Advertisment

କର୍ମଚାରୀଙ୍କୁ ପୂଜା ଭେଟି, ମିଳିବ ୧୦ ହଜାର ଟଙ୍କାର ଅଗ୍ରୀମ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକଙ୍କ ଚାହିଦା ଓ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ,  ସ୍ୱତନ୍ତ୍ର ଏଲଟିସି କ୍ୟାଶ୍ ଭାଉଚର ଓ ଫେଷ୍ଟିଭାଲ ଆଡଭାନ୍ସ ଭାଉଚର୍ ସ୍କିମ୍ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଅର୍ଥନୀତି ଚାହିଦାରେ ଅଭିବୃଦ୍ଧି ଆଣିବାକୁ ସର୍ବମୋଟ୍ ୪ଟି ପଦକ୍ଷେପ ନେଇଛନ୍ତି। ସରକାରୀ […]

ଅଦ୍ୟତନ ହୋଇଛି
କର୍ମଚାରୀଙ୍କୁ ପୂଜା ଭେଟି, ମିଳିବ ୧୦ ହଜାର ଟଙ୍କାର ଅଗ୍ରୀମ

c

Advertisment

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ କ୍ଷତିଗ୍ରସ୍ତ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଆଜି ଅନେକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଗ୍ରାହକଙ୍କ ଚାହିଦା ଓ ଖର୍ଚ୍ଚ କରିବାର କ୍ଷମତା ବୃଦ୍ଧି କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ନୂଆ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ,  ସ୍ୱତନ୍ତ୍ର ଏଲଟିସି କ୍ୟାଶ୍ ଭାଉଚର ଓ ଫେଷ୍ଟିଭାଲ ଆଡଭାନ୍ସ ଭାଉଚର୍ ସ୍କିମ୍ ଘୋଷଣା କରିଛନ୍ତି।

Advertisment

କେନ୍ଦ୍ର ସରକାର ଅର୍ଥନୀତି ଚାହିଦାରେ ଅଭିବୃଦ୍ଧି ଆଣିବାକୁ ସର୍ବମୋଟ୍ ୪ଟି ପଦକ୍ଷେପ ନେଇଛନ୍ତି। ସରକାରୀ କର୍ମଚାରୀମାନଙ୍କୁ ଏଲଟିସି ବଦଳରେ କ୍ୟାଶ୍ ଭାଉଚର୍ସ, କର୍ମଚାରୀଙ୍କୁ ଫେଷ୍ଟିଭାଲ୍ ଆଡଭାନ୍ସ ଦେବା, ରାଜ୍ୟ ସରକାରମାନଙ୍କୁ ୫୦ ବର୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ ଓ ବଜେଟରେ ସ୍ଥିର କରାଯାଇଥିବା ପୁଞ୍ଜିଗତ ବ୍ୟୟ ବ୍ୟତୀତ କେନ୍ଦ୍ର ଦ୍ୱାରା ଭିତ୍ତିଭୂମି ବିକାଶ ପାଇଁ ଅତିରିକ୍ତ ୨୫ ହଜାର କୋଟି ଟଙ୍କା ବ୍ୟୟବରାଦ ଭଳି ଚାରୋଟି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ।

ସୀତାରମଣ କହିଛନ୍ତି ଯେ, ଯୋଗାଣ ବ୍ୟବସ୍ଥା ସାମାନ୍ୟ ସ୍ୱାଭାବିକ ହୋଇଥିବା ବେଳେ ଉପଭୋକ୍ତାଙ୍କ ଚାହିଦା ଏବେ ବି ପ୍ରଭାବିତ ରହିଛି। କୋଭିଡ୍-୧୯ ପରିସ୍ଥିତି ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ହେଲେ ସରକାର ଗରିବଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଜରିଆରେ ପଦକ୍ଷେପ ନେଇଛନ୍ତି।

