ନୂଆଦିଲ୍ଲୀ: ମହମାରୀ କରୋନା ଭାଇରସ ଶେଷରେ ଦେଶର ନିର୍ବାଚନ କମିଶନରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି। ନିର୍ବାଚନ କମିଶନର ଇଭିଏମ ଡିଭିଜନର ଆସିଷ୍ଟାଣ୍ଟ ସେକସନ ଅଫିସର ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଅଧିକାରୀ ଜଣଙ୍କ କରୋନାରେ ସଂକ୍ରମିତ ହେବା ପରେ କାର୍ଯ୍ୟାଳୟର ଦ୍ୱିତୀୟ ମହଲାକୁ ସିଲ କରି ସାନିଟାଇଜ କରାଯାଇଛି।
ତେବେ ବଲଡିଂ ଅନ୍ୟ ମହଲାରେ ଥିବା ଅଫିସ ଗୁଡ଼ିକ ପୂର୍ବଭଳି କାର୍ଯ୍ୟ କରିବ ବୋଲି କୁହାଯାଇଛି। ଅଧିକାରୀ ଜଣଙ୍କ ରିପୋର୍ଟ ପଜିଟିଭ ଆସିବାରୁ ନିର୍ବାଚନ କମିଶନରେ ଆତଙ୍କ ଖେଳି ଯାଇଛି। ଅଧିକାରୀ ଜଣଙ୍କ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେହିପରି ଏକାଧିକ ଅଧିକାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି।