ଚାଇନା ଉପରେ ଆଖି, ସମରାଭ୍ୟାସ କଲେ ଭାରତୀୟ ସେନା
ନୂଆଦିଲ୍ଲୀ: ଚାଇନା ଉପରେ କଡ଼ା ନଜର ରଖିବା ପାଇଁ ଭାରତୀୟ ବାୟୁସେନା ଅରୁଣାଚଳ ପ୍ରଦେଶର ବିଜୟନଗର ଏଲ୍ଜିକୁ ଚାଲୁ କରିଛି। ଏପରିକି ଲଦାଖ ପଟେ ଚାଇନାକୁ ଲାଗି ଥିବା ଲାଇନ୍ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲରେ ମଧ୍ୟ ଭାରତ ସମରାଭ୍ୟାସ କରିଛି।
ପୂର୍ବ ଲଦାଖର ‘ସୁପର ହାଇ ଅଲ୍ଟିଚ୍ୟୁଡ୍’ ଅଞ୍ଚଳରେ ‘ଅଲ ଆର୍ମ ଇଣ୍ଟ୍ରିଗେଟେଡ୍’ ଅଭ୍ୟାସରେ ଅନେକ ଟ୍ୟାଙ୍କ ମଧ୍ୟ ଦେଖିବାକୁ ମିଳିଥିଲା। ଡ୍ରୋନ୍, ହେଲିକପ୍ଟର ଏବଂ ବାୟୁସେନାର ଲଢ଼ୁଆ ବାହିନୀ ଏଥିରେ ସାମିଲ ହୋଇଥିଲେ। ଏହି ଅଭ୍ୟାସକୁ ‘ଚାଙ୍ଗଠାଙ୍ଗ ପ୍ରହାର’ କୁହାଯାଉଛି। ଏହି ନାମଟି ତିବ୍ବତର ଏକ ଅଞ୍ଚଳର ନାମରୁ ଆସିଛି।
ଜମ୍ମୁ-କଶ୍ମୀରର ଲ୍ୟୁଟ୍ନାଣ୍ଟ ଜେନେରାଲ ରଣବୀର ସିଂହଙ୍କ କହିବା ଅନୁଯାୟୀ, ଅତ୍ୟାଧୁନିକ ଅସ୍ତଶସ୍ତ୍ର ଓ ବ୍ୟବସ୍ଥାକୁ ସାମିଲ କରାଯାଉଥିବାରୁ ସେନାର ଦକ୍ଷତା ଏବଂ କ୍ଷମତା ବଢ଼ିବାରେ ଲାଗିଛି। ଆସନ୍ତା ମାସରେ ‘ହିମ ବିଜୟ’ ନାମକ ଏକ ଅଭ୍ୟାସ କରାଯିବ। ଅରୁଣାଚଳରେ ସ୍ଥଳ ସେନା ଏହି କରିବାକୁ ଥିବା ଏହି ଅଭ୍ୟାସ ବାୟୁସେନା ସହ ମିଳିତ ଭାବେ କରିବ। ଏହି ସମୟରେ ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ଭାରତ ଗସ୍ତ କରିବାର ଅଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।