‘ଜମାତିଙ୍କ ପାଇଁ ସମସ୍ତ ମୁସଲିମକୁ ଦାୟୀ କରିବା ଠିକ୍ ନୁହେଁ’

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ବିସ୍ତାର କରିବା ପାଇଁ ଜମାତିଙ୍କୁ ଦାୟୀ କରାଯାଉଛି। ତେବେ ଏଥିପାଇଁ ସମ୍ପୂର୍ଣ୍ଣ ମୁସଲିମ୍ ସମୁଦାୟକୁ ଦାୟୀ କରିବା ଠିକ୍ ନୁହେଁ। ଗୁରୁବାର ଏହା କହିଛନ୍ତି ମୋଦି ସରକାରଙ୍କ ସଂଖ୍ୟା ଲଘୁମନ୍ତ୍ରୀ ମୁଖତାର ଆବାସ ନକଭୀ। ଅଧିକାଂଶ ମୁସଲିମ୍ ଏବେ ଜମାତିଙ୍କ କାର୍ଯ୍ୟଧାରାକୁ ନିନ୍ଦା କରୁଛନ୍ତି ବୋଲି ସେ କହିଛନ୍ତି। କରୋନା ଲଢ଼େଇରେ ଦେଶବାସୀ ଏବେ ଏକାଠି ରହିଛନ୍ତି ବୋଲି ସେ କହିଛନ୍ତି। ଏପ୍ରିଲ ୨୪ରୁ ପବିତ୍ର ରମଜାନ ମାସ ଆରମ୍ଭ ହେଉଛି। […]

naqvi (1)

Subhransu Sekhar
  • Published: Thursday, 23 April 2020
  • , Updated: 23 April 2020, 06:19 PM IST

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ବିସ୍ତାର କରିବା ପାଇଁ ଜମାତିଙ୍କୁ ଦାୟୀ କରାଯାଉଛି। ତେବେ ଏଥିପାଇଁ ସମ୍ପୂର୍ଣ୍ଣ ମୁସଲିମ୍ ସମୁଦାୟକୁ ଦାୟୀ କରିବା ଠିକ୍ ନୁହେଁ। ଗୁରୁବାର ଏହା କହିଛନ୍ତି ମୋଦି ସରକାରଙ୍କ ସଂଖ୍ୟା ଲଘୁମନ୍ତ୍ରୀ ମୁଖତାର ଆବାସ ନକଭୀ। ଅଧିକାଂଶ ମୁସଲିମ୍ ଏବେ ଜମାତିଙ୍କ କାର୍ଯ୍ୟଧାରାକୁ ନିନ୍ଦା କରୁଛନ୍ତି ବୋଲି ସେ କହିଛନ୍ତି। କରୋନା ଲଢ଼େଇରେ ଦେଶବାସୀ ଏବେ ଏକାଠି ରହିଛନ୍ତି ବୋଲି ସେ କହିଛନ୍ତି।

ଏପ୍ରିଲ ୨୪ରୁ ପବିତ୍ର ରମଜାନ ମାସ ଆରମ୍ଭ ହେଉଛି। ସାମାଜିକ ଦୂରତ୍ୱ ଓ ସରକାରଙ୍କ ନିର୍ଦ୍ଦେଶ ପାଳିବାକୁ ଯାଇ ମୁସଲିମ୍ ସମୁଦାୟ ଘରେ ରହି ରମଜାନ ପାଳନ କରିବା ଦରକାର ବୋଲି ସେ କହିଛନ୍ତି। ଜମାତିଙ୍କ କାର୍ଯ୍ୟକଳାପ ବାବଦରେ ଜଣାପଡ଼ିବା ପରେ ଅନେକ ଗୁଜବ ଖବର ପ୍ରଚାର ହେଉଛି। ଯେଉଁଥିପାଇଁ ମୁସଲିମ୍ ସମୁଦାୟକୁ ଦାୟୀ କରାଯାଉଛି। ଏଭଳି ଖବର ସମଗ୍ର ମାନବଜାତି ପାଇଁ ଶତ୍ରୁ ବୋଲି ଏହି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Related story