ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ନିଆଁକୁ ଲିଭାଇବା ପାଇଁ ୨୫ଟି ଦମକଳ ଟିମ୍ ନିୟୋଜିତ ଥିବା ଜଣାପଡ଼ିଛି। ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଏଯାଏ ସୂଚନା ରହିଛି। ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା ୧୫ ମିନିଟ୍ ସମୟରେ ପ୍ରଥମେ ନିଆଁ ଲାଗିଥିବା ସୂଚନା […]

auto parts factory fire

auto parts factory fire

Subhransu Sekhar
  • Published: Tuesday, 28 May 2019
  • Updated: 28 May 2019, 10:03 AM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ଏକ ଅଟୋ ପାର୍ଟସ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କୋଟି କୋଟି ଟଙ୍କାର ଅଟୋ ପାର୍ଟସ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ରହିଛି। ନିଆଁକୁ ଲିଭାଇବା ପାଇଁ ୨୫ଟି ଦମକଳ ଟିମ୍ ନିୟୋଜିତ ଥିବା ଜଣାପଡ଼ିଛି। ହେଲେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଏଯାଏ ସୂଚନା ରହିଛି।

ପଶ୍ଚିମ ଦିଲ୍ଲୀ ସ୍ଥିତ ପିରଗରହିରେ ଏହି ଅଟୋ ଫ୍ୟାକ୍ଟ୍ରି ରହିଛି। ସକାଳ ୫ଟା ୧୫ ମିନିଟ୍ ସମୟରେ ପ୍ରଥମେ ନିଆଁ ଲାଗିଥିବା ସୂଚନା ରହିଛି। ହେଲେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ପ୍ରଥମେ ଫ୍ୟାକ୍ଟ୍ରିର ତଳ ମହଲାରେ ନିଆଁ ଲାଗିଥିଲା ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ବିଲ୍ଡିଂରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। କ୍ଷତିର ପରିମାଣ ସଠିକ୍ ଆକଳନ ହୋଇନଥିବା ଅଗ୍ନିଶମ ଅଧିକାରୀ ଧର୍ମପାଲ ଭରଦ୍ୱାଜ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos