ଆନ୍ଦୋଳନସ୍ଥଳରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ପଞ୍ଜାବର ଜଣେ ୬୫ ବର୍ଷୀୟ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ନିରଞ୍ଜନ ସିଂହ। ତାଙ୍କ ଘର ପଞ୍ଜାବର ତରନତାରନ ଅଞ୍ଚଳରେ। ସେ ଗତକାଲି ରାତି ୧୨.୪୫ରେ […]

aa

Hemant Lenka
  • Published: Tuesday, 22 December 2020
  • , Updated: 22 December 2020, 11:08 AM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦିଲ୍ଲୀର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ପଞ୍ଜାବର ଜଣେ ୬୫ ବର୍ଷୀୟ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ନିରଞ୍ଜନ ସିଂହ। ତାଙ୍କ ଘର ପଞ୍ଜାବର ତରନତାରନ ଅଞ୍ଚଳରେ। ସେ ଗତକାଲି ରାତି ୧୨.୪୫ରେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ହରିଆଣାର ରୋହତକରେ ଥିବା ପିଜିଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଷ ପିଇବା ପୂର୍ବରୁ ନିରଞ୍ଜନ ଗୋଟିଏ ସୁଇସାଇଡ ନୋଟ୍‌ ଛାଡ଼ିଛନ୍ତି। ଏହାକୁ ପୁଲିସ୍‌ ଜବତ କରି ଅଧିକ ଖୋଳତାଡ଼ ଆରମ୍ଭ କରିଛି। ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଚାଷୀଙ୍କ ବୟାନ ମଧ୍ୟ ରେକର୍ଡ କରିବ ବୋଲି କହିଛି।

Related story