ପରଲୋକରେ ରାଜନୀତିର ହସ୍ତୀ

ବିଦାୟ ନେବ ୨୦୧୯, ସ୍ୱାଗତ କରିବା ପାଇଁ ୨୦୨୦କୁ ଅପେକ୍ଷା। ବିଦାୟୀ ନେବାକୁ ବସିଥିବା ଏହି ବର୍ଷରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଛି। ଏହି ଘଟଣା ମଧ୍ୟରୁ ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କର ପରଲୋକ ହୋଇଛି। ଖାସ୍ କରି ଏହି ବ୍ୟକ୍ତିମାନେ ରାଜନୀତି ସହ ଜଡ଼ିତ ଥିଲେ। ଦେଶ ନିର୍ମାଣରେ ଏମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ଜାନୁଆରୀ ୨୯: ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ପରଲୋକ ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ […]

flash back 2019

Subhransu Sekhar
  • Published: Wednesday, 25 December 2019
  • , Updated: 25 December 2019, 05:53 PM IST

ବିଦାୟ ନେବ ୨୦୧୯, ସ୍ୱାଗତ କରିବା ପାଇଁ ୨୦୨୦କୁ ଅପେକ୍ଷା। ବିଦାୟୀ ନେବାକୁ ବସିଥିବା ଏହି ବର୍ଷରେ ଅନେକ ଘଟଣା ଓ ଦୁର୍ଘଟଣା ଘଟିଛି। ଏହି ଘଟଣା ମଧ୍ୟରୁ ଅନେକ ଚର୍ଚ୍ଚିତ ବ୍ୟକ୍ତିଙ୍କର ପରଲୋକ ହୋଇଛି। ଖାସ୍ କରି ଏହି ବ୍ୟକ୍ତିମାନେ ରାଜନୀତି ସହ ଜଡ଼ିତ ଥିଲେ। ଦେଶ ନିର୍ମାଣରେ ଏମାନଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି।

ଜାନୁଆରୀ ୨୯: ଜର୍ଜ ଫର୍ଣ୍ଣାଣ୍ଡେଜଙ୍କ ପରଲୋକ

ସମତା ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡେଜ୍‌ଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜର୍ଜ ଫର୍ଣ୍ଣାଡେଜ୍ ଦେଶର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ସେ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ହିଁ ଭାରତ ପୋଖରାନରେ ପରମାଣୁ ବୋମା ପରୀକ୍ଷା କରିଥିଲା। ୨୦୦୯ ଅଗଷ୍ଟରୁ ୨୦୧୦ ଜୁଲାଇ ପର୍ଯ୍ୟନ୍ତ ଶେଷ ଥର ପାଇଁ ସାଂସଦ ହୋଇଥିଲେ ଓ ରାଜ୍ୟସଭାରେ ଥିଲେ।

ମାର୍ଚ୍ଚ ୧୭: ମନୋହର ପାରିକର

୬୩ ବର୍ଷ ବୟସରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ପରଲୋକ ହୋଇଥିଲା। ପାନ୍‌କ୍ରିଆଟିକ୍‌ କ୍ୟାନ୍‌ସର୍‌ରେ ପୀଡ଼ିତ ହୋଇ ଶ୍ରୀ ପାରିକର ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ପାରିକର ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିଲା। ଉରୀ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁବ ଯାଇ ପାକିସ୍ତାନକୁ ଭାରତ ସର୍ଜିକାଲ ଷ୍ଟ୍ରାଇକ ଜରିଆରେ କଡ଼ା ଜବାବ ଦେଇଥିଲା।

ଜୁନ୍ ୨୪: ମଦନ ଲାଲ୍

ରାଜସ୍ଥାନ ବିଜେପି ମୁଖ୍ୟ ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସାଇନିଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ମଦନ ଲାଲ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ସେ ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତବର୍ଷ ଜୁନ୍‌ ମାସରେ ମଦନ ଲାଲ ସାଇନିଙ୍କୁ ରାଜସ୍ଥାନ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଥିଲା।

