ନୂଆଦିଲ୍ଲୀ: ପ୍ରେମରେ ଧୋକା। ଆଉ ଏତିକିରେ ଜଣେ ପ୍ରେମିକ କେତେ ନୃଶଂସ ହୋଇପାରେ ତାହା ଚିନ୍ତା ବି କରାଯାଇ ନ ପାରେ। ପ୍ରେମିକା ଜଣକ ଆଉ ଜଣେ ଯୁବକଙ୍କ ପ୍ରେମ ପାଲରେ ପଡ଼ିବା ପରେ ହିତାହିତ ଜ୍ଞାନ ଭୁଲିଯାଇଥିଲା ଏହି ପୂର୍ବତନ ପ୍ରେମିକ। ଏଥିରେ ତାତି ଯାଇ ଯୁବତୀଙ୍କ ଘରେ ପଶି ତାକୁ ଜବରଦସ୍ତ ଏସିଡ ପିଆଇଛି। ଯୁବତୀଙ୍କ ଶରୀରର ୨୦ ଭାଗ ପୋଡ଼ିଯାଇଛି । ଦକ୍ଷିଣ ଦିଲ୍ଲୀର ସଙ୍ଗମବିହାରରେ ବୁଧବାର ଏଭଳି ଅଭାବନୀୟ ଘଟଣା ଘଟିଛି।
ଏହି ଘଟଣାରେ୨୨ ବର୍ଷୀୟ ରବି କୁମାର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଘଟଣା ଅନୁଯାୟୀ ଜଣେ ୧୯ ବର୍ଷୀୟ ଯୁବତୀ ସହ ରବି କୁମାରଙ୍କ ପ୍ରେମ ହୋଇଯାଇ ଥିଲା। ହେଲେ ପରେ ଯୁବତୀ ଜଣକ ରବି କୁମାରଙ୍କ ହାତ ଛାଡ଼ି ମୁସକାନ ନାମକ ଆଉ ଜଣେ ଯୁବକଙ୍କ ପ୍ରେମ ଜାଲରେ ଫସିଯାଇଥିଲେ। ଏଥିରେ ନିଜକୁ ଆଉ ସମ୍ଭାଳିପାରି ନ ଥିଲେ ରବି କୁମାର। ଆଉ ଘରେ କେହି ନ ଥିଲା ବେଳେ ଅଭିଯୁକ୍ତ ଜଣକ ଘରେ ପଶି ଯୁବତୀ ଜଣକୁ ଜବରଦସ୍ତ ଏସିଡ ପିଆଇଥିଲା। ଯୁବତୀଙ୍କ ଚିତ୍କାର ଶୁଣି ପଡ଼ୋଶୀ ଧାଇଁ ଆସି ଯୁବକ ଜଣକୁ କାବୁ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା; କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି
୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ପୂରା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ଜଣେ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି।
Crime
ବାଂଲାଦେଶୀ ଦେହଜୀବୀଙ୍କ କବ୍ଜାରେ ଟ୍ୱିନ୍ ସିଟି!
କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।