ନୂଆଦିଲ୍ଲୀ: ଫେସ୍ ଆପ୍କୁ ନେଇ ଫେସବୁକ୍ ସାରା ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। କ’ଣ ଚାଲିଛି ବୋଲି ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି, ଫେସ୍ ଆପ୍ ଚାଲିଛି। ଆଜ୍ଞା ଭବିଷ୍ୟତରେ ବା କିଛି ଦଶନ୍ଧି ପରେ ମୁଁ କେମିତି ଦିଶୁଥିବି ତାକୁ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ଥାଏ। ଆଉ ଏହି ଉତ୍ସୁକତାର ଫାଇଦା ନେଇଛି ଫେସ୍ ଆପ୍। ଏହି ପ୍ଲାଟଫର୍ମ ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି। ଏଥିରେ କିଛି ଫିଲଟର୍ ରହିଛି ଯାହା ଆପଣଙ୍କ ଟୋକାବେଳର ଫଟୋକୁ ନେଇ ବୁଢ଼ା ବେଳେ ଆପଣ କେମିତି ଦିଶିବେ, ତା' ଦେଖାଇବା ସହ ସେଥିରେ ଦାଢ଼ି ଓ ଚଷମା ମଧ୍ୟ ଲଗାଇ ପାରିବ। ଏହା ଚୁଟିକୁ କଳା ଅଥବା କହରା କରିପାରୁଛି। ତେବେ ଏହା କେତେ ସୁରକ୍ଷିତ, ତା’କୁ ନେଇ ଏବେ ପ୍ରଶ୍ନ ଉଠିଛି।
https://twitter.com/UberFacts/status/1151593935363616768?s=20
https://twitter.com/KashanAhmedSha1/status/1151705381200105478?s=20
https://twitter.com/lucidreamm/status/1151713890587168771?s=20
ଏଥିରେ ଥିବା ପ୍ରମୁଖ ସମସ୍ୟାଟି ହେଉଛି ଆପଣ ଅପ୍ଲୋଡ୍ କରିଥିବା ଫଟୋଟି ଫେସ୍ଆପ୍ର ସର୍ଭରରେ ସେଭ୍ ହୋଇଯାଉଛି। ଅନ୍ୟପକ୍ଷରେ ଚର୍ଚ୍ଚା ହେଉଛି ଯେ ଆପଣଙ୍କ ଫୋନ୍ରେ ଥିବା ସମସ୍ତ ଫଟୋ ଏଥିରେ ସେଭ୍ ହୋଇଯାଉଛି। ଯଦିଓ ଏହାର ପ୍ରମାଣ ମିଳିପାରିନାହିଁ, ତଥାପି ଏହା ସତ ହୋଇଥିଲେ ସାଂଘାତିକ। ଅନ୍ୟପକ୍ଷରେ ଏଥିରେ ଥିବା ଟର୍ମସ ଆଣ୍ଡ କଣ୍ଡିସନସକୁ ଆପଣ ଯାଞ୍ଚ ନ କରି ଡାଉନ୍ଲୋଡ୍ ସମୟରେ ହିଁ ଆପ୍ରୁଭ୍ କରିଦେଇଥା’ନ୍ତି। କିନ୍ତୁ ଏହାର ଏକ କ୍ଲଜ୍ରେ ରହିଛି, ଯାହା ଆପଣ ବ୍ୟବହାର କରୁଥିବା ପ୍ରତିଟି ଫଟୋ ପାଇଁ ଆପଣ ଫେସ୍ଆପ୍କୁ ‘ଚିରସ୍ଥାୟୀ, ଅପରିବର୍ତ୍ତନୀୟ, ରୟାଲଟି ଫ୍ରି, ବିଶ୍ୱସ୍ତରୀୟ, ଟ୍ରାନ୍ସଫରେବଲ ସବ୍-ଲାଇସେନ୍ସେବଲ୍ ଲାଇସେନ୍ସ’ ଦେଇଛନ୍ତି।
https://twitter.com/charlieartsy/status/1151564003555942400?s=20
ଅନ୍ୟପକ୍ଷରେ ଫେସ୍ ଆପ୍ ପକ୍ଷରୁ କୁହାଯାଇଛି, ଏଥିରେ ବ୍ୟକ୍ତିଗତ ତଥ୍ୟ ଅପବ୍ୟବହାର ହେବାର ସମ୍ଭାବନା ନାହିଁ। ଆମେ ସବୁକିଛି କ୍ଲାଉଡ୍ରେ କରୁ। ଅନ୍ୟ ଫଟୋଗୁଡ଼ିକ ଫୋନ୍ରୁ କ୍ଲାଉଡ୍କୁ ଟ୍ରାନ୍ସଫର କରୁନାହୁଁ। ଆମ ସର୍ଭରରୁ ପ୍ରାୟ ସମସ୍ତ ଫଟୋ ୪୮ ଘଣ୍ଟାରେ ଡିଲିଟ୍ ହୋଇଯାଇଥାଏ। ଆମେ ଗ୍ରାହକଙ୍କ ଅନୁରୋଧ କ୍ରମେ ସର୍ଭରରୁ ସମସ୍ତ ତଥ୍ୟ ଡିଲିଟ୍ କରିଦେଇଥାଉ। ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଫଟୋ ଏହି ପ୍ଲାଟଫର୍ମରେ ବ୍ୟବହାର ହୋଇସାରିଥିବାରୁ ଏହା ପ୍ରକୃତରେ କେତେ ସୁରକ୍ଷିତ ତାହା ତଦନ୍ତ ପରେ ନିଶ୍ଚୟ ଜଣାପଡ଼ିବ।