.ଏସ୍.ବାସୀ ସୋମବାର କହିଛନ୍ତି ଯେ ଗତ ସପ୍ତାହରେ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏନେଇ ସ୍ପଷ୍ଟ ପ୍ରମାଣ ରହିଛି। ସେ କେବଳ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ନ ଥିଲେ ଦେଶ ବିରୋଧୀ ଭାଷଣ ମଧ୍ୟ ଦେଇଥିଲେ ଯାହା ଧାରା ୧୨୪ (କ) ଅଧୀନରେ ଆସୁଛି। ଏହି ବେଆଇନ୍ କାର୍ଯ୍ୟକ୍ରମର ସେ ଏକ ଅଂଶ ଥିଲେ। ଉକ୍ତ ଘଟଣା ନେଇ ତାଙ୍କୁ ଜେରା ଓ ତଦନ୍ତ ଜାରି ରହିଛି। ସେ ଦେଉଥିବା ବୟାନଗୁଡ଼ିକୁ ସମୀକ୍ଷା କରିବା ପରେ ସେଗୁଡ଼ିକୁ ଖୁବଶୀଘ୍ର ସର୍ବସାଧାରଣଙ୍କୁ ଅବଗତ କରାଯିବ ବୋଲି ଦିଲ୍ଲୀ ପୋଲିସ୍ କମିଶନର୍ କହିଛନ୍ତି।

ସେ କହିଛନ୍ତି,‘ଆମେ କହ୍ନେୟାଠାରୁ ସମସ୍ତ ସୂଚନା ସଂଗ୍ରହ କରିଛୁ। ଆମେ ଅଧିକ ସୂଚନା ଠୁଳ କରୁଛୁ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ।’

ବାସୀ ଆହୁରି ମଧ୍ୟ କହିଛନ୍ତି ଯେ ଜେଏନ୍‌ୟୁରେ ଗତ ସପ୍ତାହରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମକୁ ଏବିଭିପି ବିରୋଧ କରିଥିଲା। ତେବେ ଯଦି ସେମାନେ ବି ଦେଶ ବିରୋଧୀ ସ୍ଲୋଗାନ୍ ଦେଇଥିବା କଥା ପ୍ରମାଣିତ ହେବ, ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭାରତୀୟ ସଂସଦ ଉପରେ ଆକ୍ରମଣ କରି ଫାଶୀ ପାଇଥିବା ଅଫଜଲ ଗୁରୁ ସପକ୍ଷରେ ଓ ଭାରତ ବିରୋଧରେ କହ୍ନେୟା ଓ ଅନ୍ୟ କିଛି ଛାତ୍ରଛାତ୍ରୀ ସ୍ଲୋଗାନ୍ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଦିଲ୍ଲୀରେ ରାଜନୀତି ଜୋର ଧରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos