ଫେସବୁକ୍ ନୂଆ ଫିଚର: ଖୋଜିବ ୱାଇଫାଇ ସିଗନାଲ୍, ସୁରକ୍ଷିତ ରହିବ ପ୍ରୋଫାଇଲ୍ ଫଟୋ

ମୋବାଇଲରେ ଅପସନ୍ ବ୍ୟବହାର କରି ଆପଣ ୱାଇଫାଇ ନେଟୱର୍କ ଖୋଜୁଥିଲେ,ଏଣିକି ନିଜେ ଫେସବୁକ୍ ଏହି ସୁବିଧା ଯୋଗାଇ ଦେବ। ଏଥିରେ ଥିବା ଫାଇଣ୍ଡ୍ ୱାଇଫାଇ ଅପସନ୍ ସାହାଯ୍ୟରେ ମୋବାଇଲରେ ୱାଇଫାଇ ନେଟୱର୍କ ବା ମୋବାଇଲ ହଟସ୍ପଟ୍ ସିଗନାଲ୍ ଖୋଜି ପାରିବେ। ଫେସବୁକ ଖୁବଶୀଘ୍ର ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ଏହାର ଇଞ୍ଜିନିୟରିଂ ଡାଇରେକ୍ଟର ଏଲେକ୍ସ ହିମଲେ। ସେ କହିଛନ୍ତି, ବିଶ୍ୱର ଆଇଓଏସ୍ ଓ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା […]

Facebook

Rakesh Mallick
  • Published: Tuesday, 04 July 2017
  • , Updated: 04 July 2017, 07:56 PM IST

ମୋବାଇଲରେ ଅପସନ୍ ବ୍ୟବହାର କରି ଆପଣ ୱାଇଫାଇ ନେଟୱର୍କ ଖୋଜୁଥିଲେ,ଏଣିକି ନିଜେ ଫେସବୁକ୍ ଏହି ସୁବିଧା ଯୋଗାଇ ଦେବ। ଏଥିରେ ଥିବା ଫାଇଣ୍ଡ୍ ୱାଇଫାଇ ଅପସନ୍ ସାହାଯ୍ୟରେ ମୋବାଇଲରେ ୱାଇଫାଇ ନେଟୱର୍କ ବା ମୋବାଇଲ ହଟସ୍ପଟ୍ ସିଗନାଲ୍ ଖୋଜି ପାରିବେ। ଫେସବୁକ ଖୁବଶୀଘ୍ର ଗ୍ରାହକଙ୍କୁ ଏହି ସୁବିଧା ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ଏହାର ଇଞ୍ଜିନିୟରିଂ ଡାଇରେକ୍ଟର ଏଲେକ୍ସ ହିମଲେ।

ସେ କହିଛନ୍ତି, ବିଶ୍ୱର ଆଇଓଏସ୍ ଓ ଆଣ୍ଡ୍ରଏଡ୍ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଯୋଗାଇ ଦିଆଯିବ। ଏହାଦ୍ୱାରା ମୋବାଇଲ ସେଲ୍ୟୁଲାର ଡାଟା କମ୍ ଥିବା ଗ୍ରାହକଙ୍କୁ ଅନେକ ଫାଇଦା ମିଳିବ। ସେଥିପାଇଁ ଫେସବୁକ୍ ଆପ୍‌କୁ ଖୋଲି ସେଥିରେ ଥିବା ‘ମୋର୍’ ଅପସନକୁ ଯାଇ ଫାଇଣ୍ଡ ୱାଇଫାଇ ଅପସନ୍ ଉପରେ କ୍ଲିକ୍ କରି ଏହି ସେବାର ଲାଭ ଉଠାଇ ପାରିବେ।

ତେବେ ଫେସବୁକ୍ ପାଇଁ ଏହି ସେବା ଯୋଗାଇ ଦେବା ନୂଆ ନୁହେଁ। ପୂର୍ବରୁ ଆଇଓଏସ (ଆଇ-ଫୋନ) ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଫେସବୁକ୍ ଏହି ସୁବିଧା ଯୋଗାଇ ଦେଇଥିଲା। କିନ୍ତୁ ଏହି ସେବା କେବଳ କିଛି ନିର୍ଦ୍ଦିଷ୍ଟ ଦେଶ ପାଇଁ ଉପଲବ୍ଧ ଥିଲା। ଏବେ ପୁରା ବିଶ୍ୱରେ ଏହି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି ଫେସବୁକ୍। ଏହା ସହିତ ପ୍ରୋଫାଇଲ୍ ଫିଚ୍‌ରକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ୍ ଭାରତରେ ‘ପ୍ରୋଫାଇଲ ଫିଚ୍‌ର ସେଭ୍’ ଅପସନ୍ ଜାରି କରିସାରିଛି।

Related story