ପାଣିପାଗ ବିଭାଗ ବିରୋଧରେ ଥାନାରେ ଏତଲା ଦେଲେ ଚାଷୀ

ମୁମ୍ୱାଇ: ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳର ଏକ ଗାଁର ଚାଷୀମାନେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ କୀଟନାଶକ ଔଷଧ ତିଆରି କରୁଥିବା କଂପାନୀଗୁଡ଼ିକ ସହିତ ଆଇଏମ୍‌ଡିର ଅସାଧୁ ସଂପର୍କ ରହିଛି। ସେଥିପାଇଁ ଆଇଏମ୍‌ଡି ଭୁଲ୍ ପୂର୍ବାନୁମାନ କରୁଛି। ପରଭନୀ ଗ୍ରାମୀଣ ଥାନାରେ ଗତ ମଙ୍ଗଳବାର ଏନେଇ ଏକ ଏତଲା ଦିଆଯାଇଛି। ଏଥିରେ କୁହାଯାଇଛି, ଆଇଏମ୍‌ଡିର ପୁନେ ଓ ମୁମ୍ବାଇର ଅଧିକାରୀମାନଙ୍କର କୀଟନାଶକ ପ୍ରସ୍ତୁତକାରୀ କଂପାନୀଗୁଡ଼ିକ ସହିତ ସଂପର୍କ […]

Farmer-man

Ordigital Desk
  • Published: Thursday, 09 August 2018
  • , Updated: 09 August 2018, 11:24 AM IST

ମୁମ୍ୱାଇ: ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳର ଏକ ଗାଁର ଚାଷୀମାନେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ସେମାନେ ଅଭିଯୋଗ କରିଛନ୍ତି ଯେ କୀଟନାଶକ ଔଷଧ ତିଆରି କରୁଥିବା କଂପାନୀଗୁଡ଼ିକ ସହିତ ଆଇଏମ୍‌ଡିର ଅସାଧୁ ସଂପର୍କ ରହିଛି। ସେଥିପାଇଁ ଆଇଏମ୍‌ଡି ଭୁଲ୍ ପୂର୍ବାନୁମାନ କରୁଛି।

ପରଭନୀ ଗ୍ରାମୀଣ ଥାନାରେ ଗତ ମଙ୍ଗଳବାର ଏନେଇ ଏକ ଏତଲା ଦିଆଯାଇଛି। ଏଥିରେ କୁହାଯାଇଛି, ଆଇଏମ୍‌ଡିର ପୁନେ ଓ ମୁମ୍ବାଇର ଅଧିକାରୀମାନଙ୍କର କୀଟନାଶକ ପ୍ରସ୍ତୁତକାରୀ କଂପାନୀଗୁଡ଼ିକ ସହିତ ସଂପର୍କ ଅଛି। ସେଥିପାଇଁ କୃଷକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ଆଇଏମ୍‌ଡିର ପୂର୍ବାନୁମାନ ଉପରେ ଭରସା କରି ଚାଷୀମାନେ ଧାନ ବୁଣି ଥିଲେ। ଭଲ ବର୍ଷା ହେବ ବୋଲି କୁହାଯାଇଥିଲା। କିନ୍ତୁ ବର୍ଷା ହେଲା ନାହିଁ। ପ୍ରଥମେ କିଛି ଦିନ ବର୍ଷା ହେଲା। ଆଉ ତା’ପରେ ବର୍ଷାର ଦେଖା ନାହିଁ।

ସ୍ୱାଭିମାନୀ ଶେତକାରୀ ସଂଗଠନର ମରାଠୱାଡ଼ା କ୍ଷେତ୍ରର ଅଧ୍ୟକ୍ଷ ମାନିକ କଦମ ଥାନରେ ଏହି ଏତଲା ଦେଇଛନ୍ତି। ସେ କହିଛନ୍ତି,“ଧାରା ୪୨୦ ଆଧାରରେ ଆଇଏମ୍‌ଡି ନିର୍ଦ୍ଦେଶକଙ୍କ ନାଁରେ ଠକେଇ ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ୱରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଆଇଏମ୍‌ଡି ବିରୋଧରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ। ବର୍ଷା ନେଇ ଆଇଏମ୍‌ଡି ଭୁଲ୍ ପୂର୍ବାନୁମାନ କରୁଛି ବୋଲି ସେ ଅଭିଯୋଗ କରିଥିଲେ।

Related story