ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ:  ଆଖି ବୁଜିଲେ ଜହ୍ନମାମୁଁ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ୯୭ ବର୍ଷ ବୟସରେ  ମଙ୍ଗଳବାର ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି । ୧୯୨୪ରେ ଜନ୍ମିତ ଶିବଶଙ୍କର ୧୯୪୭ ମସିହାରେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜହ୍ନମାମୁଁରେ ତାଙ୍କ ପୁରା ଜୀବନକାଳ କଟିଥିଲା।  ଜହ୍ନମାମୁଁ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ । ଅଶି ଓ ନବେ […]

dead

Niharika Rout
  • Published: Wednesday, 30 September 2020
  • , Updated: 30 September 2020, 08:36 AM IST

ଚେନ୍ନାଇ:  ଆଖି ବୁଜିଲେ ଜହ୍ନମାମୁଁ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ୯୭ ବର୍ଷ ବୟସରେ  ମଙ୍ଗଳବାର ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି ।

୧୯୨୪ରେ ଜନ୍ମିତ ଶିବଶଙ୍କର ୧୯୪୭ ମସିହାରେ ଜହ୍ନମାମୁଁରେ ଯୋଗ ଦେଇଥିଲେ । ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ଜହ୍ନମାମୁଁରେ ତାଙ୍କ ପୁରା ଜୀବନକାଳ କଟିଥିଲା।  ଜହ୍ନମାମୁଁ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ କାର୍ଯ୍ୟ କରୁଥିଲେ ।

ଅଶି ଓ ନବେ ଦଶକରେ ବେଶ୍ ଲୋକପ୍ରିୟତା ପାଇଥିଲା ଚନ୍ଦାମାମା ଅଥବା ଜହ୍ନମାମୁଁ ପତ୍ରିକା । ପ୍ରତିଟି ଭାରତୀୟ କିଶୋର ନିଜ ମାତୃଭାଷାରେ ଜହ୍ନମାମୁଁ ପଢିବାକୁ ଭଲ ପାଉଥିଲେ।

Related story