ନ୍ୟୁୟର୍କ: ମହାମାରୀ କରୋନା ଭାଇରସକୁ ମାତ ଦେବାକୁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ଗବେଷଣା କରି ୪ଟି ମେଡିସନ ଫଳପ୍ରଦ ବୋଲି କହିଛନ୍ତି। ମିସଉରି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ କରୋନା ଉପରେ ଫଳପ୍ରଦ ହେଉଥିବା ୪ ଆଣ୍ଟି ଭାଇରାଲ ଔଷଧ ମଧ୍ୟରେ ରେମଡେସିଭିର ମଧ୍ୟ ରହିଛି।
ଏହି ରେମଡେସିଭିର ଇବୋଲା ଭାଇରସ ଉପରେ ଫଳପ୍ରଦ ହୋଇଥିଲା। କଲେଜ ଅଫ ଭେଟରିନାରୀ ମେଡିସିନର ଆସୋସିଏଟ ପ୍ରଫେସର କମଲେନ୍ଦର ସିଂହ ଓ ତାଙ୍କ ଟିମ କରୋନା ଉପରେ ଗବେଷଣା କରିଥିଲେ। ଏହି ସମୟରେ ସେମାନେ ବିଭିନ୍ନ ପ୍ରକାରର ଔଷଧକୁ ପରୀକ୍ଷା କରିଥିଲେ।
ଶେଷରେ କରୋନା ଭାଇରସକୁ ମାତ ଦେବାକୁ ରେମଡେସିଭିର, 5-fluorouracil, ribavirin and favipiravir ସକ୍ଷମ ବୋଲି ସେମାନେ ଜାଣିବାକୁ ପାଇଛନ୍ତି। ଗବେଷଣାରୁ ଜଣାପଡ଼ିଛି ଯେ ଏହି ୪ ଔଷଧ ଦ୍ୱାରା କରୋନା ଭାଇରସକୁ ଶରୀରରେ ବିଭିନ୍ନ ଅଙ୍ଗରେ ପହଞ୍ଚିବା ପୂର୍ବରୁ ରୋକାଯାଇପାରିବ।
ହଜାର ହଜାର ଲୋକ ଏହି ଭାଇରସରେ ପ୍ରାଣ ହରାଉଥିବାରୁ ଆମେ ଗବେଷଣା କରି ଏହି ୪ ସମ୍ଭାବ୍ୟ ମେଡିସିନ ଫଳପ୍ରଦ ହେବ ବୋଲି ଜାଣିବାକୁ ପାଇଥିବା ଶ୍ରୀ ସିଂହ କହିଛନ୍ତି। ଆମର ଲକ୍ଷ୍ୟ ହେଲା ଡାକ୍ତରମାନଙ୍କୁ କୋଭିଡ-୧୯ ଚିକିତ୍ସାରେ ସହଯୋଗ କରିବା।
ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ରକ୍ଷା କରିବା ପାଇଁ ଆମେ ସବୁ ପ୍ରକାରର ଉଦ୍ୟମ କରିବା ଦରକାର। ସମସ୍ତ ଅନ୍ୟାନ୍ୟ ଭାଇରସ ଭଳି କୋଭିଡ-୧୯ ବି ମଣିଷ ଶରୀରରେ ପ୍ରବେଶ କରି ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଦିଏ। ତେଣୁ ଆଣ୍ଟି ଭାଇରାଲ ଡ୍ରଗ୍ସ ଦ୍ୱାରା ଏହାକୁ କିଛି ପରିମାଣର ରୋକା ଯାଇପାରିବ ବୋଲି ସେ କହିଛନ୍ତି।