ଗୁରୁବାରର ଚତୁର୍ଥ ଦୁର୍ଘଟଣା, ମହାରାଷ୍ଟ୍ରର ଫ୍ୟାକ୍ଟ୍ରିରେ ନିଆଁ

ମହାରାଷ୍ଟ୍ର: ଅଶୁଭ ଗୁରୁବାର! ଆଜି ବିଭିନ୍ନ ସ୍ଥାନରେ କାରଖାନାରେ ଦୁର୍ଘଟଣା ଘଟି ବହୁ ଧନଜୀବନ ପ୍ରଭାବିତ ହୋଇଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ନାସିକର ସତନପୁର ଅଞ୍ଚଳରେ ଏହି କାରଖାନା ରହିଛି। ନିଆଁ ଲାଗିବା ପରେ ୧୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି। ତେବେ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ। Maharashtra: Fire broke out at a factory in Satanpur […]

Nashik fire

Nashik fire

Subhransu Sekhar
  • Published: Thursday, 07 May 2020
  • Updated: 07 May 2020, 09:45 PM IST

Sports

Latest News

ମହାରାଷ୍ଟ୍ର: ଅଶୁଭ ଗୁରୁବାର! ଆଜି ବିଭିନ୍ନ ସ୍ଥାନରେ କାରଖାନାରେ ଦୁର୍ଘଟଣା ଘଟି ବହୁ ଧନଜୀବନ ପ୍ରଭାବିତ ହୋଇଛି। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତାମିଲନାଡୁ ପରେ ଏବେ ମହାରାଷ୍ଟ୍ରର ଏକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ନାସିକର ସତନପୁର ଅଞ୍ଚଳରେ ଏହି କାରଖାନା ରହିଛି। ନିଆଁ ଲାଗିବା ପରେ ୧୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ରହିଛି। ତେବେ ମୃତାହତ ନେଇ କୌଣସି ସୂଚନା ମିଳିପାରି ନାହିଁ।

https://twitter.com/ANI/status/1258420966394228737

ଏହା ପୂର୍ବରୁ ସଂଧ୍ୟାରେ ତାମିଲନାଡୁରେ ଏକ ରାଷ୍ଟ୍ରାୟତ କୋଲ୍ ମାଇନର ବଏଲର ଫ୍ୟାକ୍ଟ୍ରି ବିସ୍ଫୋରଣ କରିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ତାମିଲନାଡୁର କୁଡ଼ୋଲୋରର ନେୟେଭେଲି ଲିଗନାଇଟ୍ କର୍ପୋରେସନ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ପ୍ରାଥମିକ ଭାବରେ ସାତ ଜଣ ଆହତ ହୋଇଥିବା ସୂଚନା ରହିଛି। ଘଟଣାସ୍ଥଳକୁ ଏବେ ନେୟେଭେଲି ଲିଗନାଇଟ୍ କର୍ପୋରେସନର ପ୍ରମୁଖ ଅଧିକାରୀ ଯାଇଥିବା ସୂଚନା ରହିଛି। ତେବେ କେଉଁ କାରଣରୁ ବଏଲର ଫ୍ୟାକ୍ଟ୍ରି ବିସ୍ଫୋରଣ କରିଛି ସେ ନେଇ ସୂଚନା ମିଳିନାହିଁ। ସେହିପରି ମୃତାହତଙ୍କ ବାବଦରେ ସବିଶେଷ ତଥ୍ୟ ଜଣାପଡ଼ିନି।

ଏହା ପୂର୍ବରୁ ଆଜି ସକାଳେ ବିଶାଖପାଟଣମର ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଷ୍ଟାଇରିନ୍ ଗ୍ୟାସ ଲିକ୍ ହୋଇଥିଲା। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଥିବା ବେଳେ ଶତାଧିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ଛତିଶଗଡ଼ର ଏକ ପେପର ମିଲରେ ଆଜି ସକାଳେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଛତିଶଗଡ଼ର ରାୟଗଡ଼ରେ ଥିବା ଏକ ପେପର ମିଲରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଛି। ତିନି ଜଣ ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ପେପର ମିଲର ମାଲିକ ବିଷାକ୍ତ ଗ୍ୟାସ ଲିକ୍ ଘଟଣା ଖବରକୁ ଚପାଇବା ପାଇଁ ଚେଷ୍ଟା କରୁଥିବା ସୂଚନା ରହିଛି।

ରାୟଗଡ଼ ଏସପି ସନ୍ତୋଷ ସିଂହ କହିଛନ୍ତି, ଶ୍ରମିକମାନେ ପେପର ମିଲ୍ ଭିତରେ ଏକ ଟାଙ୍କି ସଫା କରୁଥିଲେ। ଏହି ସମୟରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ଶ୍ରମିକମାନେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ଗୁରୁତର ହୋଇପଡ଼ିଛନ୍ତି। ଏବେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story