Advertisment

ସେ ପୁଣି କହିଛନ୍ତି, ଚାହିଦାକୁ ନ୍ୟାୟପୂର୍ଣ୍ଣ ଭାବେ ତ୍ୱରାନ୍ୱିତ କରିବାକୁ ଏହି ସବୁ ପ୍ରସ୍ତାବ ଅଣାଯାଇଛି। କେତେକ ପ୍ରସ୍ତାବ ଜରିଆରେ ଖର୍ଚ୍ଚ କ୍ଷମତାକୁ ବଢ଼ାଇବା ଲକ୍ଷ୍ୟ ରହିଛି। ଆଉ କେତେକ ସିଧାସଳଖ ଜିଡିପି ବୃଦ୍ଧିରେ ମଧ୍ୟ ସହାୟକ ହେବ। ଅର୍ଥ ବ୍ୟବସ୍ଥାରେ ଚାହିଦା ବୃଦ୍ଧି ପାଇଁ ସରକାର ଯେଉଁ ପ୍ରସ୍ତାବ ଆଣିଛନ୍ତି, ତାହା ମୁଖ୍ୟତଃ ଦୁଇଟି ବର୍ଗରେ ବଣ୍ଟନ କରାଯାଇଛି ଯଥା- ଉପଭୋକ୍ତାଙ୍କ ଖର୍ଚ୍ଚ ଏବଂ ପୁଞ୍ଜିଗତ ଖର୍ଚ୍ଚ।

ଅର୍ଥମନ୍ତ୍ରୀ ସରକାରୀ କର୍ମଚାରୀମାନଙ୍କ ପାଇଁ ଏଲଟିସି କ୍ୟାଶ୍ ଭାଉଚର ସ୍କିମ ଓ ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ ସ୍କିମ୍ ଘୋଷଣା କରିଛନ୍ତି। ଏଲଟିସି କ୍ୟାଶ୍ ଭାଉଚର ସ୍କିମ୍ ଅନୁଯାୟୀ, ଯଦି ସରକାରୀ କର୍ମଚାରୀ ଅତିକମରେ ୧୨% ଜିଏସଟି ସଂଗ୍ରହ କଲାଭଳି ଯେକୌଣସି ସାମଗ୍ରୀ କିଣୁଛନ୍ତି, ତେବେ ତାଙ୍କର ଛୁଟିଦିନ ପାଇଁ ମିଳୁଥିବା ଟଙ୍କା ଓ ତିନି ଥରର ଟିକେଟ୍ ଭଡ଼ା ବାବଦ ପାଇଁ ଲାଗୁ ହେଉଥିବା ଟଙ୍କା ନେବାର ବିକଳ୍ପ ସୁବିଧା ମିଳିବ। ଯଦି କେନ୍ଦ୍ରୀୟ କର୍ମଚାରୀ ଏହି ବିକଳ୍ପକୁ ଆପଣାଇବେ, ତା’ହେଲେ ସରକାରଙ୍କୁ ୫୬୭୫ କୋଟି ଟଙ୍କା ବୋଝ ପଡ଼ିବ।

ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ ଜରିଆରେ ସରକାର ସରକାରୀ କର୍ମଚାରୀମାନଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଫେଷ୍ଟିଭାଲ୍ ଆଡଭାନ୍ସ ଦେଇଛନ୍ତି। ଏଥିରେ କର୍ମଚାରୀମାନଙ୍କୁ ରୁପେ କାର୍ଡରେ ୧୦ ହଜାର ଟଙ୍କା ଆଡଭାନ୍ସ ମିଳିବ, ଯାହା ୧୦ ମାସର କିସ୍ତିରେ ଆଦାୟ କରାଯିବ। ଏହି ପ୍ରସ୍ତାବ ମାଧ୍ୟମରେ ୮ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଚାହିଦା ବୃଦ୍ଧି ହେବାର ଲକ୍ଷ୍ୟ ରଖିଛନ୍ତି ସରକାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe