ପାକିସ୍ତାନକୁ ଆତଙ୍କର ଉତ୍ପତ୍ତିସ୍ଥଳ କହିଲେ ଦେଶର ସଂଖ୍ୟାଲଘୁ

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲଷ ଏବେ ଖୋଦ୍ ଏହି ଦେଶର କିଛି ସଂଖ୍ୟାଲଘୁ ନାଗରିକ ପାକିସ୍ତାନକୁ ଆତଙ୍କବାଦର ଉତ୍ପତ୍ତିସ୍ଥଳ କହିଛନ୍ତି। ସେମାନେ କହିଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନେ ଏହାର ବିରୋଧ ସ୍ୱରୂପ ଜାତିସଂଘ କାର୍ଯ୍ୟାଳୟ ଆଗରେ ଏକ ପୋଷ୍ଟର ମଧ୍ୟ ମାରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ କହିଛନ୍ତି, ତାଙ୍କ ଦେଶ ବିଶ୍ୱ ସୁରକ୍ଷା ପାଇଁ ବିପଦ। ବର୍ତ୍ତମାନ ଜାତିସଂଘ ମାନବାଧିକାର […]

Pak-un

Subrat Kumar Nayak
  • Published: Saturday, 29 February 2020
  • , Updated: 29 February 2020, 06:22 PM IST

ନୂଆଦିଲ୍ଲୀ: ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇ ଆସୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲଷ ଏବେ ଖୋଦ୍ ଏହି ଦେଶର କିଛି ସଂଖ୍ୟାଲଘୁ ନାଗରିକ ପାକିସ୍ତାନକୁ ଆତଙ୍କବାଦର ଉତ୍ପତ୍ତିସ୍ଥଳ କହିଛନ୍ତି। ସେମାନେ କହିଛନ୍ତି ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେମାନେ ଏହାର ବିରୋଧ ସ୍ୱରୂପ ଜାତିସଂଘ କାର୍ଯ୍ୟାଳୟ ଆଗରେ ଏକ ପୋଷ୍ଟର ମଧ୍ୟ ମାରିଛନ୍ତି।

ପାକିସ୍ତାନର ସଂଖ୍ୟାଲଘୁ କହିଛନ୍ତି, ତାଙ୍କ ଦେଶ ବିଶ୍ୱ ସୁରକ୍ଷା ପାଇଁ ବିପଦ। ବର୍ତ୍ତମାନ ଜାତିସଂଘ ମାନବାଧିକାର କାଉନସିଲ୍ର ୪୩ତମ ଅଧିବେଶନ ଚାଲିଥିବାରୁ ସେମାନେ ଏପରି ବିରୋଧ କରିଛନ୍ତି।

ଏପରି ବିରୋଧ ସମୟରେ ସେମାନେ କହିଛନ୍ତି, “୯/୧୧ ଘଟଣା ପରଠାରୁ ପାକିସ୍ତାନ ହିଁ ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦର କେନ୍ଦ୍ରସ୍ଥଳ ପାଲଟିଛି। ପାକିସ୍ତାନର ସୀମାବର୍ତ୍ତୀ ଉତ୍ତର ୱାଜିରସ୍ତାନ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଛି। ଏମାନେ ସମସ୍ତେ ଅଲ କାଏଦା ଏବଂ ତାଲିବାନ ପରି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ।”

ସେମାନେ ଆଣିଥିବା ଅଭିଯୋଗ ଅନୁଯାୟୀ, ପାକିସ୍ତାନ ସରକାର ଏସିଆ ମହାଦେଶସହ ଅନ୍ୟ ଅଞ୍ଚଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଇଆସୁଛନ୍ତି। ପାକିସ୍ତାନରେ ଅନିୟନ୍ତ୍ରିତ ଆର୍ଥିକ ବ୍ୟବସ୍ଥା ଏହି ଆତଙ୍କବାଦୀ ସଂଗଠନଙ୍କୁ ଅର୍ଥ ଯୋଗାଇବାରେ ପଥ ପ୍ରସ୍ତୁତ କରୁଛି।

ପାକିସ୍ତାନରେ ଆତଙ୍କବାଦୀମାନେ ସଂଗଠନ କରିବାରେ, ଯୋଜନା କରିବାରେ ଏବଂ ଅର୍ଥ ସଂଗ୍ରହ ପାଇଁ ମାର୍ଗ ପ୍ରସ୍ତୁତ କରିବାରେ କିଛି ବି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି। ପ୍ରଶାସନିକ ଏବଂ ରାଜନୀତିକ ଇଚ୍ଛାଶକ୍ତିର ଅଭାବ ଯୋଗୁ ସେମାନଙ୍କ ଉପରେ କଟକଣା ଲଗାଯାଇପାରୁନି। ତେଣୁ ଜାତିସଂଘ କିଛି ପଦକ୍ଷେପ ଗ୍ରହଣ କରିବା ଦରକାର ବୋଲି ଏହି ସଂଖ୍ୟାଲଘୁ ନାଗରିକମାନେ କହିଛନ୍ତି।

ଏବର୍ଷ ଅଧିବେଶନ ମାର୍ଚ୍ଚ ୨୦ ଯାଏ ଚାଲୁ ରହିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ମାନବାଧିକାରର ଉନ୍ନତି ନେଇ ଆଲୋଚନା କରାଯିବ। ଏଥର ଅଧିବେଶନର ଥିମ୍ ରଖାଯାଇଛି, “ଥାର୍ଟି ଇୟର୍ସ ଅଫ୍ ଇମ୍ପ୍ଲିମେଣ୍ଟେସନ୍ ଅଫ୍ ଦି କନଭେନସନ୍ ଅନ୍ ଦି ରାଇଟ୍ସ ଅଫ୍ ଚାଇଲ୍ଡ: ଚ୍ୟାଲେଞ୍ଜେସ୍‌ ଆଣ୍ଡ ଅପରଚ୍ୟୁନିଟିଜ୍‌”।

ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କୁ ସେଠାକାର ସରକାର ଉପଯୁକ୍ତ ଧାର୍ମିକ ସ୍ୱାଧୀନତା ଦେଉନଥିବାରୁ ଏହାକୁ ନେଇ ଅତୀତରେ ଆମେରିକା ଉଦବେଗ ପ୍ରକାଶ କରିଥିଲା। ଆମେରିକା ପରରାଷ୍ଟ୍ର ସଚିବ ମାଇକ ପୋମ୍ପେଓ ଥରେ କହିଥିଲେ, “ଧାର୍ମିକ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରିଯିବା ଘଟଣାକୁ ଆମେ ନିନ୍ଦା କରୁଛୁ। ଇରାକରେ ୟାଜିଡିସ, ପାକିସ୍ତାନରେ ହିନ୍ଦୁ, ଉତ୍ତର ପୂର୍ବ ନାଇଜେରିଆରେ ଖ୍ରୀଷ୍ଟିୟାନ ଓ ବର୍ମାରେ ମୁସଲିମମାନଙ୍କୁ ଟାର୍ଗେଟ କରି ନିର୍ଯାତନା ଦିଆଯାଉଛି। ଏହାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ।

Related story