ଖୋଲୁଛି ବିଜେପି ନେତା ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ଗୁମର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକି ତାଙ୍କର ଯୌନ କେଳେଙ୍କାରୀର ଚିତ୍ର ପଦାକୁ ଆଣିଛି। ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ […]

Swami-Chinmayananda

Swami-Chinmayananda

Subhransu Sekhar
  • Published: Wednesday, 11 September 2019
  • Updated: 11 September 2019, 04:15 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବିଜେପି ନେତା ତଥା ଦେଶର ପୂର୍ବତନ ସ୍ୱରାଷ୍ଟ୍ରମନ୍ତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ ବେଳେ ଅନେକ ଗୁମର ଖୋଲିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଲ’ କଲେଜର ଛାତ୍ରୀ ଏସଆଇଟି ତଦନ୍ତ ବେଳେ ଚିନ୍ମୟାନନ୍ଦଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଯାହାକି ତାଙ୍କର ଯୌନ କେଳେଙ୍କାରୀର ଚିତ୍ର ପଦାକୁ ଆଣିଛି।

[caption id="attachment_433088" align="aligncenter" width="750"] ପୀଡ଼ିତାଙ୍କ ଦ୍ୱାରା କରାଯାଇଥିବା ରେକର୍ଡିଂର କିଛି ଫଟୋ[/caption]

ପୀଡ଼ିତା ଛାତ୍ରୀ ଏସଆଇଟି ତଦନ୍ତ ବେଳେ କହିଛନ୍ତି ଚିନ୍ମୟାନନ୍ଦ ଝିଅଙ୍କ ବାଥ୍ ରୁମରେ ସିସିଟିଭି ଲଗାଇ ଝିଅଙ୍କ ଗାଧୋଇବାର ଅନେକ ଭିଡିଓ ରେକର୍ଡିଂ କରିଥିଲେ। ଏହାପରେ ସେହି ଭିଡିଓକୁ ଦେଖାଇ ଚିନ୍ମୟାନନ୍ଦ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏମିତିକି ତାଙ୍କ ଦେହ ମାଲିସ କରାଉଥିଲେ। ତେବେ ପୀଡିତା ମଧ୍ୟ ନିଜକୁ ବଞ୍ଚାଇବା ପାଇଁ ଚିନ୍ମୟାନନ୍ଦଙ୍କ ଯୌନ କେଳେଙ୍କାରୀର ରେକର୍ଡିଂ କରିଥିଲେ। ଯାହାକି ଏସଆଇଟିକୁ ଏକ ପେନ ଡ୍ରାଇଭ ମାଧ୍ୟମରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

ସେହିପରି ଅନ୍ୟ ଜଣେ ପୀଡ଼ିତା ତାଙ୍କ ଘର କଲେଜ ପାଖରେ ହୋଇଥିଲେ ମଧ୍ୟ ସେ କାହିଁକି ହଷ୍ଟେଲରେ ରହୁଥିଲେ ତା’ର ଗୁମର ମଧ୍ୟ ଖୋଲିଛନ୍ତି। ସେ କହିଛନ୍ତି କଲେଜକୁ ଏଲଏଲଏମ ଆଡମିଶନ ନେବା ପାଇଁ ଚାହୁଁଥିଲେ ହେଲେ ଚିନ୍ମୟାନନ୍ଦ ତାଙ୍କୁ ଚାକିରି ଦେଇଥିଲେ। ହେଲେ କାମର ବୋଝ ଅଧିକ ହେବାରୁ ପୀଡିତାଙ୍କୁ ହଷ୍ଟେଲରେ ରହିବାକୁ ପଡ଼ୁଥିଲା। ଆଉ ଯାହାର ମନ୍ଦ ଉପଯୋଗ କରିଥିଲେ କଲେଜର ମାଲିକ ତଥା ବିଜେପି ନେତା ଚିନ୍ମୟାନନ୍ଦ। ପୀଡିତାଙ୍କ ବୟାନ ପରେ ଏସଆଇଟି ଟିମ୍ ଆସି ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଦେଖିଛନ୍ତି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ଶାହଜାହାନପୁରରେ ଥିବା ଚିନ୍ମୟାନନ୍ଦ ଲ କଲେଜରେ ଏଲଏଲବି ପଢ଼ୁଥିବା ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ନାଟକୀୟ ଭାବରେ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ।

ଉତ୍ତର ପ୍ରଦେଶ ପୁଲିସ ଏହି 'ନିଖୋଜ ଯୁବତୀ'ଙ୍କୁ ଠାବ କରିବାକୁ ୭ଟି ଟିମ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହାପରେ ଅଗଷ୍ଟ ୨୯ରେ ଦିଲ୍ଲୀରେ ନିଖୋଜ ଯୁବତୀ ଜଣଙ୍କ ଥିବା ନେଇ ମୋବାଇଲ୍ ଟ୍ରାକ୍ କରି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଅଗଷ୍ଟ ୩୦ର ସକାଳେ ରାଜସ୍ଥାନର ଫତେପୁର ନିକଟରୁ ଯୁବତୀ ଓ ତାଙ୍କ ବନ୍ଧୁ ସଞ୍ଜୟ ସିଂହଙ୍କୁ ଉଦ୍ଧାର କରିଥିଲା। ଉଭୟଙ୍କୁ ଲକ୍ଷ୍ନୌ ନେଇ ପୁଲିସ ପଚରା ଉଚରା କରିବ ବୋଲି ୟୁପି ଡିଜିପି ଓପି ସିଂହ କହିଥିଲେ ଏବଂ ଅପହରଣ ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି କହିଥିଲେ।

ଏହାପରେ ଓକିଲମାନେ ‘ଉନ୍ନାଓ ଘଟଣା’ ସହିତ ଏହି ମାମଲା ସମାନ ବୋଲି କହିଥିଲେ। ଯାହାକୁ ଗୁରୁତ୍ୱ ଦେଇ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ଜବାବ ତଲବ କରିଥିଲେ। ଏହାପରେ ଏହି ଯୌନ ନିର୍ଯାତନା ମାମଲାର ତଦନ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) କରିବ ବୋଲି ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଇଜି ପାହ୍ୟାର ଜଣେ ପୁଲିସ୍ ଅଧିକାରୀ ଏହି ଏସଆଇଟି ଟିମର ନେତୃତ୍ୱ ନେଉଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆହ୍ଲାବାଦ ହାଇକୋର୍ଟ ଏହି ଯୌନ ନିର୍ଯାତନା ମାମଲା ଉପରେ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos