ଇମ୍ରାନ୍‌ଙ୍କୁ ଅଫର, ‘ଟମାଟୋ ନିଅ, ପିଓକେ ଦିଅ’

ନୂଆଦିଲ୍ଲୀ: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ ରହିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଟମାଟୋ କେଜି ୪୦୦-୫୦୦ ଟଙ୍କା ରହିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶ ଝାବୁଆର ଜଣେ ଚାଷୀ ଅଫର ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସେ ଏକ ଅଫର ଦେଇ କହିଛନ୍ତି, ଇମ୍ରାନ ଖାନ, ଆମକୁ ପାକିସ୍ତାନ ଅଧୀକୃତ କଶ୍ମୀର ଦିଅ, ବଦଳରେ ଆମଠାରୁ ଟମାଟୋ ନିଅ। ଏଥିସହ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ କ୍ଷମା ମାଗିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, […]

tomatto

Subhransu Sekhar
  • Published: Sunday, 24 November 2019
  • , Updated: 24 November 2019, 07:07 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ ରହିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଟମାଟୋ କେଜି ୪୦୦-୫୦୦ ଟଙ୍କା ରହିଛି। ଏବେ ଏହାକୁ ନେଇ ମଧ୍ୟପ୍ରଦେଶ ଝାବୁଆର ଜଣେ ଚାଷୀ ଅଫର ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସେ ଏକ ଅଫର ଦେଇ କହିଛନ୍ତି, ଇମ୍ରାନ ଖାନ, ଆମକୁ ପାକିସ୍ତାନ ଅଧୀକୃତ କଶ୍ମୀର ଦିଅ, ବଦଳରେ ଆମଠାରୁ ଟମାଟୋ ନିଅ। ଏଥିସହ ୨୦୦୮ ମୁମ୍ବାଇ ଆକ୍ରମଣ ପାଇଁ କ୍ଷମା ମାଗିବାକୁ ସେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ ହେବା ପରେ ପାକିସ୍ତାନର ଅନେକ ଜିନିଷର ଦରଦାମ ଆକାଶ ଛୁଆଁ ହୋଇଛି। ଫଳରେ ପାକିସ୍ତାନରେ ରୁଟି ପାଖରୁ ଆରମ୍ଭ କରି ପରିବା ଓ ଅନ୍ୟାନ୍ୟ ଜିନିଷ ଆକାଶଛୁଆଁ ହୋଇଛି। ଦରଦାମକୁ ନେଇ ଅସହ୍ୟ ହେବା ପରେ ପାକିସ୍ତାନର ଲୋକମାନେ ମଧ୍ୟ ଇମ୍ରାନ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି।

ନିକଟରେ ଜଣେ ନବବଧୂ ତାଙ୍କ ବାହାଘରରେ ଗହଣା ବଦଳରେ ଟମାଟୋ ପିନ୍ଧିଥିବା ଦେଖିବାକୁ ମିଳିଥିଲା। କାନଫୁଲ, ହାର, ଏବଂ ଚୁଡି ସବୁକିଛି ଟମାଟୋରେ ତିଆରି ହୋଇଥିଲା। ଖାଲି ଏତିକି ନୁହେଁ ନବବୋଧୂର ବାପଘର ଲୋକେ ଝିଅକୁ ଯୌତୁକ ବାବଦରେ ତିନି ପେଟି ଟମାଟୋ ଦେଇଥିଲେ।

Related story