ଆତଙ୍କବାଦକୁ ପ୍ରସୟ ଦେଇ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ଯେତେ ଚେଷ୍ଟା କରି ନରସଂହାର କଲେ ମଧ୍ୟ ଏହା ଭାରତୀୟଙ୍କ ମନୋବଳ ଭାଙ୍ଗି ପରିବ ନାହିଁ। ଯାହା ଆଜି ଜଣେ ୪ର୍ଥ ଶ୍ରେଣୀରେ ପଢୁଥିବା ସହିଦ ଯବାନଙ୍କ ପୁଅ ମୁହଁରୁ ବାହାରି ଥିବା ମନ୍ତବ୍ୟରୁ ସ୍ପଷ୍ଟ ସଙ୍କେତ ଦେଉଛି। ଯାହା ଏବେ ସାରା ଭାରତରେ ଚର୍ଚ୍ଚାର ବିଷୟ ହୋଇଛି। ଏହାସହ ପାକିସ୍ତାନକୁ ଫାଇନାଲ୍ ଷ୍ଟ୍ରୋକ୍ ଦେବାକୁ ଦାବି ମଧ୍ୟ ବଢିବାକୁ ଲାଗିଛି।
ଗୁରୁବାର କୁପୱାଡା ସେକ୍ଟରରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ଲାନ୍ସ ନାୟକ ରଞ୍ଜିତ ସିଂହ ଏବଂ ମେଜର ସତୀଶ ଭଗତ ସହିଦ ହୋଇଥିଲେ। ଏହି ଘଟଣାରେ ଦୁଇ ପରିବାର ଭାଙ୍ଗି ପଡିଛନ୍ତି। ହେଲେ ହାର ମାନି ନାହାନ୍ତି।
ରଞ୍ଜିତ ସହିଦ ହୋଇଯିବା ପରେ ତାଙ୍କ ମାଆ, ପତ୍ନୀ, ପୁଅ ଓ ଝିଅ ଦୁଃଖରେ ଭାଙ୍ଗି ପଡିଛନ୍ତି। ହେଲେ ଏହା ସେମାନଙ୍କ ମନୋବଳ ଭାଙ୍ଗି ପରିନି। ଏପରି ସ୍ଥିତିରେ ୪ର୍ଥ ଶ୍ରେଣୀରେ ପଢୁଥିବା ପୁଅ ବାପାଙ୍କ ଭଳି ଆର୍ମିରେ ଯିବାକୁ ମନ ସ୍ଥିର କରି ସାରିଛି। ସେହିପରି ଝିଅ ମଧ୍ୟ ବାପାଙ୍କ ସ୍ୱପ୍ନ ସାକାର କରିବାକୁ ଅଣ୍ଟା ଭିଡିଛନ୍ତି। ବାପାଙ୍କ ସ୍ୱପ୍ନ ପୂରଣ କରିବାକୁ ଝିଅ ପୋଲିସ୍ ଅଫିସର ହୋଇ ଦେଶ ସେବା କରିବାକୁ କହିଛି।
ଅନ୍ୟପକ୍ଷରେ ରଞ୍ଜିତଙ୍କ ମାଆ ପୁଅର ମୃତ୍ୟୁର ପ୍ରତିଶୋଧ ନେବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି। ପୁଅର ମୃତ୍ୟୁ ବଦଳରେ ୧୦୦ ପାକିସ୍ତାନୀ ସୈନିକଙ୍କ ମୁଣ୍ଡ ଦରକାର ବୋଲି ସେ କହିଛନ୍ତି।
ମଥାର ସିନ୍ଦୁର ହରାଇଥିବା ସହିଦ ରଞ୍ଜିତଙ୍କ ପତ୍ନୀ କହିଛନ୍ତି- ପତିଙ୍କ ପାଇଁ ମୁଁ ଗର୍ବ ଅନୁଭୋବ କରୁଛି। ହେଲେ ମୋତେ ନ୍ୟାୟ ଦରକାର। ମୋ ପତିଙ୍କ ମୃତ୍ୟୁର ପ୍ରତିଶୋଧ ମୋର ଦରକାର। ସରକାର ଏହି ପ୍ରତିଶୋଧ ପୂରଣ କରି ମୋ ସ୍ୱାମୀଙ୍କ ମୃତ୍ୟୁକୁ ଯଥାର୍ଥ କରନ୍ତୁ।
କେବଳ ସହିଦ ରଙ୍ଗିତ ସିଂହଙ୍କ ଘରର ଏହି କାହାଣୀ ନୁହେଁ, ସମାନ ସ୍ଥିତି ଅନ୍ୟତମ ସହିଦ ମେଜର ଅସୀତ ଭଗତଙ୍କ ଘରେ। ସହିଦ ଅତୀଶଙ୍କ ଦାଦା ରଶପାଲ କହିଛନ୍ତି- “ତିନିଦିନ ପୂର୍ବେ ଫୋନରେ କଥା ହୋଇଥିଲି। କିଛି ଚିନ୍ତା ନ କରିବାକୁ ସେ କହିଥିଲା। ଆମେ କେବେ ଭାବି ନ ଥିଲୁ ଏମିତି କିଛି ଘଟିଯିବ ବୋଲି।
ତାଙ୍କ ଜଣେ ବନ୍ଧୁ କହିଛନ୍ତି- “ସତୀଶ ପିଲାଟେ ଦିନରୁ ନିଜ ବାପାଙ୍କ ପରି ଆର୍ମିରେ ଯିବାକୁ ଚାହୁଁଥିଲା। ତାହା ସେ କରି ଦେଖାଇଥିଲେ। ସତୀଶଙ୍କୁ ନେଇ ଆମେ ଏବେ ଗର୍ବ ଅନୁଭୋବ କରୁଛୁ। ହେଲେ ଏବେ ସମୟ ଆସିଛି ପ୍ରତିଶୋଧ ନେବାର। ଭାରତ ଏହାର ପ୍ରତିଶୋଧ ନେଉ।”