ଦେଶର ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ କେସିଆରଙ୍କ ଅନୁରୋଧ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନ ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ ସମୟସୀମାକୁ ବୃଦ୍ଧି କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଟିଆରଏସ ମୁଖ୍ୟ କେସିଆର କହିଛନ୍ତି, “ଏପ୍ରିଲ ୧୪ରେ ଶେଷ ହେଉଥିବା ଲକଡାଉନକୁ ବୃଦ୍ଧି କରାଯିବା ଦରକାର। କାରଣ ଲୋକଙ୍କ […]

s

Hemant Lenka
  • Published: Tuesday, 07 April 2020
  • , Updated: 07 April 2020, 08:49 AM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଲକଡାଉନ ସତ୍ତ୍ୱେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଲକଡାଉନ ସମୟସୀମାକୁ ବୃଦ୍ଧି କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓ(କେସିଆର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି।

ଟିଆରଏସ ମୁଖ୍ୟ କେସିଆର କହିଛନ୍ତି, “ଏପ୍ରିଲ ୧୪ରେ ଶେଷ ହେଉଥିବା ଲକଡାଉନକୁ ବୃଦ୍ଧି କରାଯିବା ଦରକାର। କାରଣ ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିବା ଜରୁରୀ। ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା, ଯଦି ଏପରି ସ୍ଥିତିରେ କରୋନେ ମହାମାରୀ ବ୍ୟାପିବ ତା’ହେଲେ ଏହାକୁ ରୋକିବା କଷ୍ଟକର ହୋଇଯିବ।

ସେଥିପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧିକୁ ବୃଦ୍ଧି କରନ୍ତୁ। ଆମେ ପରବର୍ତ୍ତୀ ସମୟରେ ଅର୍ଥନୀତିକ ସମସ୍ୟାରୁ ମୁକୁଳି ପାରିବା। କିନ୍ତୁ ଆମେ କେବେ ହେଲେ କାହାକୁ ପରବର୍ତ୍ତୀ ସମୟରେ ଜୀବନ ଦେଇପାରିବା ନାହିଁ। କରୋନା ବିରୋଧରେ ଏକମାତ୍ର ଅସ୍ତ୍ର ହେଲା ଲକଡାଉନ। ତେଣୁ ମୁଁ ସମ୍ମାନୀୟ ପ୍ରଧାନମନ୍ତ୍ରୀ ଓ ଭାରତ ସରକାରଙ୍କୁ ତୁରନ୍ତ ଲକଡାଉନ ଅବଧି ବୃଦ୍ଧି କରିବାକୁ ନିବେଦନ କରୁଛି।”

Related story