‘ଅଗଷ୍ଟ ୩୧ ସୁଦ୍ଧା ବାବ୍ରି ମାମଲାର ବିଚାର ସାର’

ନୂଆଦିଲ୍ଲୀ: ୧୯୯୨ ମସିହା ଅଯୋଧ୍ୟା ବାବ୍ରି ମସଜିଦ୍ ମାମଲାର ବିଚାର ସାରିବାକୁ ସୁପ୍ରିମକୋର୍ଟ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ଦେଶର ପ୍ରମୁଖ ନେତାଙ୍କ ନାମ ସାମିଲ୍ ରହିଛି। ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ ଚଳିତବର୍ଷ ଏପ୍ରିଲ ଶେଷ ସୁଦ୍ଧା ବାବ୍ରି ମାମଲାର ବିଚାର କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ପାଇଁ […]

ADVANI-JOSHI

ADVANI-JOSHI

Subhransu Sekhar
  • Published: Friday, 08 May 2020
  • Updated: 08 May 2020, 06:27 PM IST

Sports

Latest News

ନୂଆଦିଲ୍ଲୀ: ୧୯୯୨ ମସିହା ଅଯୋଧ୍ୟା ବାବ୍ରି ମସଜିଦ୍ ମାମଲାର ବିଚାର ସାରିବାକୁ ସୁପ୍ରିମକୋର୍ଟ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ଦେଶର ପ୍ରମୁଖ ନେତାଙ୍କ ନାମ ସାମିଲ୍ ରହିଛି। ଗତବର୍ଷ ଜୁଲାଇରେ ସୁପ୍ରିମକୋର୍ଟ ଚଳିତବର୍ଷ ଏପ୍ରିଲ ଶେଷ ସୁଦ୍ଧା ବାବ୍ରି ମାମଲାର ବିଚାର କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ। କରୋନା ସଂକ୍ରମଣ ପାଇଁ ଦେଶ ଲକଡାଉନ୍ ରହିଛି। ତେଣୁ ଏହି ମାମଲାର ବିଚାର ଅବଧି ଅଗଷ୍ଟ ୩୧ ଯାଏ ବଢ଼ାଇଛନ୍ତି ସର୍ବୋଚ୍ଚ କୋର୍ଟ।

ଦେଶ ଲକଡାଉନ୍ ରହିଛି। ଏହି ମାମଲାର ବିଚାର ପାଇଁ ଅଧିକ ସମୟ ଦରକାର ବୋଲି ସିବିଆଇ କୋର୍ଟ ସୁପ୍ରିମକୋର୍ଟଙ୍କ ନିକଟରେ ନିବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ବିଚାର ଅବଧି ଆଉ ୪ ମାସ ବଢ଼ାଇ ଦେଇଛନ୍ତି। ଆଗକୁ ଲକଡାଉନ୍ ଅବଧି ବୃଦ୍ଧି ପାଇଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ମାମଲାର ଶୁଣାଣି କରି ଶେଷ କରିବାକୁ ସୁପ୍ରିମକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଡ଼ଭାନୀ, ମୁରଲୀ ମନୋହର ଜୋଶୀ, ଉମା ଭାରତୀଙ୍କ ବ୍ୟତୀତ ବିଜେପିର ଅନ୍ୟ ନେତା ବିନୟ କଟିଆର ଏବଂ ସାଧ୍ୱୀ ରିତାମ୍ଭରାଙ୍କ ନାମ ମଧ୍ୟ ରହିଛି। ମସଜିଦ ଭାଙ୍ଗିବା ପାଇଁ ଏମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ଏପ୍ରିଲ ୧୯, ୨୦୧୭ରେ ସୁପ୍ରିମ କୋର୍ଟ ଅନୁଭବ କରିଥିଲେ। ତଦନୁସାରେ ସେମାନଙ୍କ ବିରୋଧରେ ଥିବା ମାମଲାରେ ଏହି ଅଭିଯୋଗ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ସାମିଲ୍ ଥିବା ଅନ୍ୟ ତିନି ଜଣ ଗିରିରାଜ କିଶୋର, ବିଶ୍ୱ ବିନ୍ଦୁ ପରିଷଦର ନେତା ଅଶୋକ ସିଂଘଲ ଏବଂ ବିଷ୍ଣୁହରି ଡାଲମିଆଙ୍କର ଶୁଣାଣି ଚାଲିଥିବା ବେଳେ ମୃତ୍ୟୁ ଘଟିଛି।

