କର୍ଣ୍ଣାଟକରେ ପ୍ରଥମ କରୋନା ଭାଇରସ ଆକ୍ରାନ୍ତଙ୍କ ମୃତ୍ୟୁ!

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। COVID-୧୯ ଭାଇରସ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଯଦି ସେ କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଭାରତରେ ପ୍ରଥମ ମୃତ୍ୟୁ ହୋଇପାରେ। କରୋନା ଭାଇରସ ଯୋଗୁଁ ଏହି ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତାଙ୍କର ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି। କର୍ଣ୍ଣାଟକର କାଲାବୁରାଗିରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି। ମୃତକଙ୍କ ନାମ […]

dc

Subhransu Sekhar
  • Published: Wednesday, 11 March 2020
  • , Updated: 11 March 2020, 05:17 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। COVID-୧୯ ଭାଇରସ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି କୁହାଯାଉଛି। ଯଦି ସେ କରୋନାରେ ଆକ୍ରାନ୍ତ ହୋଇଥିବେ ତା’ହେଲେ ଭାରତରେ ପ୍ରଥମ ମୃତ୍ୟୁ ହୋଇପାରେ। କରୋନା ଭାଇରସ ଯୋଗୁଁ ଏହି ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତାଙ୍କର ନମୁନା ଏବେ ପରୀକ୍ଷା ପାଇଁ ପଠାଯାଇଛି। କର୍ଣ୍ଣାଟକର କାଲାବୁରାଗିରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହା କହିଛି।

ମୃତକଙ୍କ ନାମ ମହମ୍ମଦ ହୁସେନ୍ ସିଦ୍ଦିକି ବୋଲି ଜଣାପଡ଼ିଛି। ମଙ୍ଗଳବାର ଦିନ ଜିଲ୍ଲାର ସରକାରୀ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ନମୁନା ଏବେ ବେଙ୍ଗାଲୁରୁର ଏକ ଲ୍ୟାବକୁ ପଠାଯାଇଛି। ସିଦ୍ଦିକି ନିକଟରେ ସାଉଦି ଆରବରୁ ଫେରିଥିଲେ ବୋଲି ଜଣାପଡ଼ିଛି।

ଭାରତରେ ଏବେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି। କେରଳରେ ୧୪ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଦିଲ୍ଲୀରେ ଗୋଟିଏ ଏବଂ ରାଜସ୍ଥାନରେ ଗୋଟିଏ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସରକାର ଏବେ ଆଠଟି ଦେଶ- ସ୍ପେନ, ଫ୍ରାନ୍ସ, ଜର୍ମାନୀ, ଚୀନ୍, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ ଏବଂ ଇରାନକୁ ଯିବା ପାଇଁ ଦିଆଯାଇଥିବା ସମସ୍ତ ଭିସାକୁ ସ୍ଥଗିତ ରଖିଛନ୍ତି। ଏଥିସହ ଏହି ଦେଶକୁ ଯିବା ପାଇଁ ବାରଣ କରିଛନ୍ତି ସରକାର।

ଏହି କରୋନା ଭାଇରସ୍ ଏବେ ୧୦୦ରୁ ଅଧିକ ଦେଶକୁ ବ୍ୟାପିଛି। ଏବେ ଭାରତକୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ଏବଂ ସେମାନଙ୍କ ପହଞ୍ଚିବା ଦିନଠାରୁ ୧୪ ଦିନ ପର୍ଯ୍ୟନ୍ତ ନିଜେ ଅଲଗା ହୋଇ ରହିବାକୁ ଅନୁରୋଧ କରାଯାଇଛି।

Related story