କୋଟାର ମା’ମାନଙ୍କ ଦୁଃଖ ସୋନିଆ-ପ୍ରିୟଙ୍କାଙ୍କୁ କଷ୍ଟ ଦେଲାନି: ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାଜସ୍ଥାନର କୋଟା ଶିଶୁ ମୃତ୍ୟୁକୁ ନେଇ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ କୋଟା ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ମା’ମାନଙ୍କୁ ଭେଟିବାକୁ ନଯାଇ ଉତ୍ତରପ୍ରଦେଶରେ ରାଜନୀତି କରୁଥିବା କହି ଯୋଗୀ ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି, କୋଟାର ମା’ମାନଙ୍କ ଦୁଃଖ ସୋନିଆ-ପ୍ରିୟଙ୍କାଙ୍କୁ କଷ୍ଟ ଦେଇନାହିଁ। ପୂର୍ବରୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଏହାକୁ ନେଇ ସମାଲୋଚନା କରିଥିଲେ। ଗତ […]

Yogi

Subrat Kumar Nayak
  • Published: Thursday, 02 January 2020
  • , Updated: 02 January 2020, 09:02 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରାଜସ୍ଥାନର କୋଟା ଶିଶୁ ମୃତ୍ୟୁକୁ ନେଇ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେମାନେ କୋଟା ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ମା’ମାନଙ୍କୁ ଭେଟିବାକୁ ନଯାଇ ଉତ୍ତରପ୍ରଦେଶରେ ରାଜନୀତି କରୁଥିବା କହି ଯୋଗୀ ସମାଲୋଚନା କରିଛନ୍ତି। ଯୋଗୀ କହିଛନ୍ତି, କୋଟାର ମା’ମାନଙ୍କ ଦୁଃଖ ସୋନିଆ-ପ୍ରିୟଙ୍କାଙ୍କୁ କଷ୍ଟ ଦେଇନାହିଁ।

ପୂର୍ବରୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ ଏହାକୁ ନେଇ ସମାଲୋଚନା କରିଥିଲେ। ଗତ ମାସକରେ ୧୦୦ ଜଣ ଶିଶୁଙ୍କ ମୃତ୍ୟୁ ପରେ ମଧ୍ୟ କଂଗ୍ରେସର ଶୀର୍ଷ ନେତୃବୃନ୍ଦଙ୍କ ନୀରବତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ।

ଏହାପରେ ଯୋଗୀ ସୋନିଆ ଏବଂ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସମାଲୋନଚନା କରି କହିଛନ୍ତି, ଏହା ସବୁଠାରୁ ଦୁଃଖଦ କଥା ଯେ ନିଜ ଜଣେ ଜଣେ ମହିଳା ହୋଇ ମଧ୍ୟ କୋଟାର ମା’ମାନଙ୍କ ଦୁଃଖ ସେମାନଙ୍କୁ କଷ୍ଟ ଦେଲାନାହିଁ। ଯୋଗୀ ଏହି ଘଟଣାକୁ ହୃଦୟଥରା ଘଟଣା ବୋଲି ଅଭିହିତ କରିଛନ୍ତି। ସଭ୍ୟ ସମାଜ ଏବଂ ମାନବିକ ମୂଲ୍ୟବୋଧ ପାଇଁ ଏହି ଶିଶୁ ମୃତ୍ୟୁ ଏକ କାଳିମା ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶରେ ରାଜନୀତିରେ ବ୍ୟସ୍ତ ରହିବା ଛାଡ଼ି ଏହି ମା’ମାନଙ୍କୁ ସମବେଦନା ଜଣାଇବାକୁ ସେମାନେ ପହଞ୍ଚିଥିଲେ ଭଲ ହୋଇଥା’ନ୍ତା ବୋଲି ଯୋଗୀ କହିଛନ୍ତି।

Related story