ହୃଦୟ ଜିତିଲେ ଚାଷୀ, ବିମାନ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବେ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସବୁଠାରୁ ଅଧିକ ଦୟନୀୟ ସ୍ଥିତର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ଏଭଳି ୧୦ ଜଣ ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିବା ସହ ବିମାନ ଯୋଗେ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ଜଣେ ଚାଷୀ। ଦିଲ୍ଲୀର ତିଗିପୁର ଗାଁରେ ଏହି ଘଟଣା ଘଟିଛି। ପାପ୍ପନ ସିଂହ ନାମକ ଜଣେ ଛତୁ ଚାଷୀ ୭୦ ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କ ପାଖରେ କାମ କରୁଥିବା ୧୦ ଜଣ ପ୍ରବାସୀଙ୍କୁ ବିମାନ […]

n

Hemant Lenka
  • Published: Wednesday, 27 May 2020
  • , Updated: 27 May 2020, 06:12 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସବୁଠାରୁ ଅଧିକ ଦୟନୀୟ ସ୍ଥିତର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ। ଏଭଳି ୧୦ ଜଣ ପ୍ରବାସୀ ଶ୍ରମିକଙ୍କୁ ସହଯୋଗ କରିବା ସହ ବିମାନ ଯୋଗେ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ଜଣେ ଚାଷୀ।

ଦିଲ୍ଲୀର ତିଗିପୁର ଗାଁରେ ଏହି ଘଟଣା ଘଟିଛି। ପାପ୍ପନ ସିଂହ ନାମକ ଜଣେ ଛତୁ ଚାଷୀ ୭୦ ହଜାର ଟଙ୍କା ଖର୍ଚ୍ଚ କରି ତାଙ୍କ ପାଖରେ କାମ କରୁଥିବା ୧୦ ଜଣ ପ୍ରବାସୀଙ୍କୁ ବିମାନ ଯୋଗେ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି। ଏହି ଟଙ୍କାରେ ସେ ୧୦ ଜଣ ଶ୍ରମିକଙ୍କ ପାଇଁ ବିମାନ ଟିକେଟ ନିଜେ ବୁକିଂ କରି ସେମାନଙ୍କୁ ହସ୍ତାନ୍ତର କରିଛନ୍ତି।

ଏହି ଶ୍ରମିକମାନେ ବିହାରରୁ ଆସି ଏଠାରେ କାମ କରୁଥିଲେ। ହେଲେ କରୋନା ଲକଡାଉନ ଯୋଗୁ ସେମାନେ ଦିଲ୍ଲୀରେ ହଁ ଫସି ଯାଇଥିଲେ। ତେବେ ଏହି ସଙ୍କଟମୟ ପରିସ୍ଥିତିରେ ବି ପପ୍ପନ ସିଂହ ଶ୍ରମିକମାନଙ୍କ କଥା ଭୁଲି ଯାଇ ନଥିଲେ। ସେ ସମସ୍ତଙ୍କୁ ଦୀର୍ଘ ଦୁଇ ମାସ ହେଲାଣି ଖାଇବାକୁ ଦେବା ସହ ରହିବାର ବ୍ୟବସ୍ଥା ମଧ୍ୟ କରିଥିଲେ। ଶେଷରେ ସମସ୍ତଙ୍କ ପାଇଁ ବିମାନ ଟିକେଟ ମଧ୍ୟ କରିଛନ୍ତି।

ଲଖିୱିନ୍ଦର ରାମ ନାମକ ଶ୍ରମିକ କହିଛନ୍ତି, “ମୁଁ କେବେ ହେଲେ ଜୀବନରେ ବିମାନରେ ବସିବି ବୋଲି ସ୍ୱପ୍ନରେ ବି ଭାବି ନଥିଲି। ଏବେ ମୁଁ ବିମାନରେ ବସିବାକୁ ଯାଉଛି। ମୋ ଖୁସିକୁ ମୁଁ ଶବ୍ଦରେ ବୟାନ କରିପାରୁନାହିଁ। କିନ୍ତୁ ଆସନ୍ତାକାଲି ଏୟାରପୋର୍ଟରେ ପହଞ୍ଚିବା ପରେ ମୁଁ କ’ଣ କରିବି, ସେକଥା ଭାବି ବେଶ ନର୍ଭସ ଲାଗୁଛି।”

ପପ୍ପନ ସିଂହ କହିଛନ୍ତି, “ଏମାନେ ମୋ ପାଖରେ ଦୀର୍ଘ ବର୍ଷ ହେଲାଣି କାମ କରୁଛନ୍ତି। ସେମାନଙ୍କୁ ବିନା ସୁରକ୍ଷାରେ ମୁଁ ଛାଡ଼ିପାରିବି ନାହିଁ। କାରଣ ସେମାନଙ୍କର ରାସ୍ତାରେ କିଛି ହୋଇଗଲେ ମୁଁ ନିଜକୁ କେବେ ହେଲେ କ୍ଷମା କରିପାରିବି ନାହିଁ। ମୋର ଗୋଟିଏ ଲକ୍ଷ୍ୟ ସେମାନେ ସୁରକ୍ଷିତ ଭାବେ କେମିତି ନିଜ ଘରେ ପହଞ୍ଚିବେ।”

ଆସନ୍ତକାଲି ଦିଲ୍ଲୀରୁ ସକାଳ ୬ଟାରେ ଏହି ଶ୍ରମିକମାନେ ଯିବାକୁ ଥିବା ବିମାନ ଉଡ଼ାଣ ଭରିବ। ଏହାପୂର୍ବରୁ ସେମାନଙ୍କର ମେଡିକାଲ ସ୍କ୍ରିନିଂ କରାଯିବ।

ଏହି ଶ୍ରମିକମାନେ ବିହାରର ପାଟନା ଏୟାରପୋର୍ଟରେ ପହଞ୍ଚିବା ପରେ ସେମାନଙ୍କୁ ଗାଁକୁ ନେବା ପାଇଁ ଗୋଟିଏ ବସ୍‌ର ବ୍ୟବସ୍ଥା ମଧ୍ୟ ପପ୍ପନ ସିଂହ କରିଛନ୍ତି। ବସଟି ୧୦ ଶ୍ରମିକଙ୍କୁ ନେଇ ପାଟନାରୁ ସେମାନଙ୍କୁ ସହରସା ଜିଲ୍ଲାରେ ଥିବା ଗାଁକୁ ଯିବ।

Related story