ହିଂସା ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଚାଷୀ, ଏଫଆଇଆର୍‌ରେ ଏକାଧିକ କୃଷକ ନେତାଙ୍କ ନାଁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷି ଆଇନ ବିରୋଧରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପଛରେ ବଡ଼ଧରଣର ଷଡ଼ଯନ୍ତ୍ରର ଗନ୍ଧ ବାରିଛି ଚାଷୀ ସଂଗଠନ। ଚାଷୀମାନେ ଦୀର୍ଘ ଦିନ ହେଲା କରୁଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଓ ସଂଗଠନ ଏଭଳି ହିଂସାକାଣ୍ତ ଘଟାଇଥିବା ଚାଷୀମାନେ କହିଛନ୍ତି। ଏଥିସହ ଚାଷୀନେତାମାନେ ଆନ୍ଦୋଳନକାରୀଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛନ୍ତି। କେନ୍ଦ୍ର ବିରୋଧରେ ସେମାନଙ୍କ ଲଢ଼େଇ ଦୀର୍ଘଦିନ ଧରି ଚାଲିବ ବୋଲି […]

f

Hemant Lenka
  • Published: Wednesday, 27 January 2021
  • , Updated: 27 January 2021, 04:45 PM IST

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷି ଆଇନ ବିରୋଧରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ପଛରେ ବଡ଼ଧରଣର ଷଡ଼ଯନ୍ତ୍ରର ଗନ୍ଧ ବାରିଛି ଚାଷୀ ସଂଗଠନ। ଚାଷୀମାନେ ଦୀର୍ଘ ଦିନ ହେଲା କରୁଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କିଛି ଅସାମାଜିକ ବ୍ୟକ୍ତି ଓ ସଂଗଠନ ଏଭଳି ହିଂସାକାଣ୍ତ ଘଟାଇଥିବା ଚାଷୀମାନେ କହିଛନ୍ତି।

ଏଥିସହ ଚାଷୀନେତାମାନେ ଆନ୍ଦୋଳନକାରୀଙ୍କୁ ଶାନ୍ତି ସ୍ଥାପନ ପାଇଁ ନିବେଦନ କରିଛନ୍ତି। କେନ୍ଦ୍ର ବିରୋଧରେ ସେମାନଙ୍କ ଲଢ଼େଇ ଦୀର୍ଘଦିନ ଧରି ଚାଲିବ ବୋଲି ମଧ୍ୟ ସେମାନେ କହିଛନ୍ତି। ଗତାକାଲି ଚାଷୀମାନେ ଟ୍ରାକ୍ଟର ରାଲି କରୁଥିବା ବେଳେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଥିଲା। ଏପରି କି ଶହଶହ ଚାଷୀ ଦିଲ୍ଲୀ ଲାଲକିଲ୍ଲାରେ ଚଢ଼ି ଶିଖ ଧର୍ମର ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲାଲକିଲ୍ଲାରେ ଆନ୍ଦୋଳନକାରୀ ପତାକା ଉଡ଼ାଇବା ସହ କମ୍ପ୍ୟୁଟ ଓ ଝରକା ଭଙ୍ଗାରୁଜା କରିଛନ୍ତି। ତେବେ ଏହି ହିଂସାକାଣ୍ଡ ଘଟଣାରୁ ଚାଷୀ ସଂଗଠନ ନିଜକୁ ଦୂରେଇ ରଖିଛି।

ହିଂସାକାଣ୍ଡ ଘଟଣାରେ ଦିଲ୍ଲୀ ପୁଲିସ୍ ୨୨ଟି ମାମଲା ରୁଜୁ କରିଛି। ଏଥିରେ ଏକାଧିକ ଚାଷୀନେତାଙ୍କ ନାଁ ରହିଛି। ଗୋଟିଏ ଏଫଆଇଆରରେ ଲୁଟପାତର ଅଭିଯୋଗ ହୋଇଛି। ଏଥିରେ ସ୍ୱରାଜ ଅଭିଯାନର ଯୋଗେନ୍ଦ୍ର ଯାଦବ ଓ କେନ୍ଦ୍ର ସହ ଆଲୋଚନା କରିଥିବା ୪୦ ଚାଷୀ ନେତାଙ୍କ ନାଁ ରହିଛି।

