ଆଧାର ଖୋଲିଦେଲା ଗୁରୁଙ୍କ ଚେହେରା: ଦେଶରେ ୮୦ ହଜାର ଅଧ୍ୟାପକ ଫେକ୍, ଜନ୍ମ ହିଁ ହେଇନାହାଁନ୍ତି

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଧରାପଡ଼ିଲେ ଭୂତ ଅଧ୍ୟାପକ। ବହୁସଂଖ୍ୟାରେ କଲେଜ ଓ କିଛି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ପ୍ରାୟ ୮୦ ହଜାରରୁ ଅଧିକ ଅଧ୍ୟାପକ, ବାସ୍ତବରେ ଯେଉଁମାନେ କେବେ ଜନ୍ମ ହିଁ ହୋଇନାହାଁନ୍ତି ବା ସିଧାସଳଖ କହିଲେ, ସେପରି ଲୋକ ହିଁ କେହି ନାହାଁନ୍ତି। ଏଭଳି ତଥ୍ୟ ଦେଇଛି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ। ଗତକାଲି ପ୍ରକାଶ ପାଇଥିବା ଉଚ୍ଚଶିକ୍ଷା ବିଭାଗର ସର୍ବଭାରତୀୟ ସର୍ବେକ୍ଷଣ ରିପୋର୍ଟରେ ଏମିତି ଚମକେଇଲା ପରି ତଥ୍ୟ ପଦାକୁ ଆସିଛି। ବିଶେଷକରି ରାଜ୍ୟସ୍ତରୀୟ […]

fake lecturer

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 02:08 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଧରାପଡ଼ିଲେ ଭୂତ ଅଧ୍ୟାପକ। ବହୁସଂଖ୍ୟାରେ କଲେଜ ଓ କିଛି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ାଉଛନ୍ତି ପ୍ରାୟ ୮୦ ହଜାରରୁ ଅଧିକ ଅଧ୍ୟାପକ, ବାସ୍ତବରେ ଯେଉଁମାନେ କେବେ ଜନ୍ମ ହିଁ ହୋଇନାହାଁନ୍ତି ବା ସିଧାସଳଖ କହିଲେ, ସେପରି ଲୋକ ହିଁ କେହି ନାହାଁନ୍ତି। ଏଭଳି ତଥ୍ୟ ଦେଇଛି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ।

ଗତକାଲି ପ୍ରକାଶ ପାଇଥିବା ଉଚ୍ଚଶିକ୍ଷା ବିଭାଗର ସର୍ବଭାରତୀୟ ସର୍ବେକ୍ଷଣ ରିପୋର୍ଟରେ ଏମିତି ଚମକେଇଲା ପରି ତଥ୍ୟ ପଦାକୁ ଆସିଛି। ବିଶେଷକରି ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ଓ କିଛି ଘରୋଇ ବିଶ୍ୱବିଦ୍ୟାଳୟରେ ଏଭଳି କେଳେଙ୍କାରି ହୋଇଥିବା ଜଣାପଡିଛି। ଉଚ୍ଚଶିକ୍ଷା ବିଭାଗର ଅଧ୍ୟାପକମାନେ ଆଧାର ସଂଯୋଗ କରିବା ପରେ ସତକଥା ପଦାକୁ ଆସିଛି। କିନ୍ତୁ କୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଏହି କେଳେଙ୍କାରୀରେ ସାମିଲ ନାହାଁନ୍ତି ବୋଲି ମାନବ ସମ୍ବଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଭୂତ ଅଧ୍ୟାପକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମନ୍ତ୍ରାଳୟ ଆଶଙ୍କା କରିଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟର ୮୫ ପ୍ରତିଶତ ଅଧ୍ୟାପକ ଆଧାର କାର୍ଡ ସଂଯୋଗ କରିଛନ୍ତି। କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଓ କଲେଜର ସମସ୍ତ କର୍ମଚାରୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ, ଆଧାର କାର୍ଡ ସଂଯୋଗ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି।

https://youtu.be/EhUddUc7tBE

Related story