ରାଫେଲ୍ ଉଡ଼ାଣର ମନଛୁଆଁ ଫଟୋ ରିଲିଜ୍ କଲା ଡାସଲ୍ଟ
ନୂଆଦିଲ୍ଲୀ: ରାଫେଲ୍ ନିର୍ମାତା ଡାସଲ୍ଟ ପକ୍ଷରୁ ଭାରତ ପାଇଁ ନିର୍ମିତ ଦ୍ୱିତୀୟ ବିମାନ ରାଫେଲ୍ ଆରବି ୦୦୨ ଆକାଶରେ ଉଡ଼ୁଥିବାର ଫଟୋ ରିଲିଜ୍ କରାଯାଇଛି। ଭାରତ ମୋଟ ୩୬ଟି ଯୁଦ୍ଧ ବିମାନ ପାଇଁ ଚୁକ୍ତି କରିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ କାଲି ଏହି ସିରିଜ୍ର ପ୍ରଥମ ବିମାନ ଗ୍ରହଣ କରିଛନ୍ତି। ଫ୍ରାନ୍ସର ମେରିଗ୍ନାକ୍ଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା ଏବଂ ରାଜନାଥ ଏହି ବିମାନ ଗ୍ରହଣ କରିବା ପରେ ଅସ୍ତ୍ର ପୂଜନ […]
ନୂଆଦିଲ୍ଲୀ: ରାଫେଲ୍ ନିର୍ମାତା ଡାସଲ୍ଟ ପକ୍ଷରୁ ଭାରତ ପାଇଁ ନିର୍ମିତ ଦ୍ୱିତୀୟ ବିମାନ ରାଫେଲ୍ ଆରବି ୦୦୨ ଆକାଶରେ ଉଡ଼ୁଥିବାର ଫଟୋ ରିଲିଜ୍ କରାଯାଇଛି।
ଭାରତ ମୋଟ ୩୬ଟି ଯୁଦ୍ଧ ବିମାନ ପାଇଁ ଚୁକ୍ତି କରିଥିବାବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ କାଲି ଏହି ସିରିଜ୍ର ପ୍ରଥମ ବିମାନ ଗ୍ରହଣ କରିଛନ୍ତି।
ଫ୍ରାନ୍ସର ମେରିଗ୍ନାକ୍ଠାରେ ଏଥିପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା ଏବଂ ରାଜନାଥ ଏହି ବିମାନ ଗ୍ରହଣ କରିବା ପରେ ଅସ୍ତ୍ର ପୂଜନ କରିଥିଲେ।
ଭାରତୀୟ ବାୟୁସେନାର ବର୍ତ୍ତମାନ ମୁଖ୍ୟ ରାକେଶ ଭଦୌରିଆ ପୂର୍ବରୁ ଉପମୁଖ୍ୟ ଦାୟିତ୍ୱରେ ଥିବାବେଳେ ରାଫେଲ ଚୁକ୍ତି ପାଇ ବଡ଼ ଭୂମିକା ନେଇଥିଲେ। ତେଣୁ ତାଙ୍କ ନାମ ଅନୁସାରେ ପ୍ରଥମ ୩ଟି ବମାନର ନାମ ଆରବି ୦୦୧, ଆରବି ୦୦୨ ଏବଂ ଆରବି ୦୦୩ ରଖାଯାଇଛି। ଦେଖନ୍ତୁ ଆରବି ୦୦୨ ଆକାଶରେ ଉଡ଼ୁଥିବାର କିଛି ମନଛୁଆଁ ଫଟୋ।