ସରକାରଙ୍କ କୃଷି ଆଇନ ସ୍ଥଗିତ ରଖିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା, ସେଥିରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଛି। ବୁଧବାର ୧୦ମ ରାଉଣ୍ଡ ବୈଠକ ବେଳେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଚାଷୀମାନେ ମଧ୍ୟ ଏହା ଉପରେ ବିଚାର କରିବେ ବୋଲି କହିଥିଲେ। ତେଣୁ ଚାଷୀ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା […]

fua

Hemant Lenka
  • Published: Thursday, 21 January 2021
  • , Updated: 21 January 2021, 08:55 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଯେଉଁ ସମ୍ଭାବନା ସୃଷ୍ଟି ହୋଇଥିଲା, ସେଥିରେ ବି ପୂର୍ଣ୍ଣଚ୍ଛେଦ ପଡ଼ିଛି। ବୁଧବାର ୧୦ମ ରାଉଣ୍ଡ ବୈଠକ ବେଳେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଦେଢ଼ ବର୍ଷ ଯାଏ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ।

ଚାଷୀମାନେ ମଧ୍ୟ ଏହା ଉପରେ ବିଚାର କରିବେ ବୋଲି କହିଥିଲେ। ତେଣୁ ଚାଷୀ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି କୁହାଯାଉଥିଲା। କିନ୍ତୁ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ସରକାରଙ୍କ ଏହି ସ୍ଥଗିତ ପ୍ରସ୍ତାବକୁ ଚାଷୀମାନେ ଅଗ୍ରାହ୍ୟ କରିଛନ୍ତି। ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହିଁ ଚାଷୀ ଆନ୍ଦୋଳନକୁ ବନ୍ଦ କରିପାରିବ ବୋଲି ବୈଠକରେ ଯୋଗଦେଇଥିବା କୃଷକମାନେ କହିଛନ୍ତି।

ଚାଷୀ ନେତା ଯୋଗିନ୍ଦର ଏସ ଉଗ୍ରାହନ କହିଛନ୍ତି, ସରକାର ଗତକାଲି କୃଷି ଆଇନ ସ୍ଥଗିତ ରଖିବା ସଂକ୍ରାନ୍ତରେ ଦେଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ଆଜି ବୈଠକ ବସିଥିଲା। ତେବେ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି ଯେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ, ସରକାରଙ୍କ କୌଣସି ପ୍ରସ୍ତାବକୁ ଗ୍ରହଣ କରାଯିବ ନାହିଁ।

ଆସନ୍ତାକାଲି ସରକାରଙ୍କ ସହ ଆମର ବୈଠକ ରହିଛି। ଏହି ବୈଠକରେ ଆମେ କେବଳ ଗୋଟିଏ ଦାବି ଉପସ୍ଥାପନ କରିବୁ। ଆଉ ସେହି ଦାବି ହେଉଛି କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା। ଯେଉଁ ପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ହୋଇନାହିଁ, ସେ ଯାଏ ଏମିତି ଆନ୍ଦୋଳନ ଚାଲିଥିବ। ସେହିପରି ଜାନୁଆରୀ ୨୬ରେ ଆଉଟର ରିଙ୍ଗ ରୋଡରେ ମଧ୍ୟ ଚାଷୀମାନେ ଟ୍ରାକ୍ଟର ରାଲି କରି ପ୍ରତିବାଦ କରିବେ ବୋଲି ସେ କହିଛନ୍ତି।

Related story