୧୪ଟି ଦେଶକୁ ବିମାନ ସେବା ପାଇଁ ଅନୁମତି ଦେଲା ୟୁରୋପୀୟ ସଂଘ

ଲଣ୍ଡନ: ଆଜିଠୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ। ୟୁରୋପିଆନ ସଂଘ ୧୪ଟି ଦେଶକୁ ଏଥିପାଇଁ ଅନୁମତି ଦେଇଛି। ଏହି ଦେଶ ଗୁଡ଼ିକ ହେଲା ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା, ଜର୍ଜିଆ, ଜାପାନ, ମୋଣ୍ଟେନେଗ୍ରୋ, ମୋରୋକୋ, ନ୍ୟୁଜିଲ୍ୟାଣ୍ଡ, ରୁୱାଣ୍ଡା, ସର୍ବିଆ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ, ଟ୍ୟୁନିସିଆ ଏବଂ ଉରୁଗୁଏ। ତେବେ ପ୍ରତ୍ୟେକ ୧୪ ଦିନ ମଧ୍ୟରେ ଏହାର ସଂଶୋଧନ କରାଯାଇ ଅନ୍ୟାନ୍ୟ ଦେଶକୁ ଯୋଡ଼ାଯିବ ବୋଲି ଜଣାପଡ଼ିଛି। କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା […]

internation-flight

Subhransu Sekhar
  • Published: Wednesday, 01 July 2020
  • , Updated: 01 July 2020, 08:11 AM IST

ଲଣ୍ଡନ: ଆଜିଠୁ ୟୁରୋପ ଆକାଶ ମାର୍ଗରେ ଉଡ଼ିପାରିବ ୧୪ଟି ଦେଶର ବିମାନ। ୟୁରୋପିଆନ ସଂଘ ୧୪ଟି ଦେଶକୁ ଏଥିପାଇଁ ଅନୁମତି ଦେଇଛି। ଏହି ଦେଶ ଗୁଡ଼ିକ ହେଲା ଆଲଜେରିଆ, ଅଷ୍ଟ୍ରେଲିଆ, କାନାଡା, ଜର୍ଜିଆ, ଜାପାନ, ମୋଣ୍ଟେନେଗ୍ରୋ, ମୋରୋକୋ, ନ୍ୟୁଜିଲ୍ୟାଣ୍ଡ, ରୁୱାଣ୍ଡା, ସର୍ବିଆ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ, ଟ୍ୟୁନିସିଆ ଏବଂ ଉରୁଗୁଏ। ତେବେ ପ୍ରତ୍ୟେକ ୧୪ ଦିନ ମଧ୍ୟରେ ଏହାର ସଂଶୋଧନ କରାଯାଇ ଅନ୍ୟାନ୍ୟ ଦେଶକୁ ଯୋଡ଼ାଯିବ ବୋଲି ଜଣାପଡ଼ିଛି।

କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ବ୍ୟାହତ ରହିଛି। ତେବେ ସ୍ଥିତିରେ ଟିକିଏ ସୁଧାର ଆସିବା ପରେ ୟୁରୋପିଆନ ସଂଘ କିଛି ଦେଶ ପାଇଁ ଆକାଶ ମାର୍ଗ ଖୋଲିଛି। ଯେଉଁଠି କରୋନାର ସ୍ଥିତି ସେତେଟା ମାରାତ୍ମକ ନାହିଁ।

ତେବେ ଏହି ୟୁରୋପିଆନ୍ ସଂଘ ଆମେରିକା, ଭାରତ, ବ୍ରାଜିଲ, ଋଷିଆ ଭଳି ଦେଶ ପାଇଁ ଅନୁମତି ଦେଇ ନାହିଁ। ଏହି ଦେଶରେ କରୋନାର ଦୌରାତ୍ମ ଅଧିକ ରହିଥିବାରୁ ୟୁରୋପିଆନ୍ ସଂଘ ପ୍ରଥମ ପର୍ଯ୍ୟାୟରେ ଏହି ଦେଶକୁ ସାମିଲ୍ କରି ନାହିଁ।

Related story