ସାବଧାନ! ଭାରତରେ ବଢ଼ୁଛି ଜାଲ୍ ନୋଟ୍ କାରବାର

ନୂଆଦିଲ୍ଲୀ: ନୋଟ ବିମୁଦ୍ରାକରଣ ପରେ ଭାରତରେ ଜାଲ୍ ନୋଟ କାରବାର ଉପରେ ଏକ ପ୍ରକାର ରୋକ୍ ଲାଗିଥିଲା। ଏବେ ପୁଣି ଜାଲ୍ ନୋଟ କାରବାର ଦେଶରେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜାଲ୍ ନୋଟ ଚଳାଉଥିବା ଅଭିଯୋଗରେ ନେପାଳରୁ ୟୁନୁସ ଅନସାରୀ ନାମକ ଜଣେ ବ୍ୟକ୍ତିକୁ ଜାତୀୟ ସୁରକ୍ଷା ସଂସ୍ଥା (ଏନଆଇଏ) ଗିରଫ କରିବା ପରେ ଏହି ସୂଚନା ମିଳିଛି। ଏହି ଜାଲ୍ ନୋଟ କାରବାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ମୋଷ୍ଟ ଓ୍ୱାଣ୍ଟେଡ୍ ଡନ୍  ଦାଉଦ୍ […]

fake note

Subhransu Sekhar
  • Published: Sunday, 02 June 2019
  • , Updated: 02 June 2019, 02:46 PM IST

ନୂଆଦିଲ୍ଲୀ: ନୋଟ ବିମୁଦ୍ରାକରଣ ପରେ ଭାରତରେ ଜାଲ୍ ନୋଟ କାରବାର ଉପରେ ଏକ ପ୍ରକାର ରୋକ୍ ଲାଗିଥିଲା। ଏବେ ପୁଣି ଜାଲ୍ ନୋଟ କାରବାର ଦେଶରେ ସକ୍ରିୟ ହୋଇଥିବା ଜଣାପଡ଼ିଛି। ଜାଲ୍ ନୋଟ ଚଳାଉଥିବା ଅଭିଯୋଗରେ ନେପାଳରୁ ୟୁନୁସ ଅନସାରୀ ନାମକ ଜଣେ ବ୍ୟକ୍ତିକୁ ଜାତୀୟ ସୁରକ୍ଷା ସଂସ୍ଥା (ଏନଆଇଏ) ଗିରଫ କରିବା ପରେ ଏହି ସୂଚନା ମିଳିଛି। ଏହି ଜାଲ୍ ନୋଟ କାରବାର ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ମୋଷ୍ଟ ଓ୍ୱାଣ୍ଟେଡ୍ ଡନ୍  ଦାଉଦ୍ ଇବ୍ରାହିମର ଡି-କମ୍ପାନୀ କରାଉଥିବା ଜଣାପଡ଼ିଛି।

ଏନଆଇଏର ସୂଚନା ଅନୁଯାୟୀ ଅନସାରୀ ଡି-କମ୍ପାନୀ ଓ ଆଇଏସଆଇର ନିକଟତମ ବ୍ୟକ୍ତି। ନକଲି ନୋଟ କାରବାର ନେଇ ସୂଚନା ମିଳିବା ପରେ ନେପାଳରୁ ଅନସାରୀ ସହିତ ତିନି ପାକିସ୍ତାନୀ ମହମ୍ମଦ ଅଖତର, ନାଦିଆ ଅନଓ୍ୱର, ନସିରୁଦ୍ଦିନକୁ ଏନଆଇଏ ଗିରଫ କରିଛି। ଗିରଫ ବେଳେ ଅନସାରୀ ଓ ତାର ସହଯୋଗୀ ପାଖରୁ ୭ କୋଟି ଟଙ୍କାର ନକଲି ନୋଟ୍ ଜବତ କରିଛି ଏନଆଇଏ। ପଚରା ଉଚରା ପରେ ପାକିସ୍ତାନ ନେପାଳ ପରିବର୍ତ୍ତେ ବାଂଲାଦେଶ ଦେଇ ଭାରତରେ ଜାଲ ନୋଟ କାରବାର କରିବାକୁ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି।

ନିକଟରେ ମଧ୍ୟ ପଶ୍ଚିମବଙ୍ଗର ଆନନ୍ଦ ବିହାର ରେଲଓ୍ୱେ ଷ୍ଟେସନରୁ ୧୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ୍ ହୋଇଥିଲା। ପଚରାଉଚରା ପରେ ବାଂଲାଦେଶ ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ନକଲି ନୋଟ୍ ଆସୁଥିବା ଜଣାପଡ଼ିଛି।

Related story