ଜୁଲାଇ ୨୦: ଶୀଲା ଦୀକ୍ଷିତ

ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ୩ ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ଶୀଲା ଦୀକ୍ଷିତଙ୍କର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ପାଇଁ ଗତ କିଛି ଦିନ ତଳେ ଏସ୍କର୍ଟସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ଶୀଲା ଦୀକ୍ଷିତ ଥିଲେ। ୨୦୧୪ରେ ସେ କେରଳର ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ।

ଜୁଲାଇ ୨୧: ଏକେ ରାୟ

ବାମପନ୍ଥୀ ନେତା ତଥା ପୂର୍ବତନ ସାଂସଦ ଏକେ (ଅରୁଣ କୁମାର) ରାୟଙ୍କର ୮୫ ବର୍ଷ ବୟସରେ ଧାନବାଦଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ମାର୍କ୍ସିଷ୍ଟ କୋଅର୍ଡିନେସନ କମିଟି ପ୍ରତିଷ୍ଠା କରିଥିଲେ। ବିହାରରୁ ଅଲଗା ହୋଇ ସ୍ୱତନ୍ତ୍ର ଝାରଖଣ୍ଡ ଗଠନ ଆନ୍ଦୋଳନରେ ସେ ପ୍ରମୁଖ ଭୂମିକା ନେଇଥିଲେ।

ଜୁଲାଇ ୨୮: ଜୟପାଲ ରେଡ୍ଡୀ

୭୭ ବର୍ଷ ବୟସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ପରଲୋକ ହୋଇଥିଲା। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଜୟପାଲ ରେଡ୍ଡୀ ନିମୋନିଆରେ ପୀଡ଼ିତ ଥିଲେ। ତେଣୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୧୯୬୯ରୁ ୧୯୮୪ ମଧ୍ୟରେ ମେଡକ ଆସନରୁ ଚାରି ଥର ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଅଗଷ୍ଟ ୭: ସୁଷମା ସ୍ୱରାଜ

ହୃଦରୋଗର ଶିକାର ହେବା ପରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ବର୍ଷ ହୋଇଥିଲା। ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଥିବା ସୁଷମା ତାଙ୍କ କାର୍ଯ୍ୟ ପାଇଁ ଭାରତୀୟ ଏବଂ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ସ୍ୱରାଜ ହେଉଛନ୍ତି ଦ୍ୱିତୀୟ ମହିଳା ଯିଏକି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ। ସେ ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ଥିଲେ।

ଅଗଷ୍ଟ ୨୪: ଅରୁଣ ଜେଟଲୀ

ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା ଯୋଗୁ ତାଙ୍କୁ ଅଗଷ୍ଟ ୯ ତାରିଖରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସେଠାରେ ଲାଇଫ୍ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ଅରୁଣ ଜେଟଲୀ ସଙ୍କଟମୋଚକ ସାଜିଥିଲେ। ଦଳୀୟ ନେତାଙ୍କ ଭଳି ଦଳ ବାହାରେ ଥିବା ନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ସମ୍ପର୍କ ରହିଥିଲା। ସେଥିପାଇଁ ଯେବେ ବି ମୋଦି ସରକାର ଅଡ଼ୁଆରେ ପଡ଼ୁଥିଲେ, ଜେଟଲୀ ହିଁ ତ୍ରାଣକର୍ତ୍ତା ସାଜି ଉଭା ହେଉଥିଲେ।

ସେପ୍ଟେମ୍ୱର ୮: ରାମ ଜେଠମଲାନୀ

ବରିଷ୍ଠ ଆଇନଜୀବୀ ତଥା ଦେଶର ପୂର୍ବତନ ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କର ୯୫ ବର୍ଷ ବୟସରେ ମୃତ୍ୟୁ ଘଟିଥିଲା। ଜେଠମଲାନୀ ସୁପ୍ରିମକୋର୍ଟର ଜଣେ ଟାଣୁଆ ଓକିଲ ସହ ଆଗଧାଡ଼ିର ରାଜନେତା ଥିଲେ। ସେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିଥିଲେ। ସେ ଇନ୍ଦିରା ଗାନ୍ଧୀ ହତ୍ୟା ମାମଲା, ହର୍ଷଦ ମେହେଟ୍ଟା କେସ୍‌ ପରି ବହୁ ଗୁରୁତ୍ୱପୂର୍ଣ୍ଣ କେସ୍‌ ଲଢ଼ିଥିଲେ।

Related story