ଏପ୍ରିଲ ୨୦୧୭ରେ ସୁପ୍ରିମକୋର୍ଟ ଏହି ପୁରାତନ ମାମଲାର ଶୁଣାଣି ୨ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେପ୍ଟେମ୍ୱର ୨୦୧୯ରେ ବିଚାରପତିଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। ଏହାପରେ ଆଉ ୯ ମାସ ପାଇଁ କୋର୍ଟ ସିବିଆଇ ବିଚାରପତି ଏସକେ ଯାଦବଙ୍କ କାର୍ଯ୍ୟକାଳ ମାମଲାର ଶୁଣାଣି ଶେଷ ନହେବା ଯାଏ ବଢ଼ାଉଛନ୍ତି।

ବାବ୍ରି ମସଜିଦକୁ ନେଇ ଦୁଇଟି ଅପରାଧିକ ମାମଲା ଉତ୍ତର ପ୍ରଦେଶର ରାଏବରେଲି ଏବଂ ଲକ୍ଷ୍ମୌ କୋର୍ଟରେ ରହିଥିଲା। ସୁପ୍ରିମକୋର୍ଟ କିନ୍ତୁ ମାମଲାର ବିଚାର ଶୀଘ୍ର କରିବାକୁ ଯାଇ ଲକ୍ଷ୍ମୌରେ ଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟକୁ ସ୍ଥାନାନ୍ତରିତ କରିଥିଲେ।

ରାଏବରେଲିରେ ଯେଉଁ ମାମଲା ରହିଛି ତାହା ବିଜେପି ନେତା ଓ ଦକ୍ଷୀଣ ପନ୍ଥୀ ନେତାଙ୍କ ବିରୋଧରେ ରହିଛି। ମସଜିଦ ଭାଙ୍ଗିବା ପାଇଁ ବିଜେପି ନେତାମାନେ ଉସକେଇବା ଭଳି ମତ ରଖିଥିଲେ। ସେହିପରି ଲକ୍ଷ୍ମୌ ମାମଲା ‘କର ସେବକ’ଙ୍କ ନାମରେ ରହିଛି।

ସୂଚନାଯୋଗ୍ୟ, ୧୬୦୦ ଶତାବ୍ଦୀରେ ମୋଗଲଙ୍କ ଦ୍ୱାରା ଉତ୍ତର ପ୍ରଦେଶରେ ବାବ୍ରି ମସଜିଦ୍ ତିଆରି ହୋଇଥିଲା। ୧୯୯୨ରେ ଆଡଭାନୀ ରଥଯାତ୍ରା କରି ରାମ ମନ୍ଦିର ନିର୍ମାଣ କରିବା ପାଇଁ ରଥଯାତ୍ରା କରିଥିଲେ। ଏହାପରେ କରସେବକମାନେ ମସଜିଦ ଭାଙ୍ଗିଥିବା ଅଭିଯୋଗ ରହିଛି।

ତେବେ ଅଯୋଧ୍ୟାରେ ରାମ ମନ୍ଦିର ଏବଂ ବାବ୍ରି ମସଜିଦକୁ ନେଇ ଯେଉଁ ବିବାଦ ଥିଲା ତାହା ସୁପ୍ରିମକୋର୍ଟ ସମାଧାନ କରିଛନ୍ତି। ବିବାଦୀୟ ୨.୭୭ ଏକର ଜମିକୁ ହିନ୍ଦୁମାନଙ୍କୁ ଦେଇଛନ୍ତି। ଏଥିସହ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ସେହିପରି ମୁସଲମାନଙ୍କ ପାଇଁ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ସରକାର ଯୋଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story