ସେହିପରି ଦିଲ୍ଲୀ ପୁଲିସ୍ ରୁଜ କରିଥିବା ଏଫଆଇଆରରେ ଯୋଗେନ୍ଦ୍ର ଯାଦବଙ୍କ ବ୍ୟତୀତ, ଦର୍ଶନ ପାଲ ସିଂହ, ଗୁରନାମ ଛୁଦାନି, ରାଜେନ୍ଦ୍ର ସିଂହ, ବଲବୀର ସିଂହ ରାଜୱେଲ, ବୁଟା ସିଂହ, ଯୋଗେନ୍ଦ୍ର ସିଂହ ଉଗ୍ରାହନ, ସତନାମ ପନ୍ନୁ ଓ ଭାରତୀୟ କିଷାନ ମୋର୍ଚ୍ଚାର ମୁଖପାତ୍ର ରାକେଶ ଟିକେତଙ୍କ ନାଁ ରହିଛି। ପୁଲିସ୍‌ ପୂରା ଘଟଣାରେ ୨୦୦ ଜଣଙ୍କୁ ଅଟକ ରଖିଛି। ଖୁବଶୀଘ୍ର ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।

ଲାଲକିଲ୍ଲାରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କ ନାଁରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି। କିନ୍ତୁ ପଞ୍ଜାବର ଜଣେ ଗ୍ୟାଙ୍ଗଷ୍ଟର ଲଖନ ମଧ୍ୟ ଚାଷୀଙ୍କୁ ଉସକାଇବା ଭଳି ଭାଷଣ ଦେଇଥିବା ଭିଡିଓ ଭାଇରାଲ ହୋଇଛି। ତାଙ୍କ ନାଁ ମଧ୍ୟ ଏଫଆଇଆରରେ ନଥିବା କୁହାଯାଉଛି।

ଜଣେ ଚାଷୀ ନେତା ହିଂସାକାଣ୍ଡ ପାଇଁ ପଞ୍ଜାବ ଅଭିନେତା ଓ ସ୍ୱେଚ୍ଛାସେବୀ ଦୀପ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସେ ହିଁ ଚାଷୀମାନଙ୍କୁ ଉସକାଇଛନ୍ତି ଓ ରେଡଫୋର୍ଟରେ ଶିଖ ପତାକା ଉଡ଼ାଇଛନ୍ତି। ଦୀପ ସିଦ୍ଧୁ ହେଉଛନ୍ତି ସରକାରଙ୍କ ଲୋକ। ବିଜେପି ସାଂସଦ ସନ୍ନି ଦେୱଲଙ୍କ ପାଇଁ ସେ ପ୍ରଚାର କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ସେ ଫଟୋ ଉଠାଇଛନ୍ତି।

ତେଣୁ ଆମ ସମସ୍ତଙ୍କୁ ହିଂସା ପଛର ଷଡ଼ଯନ୍ତ୍ରକୁ ବୁଝିବାକୁ ପଡ଼ିବ। ଏହି ଲୋକମାନେ କେମିତି ରେଡଫୋର୍ଟରେ ପହଞ୍ଚିଲେ? ପୁଲିସ୍ ସେମାନଙ୍କୁ ପତାକା ଉଡ଼ାଇବା ପରେ କେମିତି ଛାଡ଼ିଦେଲା? ଯେଉଁମାନେ ଲାଲକିଲ୍ଲାରେ ବିଶୃଙ୍ଖଳା କରିଛନ୍ତି ସେମାନେ ସର୍ଦ୍ଦାର ନୁହନ୍ତି, ବରଂ ଗରଦାର ବୋଲି ଚାଷୀ ନେତା ଜଣଙ୍କ ଅଭିଯୋଗ କରିଛନ୍ତି।

Related story