ଦୁଇ ନାବାଳିକାଙ୍କ କାନ୍ଧରେ ଜୁଆଳି, ବଳଦ ପରି ଜମି ଚଷିଲେ ଝିଅ

Ordigital Desk
  • Published: Monday, 10 July 2017
  • , Updated: 10 July 2017, 05:01 PM IST
<p>ନିକଟରେ ମଧ୍ୟପ୍ରଦେଶର ମନ୍ଦସୌରରେ ୫ ଜଣ ଚାଷୀଙ୍କୁ ପୋଲିସ ଗୁଳିକରି ହତ୍ୟା କରିବା ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ଆଉ ଏକ ଚାଷୀଙ୍କୁ ହତାଦର ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଜଣେ ଗରିବ ଚାଷୀ, ବଳଦ କିଣି ନ ପାରିବାରୁ ଦୁଇ ଝିଅକୁ ଧରେଇ ଦେଇଛି ହଳ। ବଳଦ ଜାଗାରେ ଦୁଇଝିଅ ବିଲରେ ହଳ ଟାଣୁଛନ୍ତି , ବାପା ଧରିଛନ୍ତି ନଙ୍ଗଳ କଣ୍ଟି। ଖୋଦ୍ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଗାଁରେ ଘଟିଛି ଏଭଳି ଲଜ୍ଜାକର ଘଟଣା ।</p> <p>ବସନ୍ତପୁର ପାଙ୍ଗ୍ରି ଗାଁର ସରଦାର ବରେଲା ହେଉଛନ୍ତି ଜଣେ ଅତ୍ୟନ୍ତ ଗରିବ ଚାଷୀ । ଅର୍ଥ ଅଭାବରୁ ଅଷ୍ଟମ ଶ୍ରେଣୀରୁ ଦୁଇଝିଅଙ୍କ ପାଠରେ ବନ୍ଧା ହୋଇଛି ଡୋର। ଚାଷ ପାଇଁ ବଳଦ କିଣିବାକୁ ପାଖରେ ପଇସା ନଥିବାରୁ, ଦୁଇଝିଅ ବାପାଙ୍କୁ ଚାଷ କାମରେ ସାହାଯ୍ୟ କରୁଛନ୍ତି। ବଳଦ ଜାଗାରେ ଦୁଇ ଝିଅ ହଳ ଟାଣୁଥିବା ବେଳେ ସରଦାର ନିଜେ ଲଙ୍ଗଳ କଣ୍ଟି ଧରିଛନ୍ତି , (ଭିଡିଓ ଦେଖନ୍ତୁ)।</p> <p>ଏହି ଘଟଣା ପରେ ଶାସକ ଦଳର ଚେତା ଫେରିଛି । ବିଜେପି ସାଂସଦ ଆଲୋକ ସନଜାର କହିଛନ୍ତି, ସେହି ଚାଷୀଙ୍କୁ ଯଥାଶୀଘ୍ର ସହାଯ୍ୟ ଯୋଗାଇଦେବାକୁ ସରକାର ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ଗମ୍ଭୀର ଭାବରେ ନେଇଛନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।</p> <p>ସରକାରୀ ଆକଳନ ଅନୁଯାୟୀ, ରାଜ୍ୟର ସିହୋର ଜିଲ୍ଲାରେ ଗରିବଙ୍କ ସଂଖ୍ୟା ଅଧିକ ରହିଛି । ରାଜ୍ୟର ଅନେକ ଅଞ୍ଚଳରେ, ବିଶେଷକରି ଆଦିବାସୀ ଅଧ୍ୟୁଷିତ ଗାଁ ଗୁଡିକରେ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ଗତ ମାସରେ ମଧ୍ୟପ୍ରଦେଶରେ 51 ଜଣ ଚାଷୀ ଆତ୍ମହତ୍ୟା ପାଇଁ ଉଦ୍ୟମ କରଥିବା ବେଳେ ଏଥିରୁ କେବେଳ ସିହୋର ଜିଲ୍ଲାରୁ ଥିଲେ 11 ଜଣ ଚାଷୀ ।</p>

Related story