ନୂଆଦିଲ୍ଲୀ: ଟିକିଏ କଥାରେ ହଟ୍ଟଗୋଳ ପାଇଁ ସଂସଦରେ ଗୃହ ମୁଲତବୀ ହୋଇଯାଏ। ଯାହାକୁ ନେଇ ସଂସଦରେ ସାଂସଦଙ୍କ କାର୍ଯ୍ୟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଏ। ହେଲେ ଗତକାଲି ଅଧ ରାତି ଯାଏ ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦ ଚାଲିଥିଲା। ଯାହାକି ବିରଳ ବୋଲି କହିଲେ କିଛି ଭୁଲ୍ ହେବ ନାହିଁ।
ସବୁଠୁ ବଡ଼ କଥା ହେଲା ଗତକାଲି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରେଳ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଦେଇଥିବା ଅନୁଦାନ ବାବଦରେ ଆଲୋଚନା ହୋଇଥିଲା। ଗତକାଲି ଅପରାହ୍ନରେ ଏହି ଆଲୋଚନା ଆରମ୍ଭ ହୋଇଥିଲା। ଏହି ଆଲୋଚନାରେ ଉଭୟ ଶାସକ ଏବଂ ବିରୋଧୀ ଦଳର ୧୦୦ରୁ ଅଧିକ ସାଂସଦ ଭାଗ ନେଇଥିଲେ। ସାଂସଦମାନେ ଆଲୋଚନା ବେଳେ ଏମିତି କାମରେ ମଜିଯାଇଥିଲେ ଯେ ରାତି ୧୧ଟା ୫୮ ମିନିଟ୍ ଯାଏ ସଂସଦ ଚାଲିଥିଲା।
ସୂଚନା ରହିଛି କି ଦୀର୍ଘ ୧୮ ବର୍ଷ ପରେ ବିଳମ୍ୱିତ ରାତି ଯାଏ ସଂସଦ ଚାଲିଥିଲା। ଲୋକସଭାର ବାଚସ୍ପତି ବିଳମ୍ୱିତ ରାତ୍ରିଯାଏ ଗୃହ ଚଳାଇଥିବାରୁ ସଂସଦୟୀ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ ତାଙ୍କୁ ଧନ୍ୟବାଦ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ଏମ୍ସର ପୂର୍ବତନ ମୁଖ୍ୟଙ୍କ ବଡ଼ ବୟାନ: HMPV ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ
ଏଚଏମପିଭିର ଚିକିତ୍ସା ପାଇଁ କୌଣସି ଆଣ୍ଟିବାୟୋଟିକ୍ସର ଆବଶ୍ୟକ ନାହିଁ। ଲୋକମାନେ ଏହି ଭାଇରସକୁ ମାତ ଦେବା ପାଇଁ ଆବଶ୍ୟକ ମାତ୍ରାର ପାଣି ପିଅନ୍ତୁ ଓ ଅଧିକରୁ ଅଧିକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଆନ୍ତୁ।
Business
୨୦୨୫ରେ ଭାରତର GDP ଅଭିବୃଦ୍ଧି ୪ ବର୍ଷରେ ସର୍ବନିମ୍ନସ୍ତରରେ ପହଞ୍ଚିବ!
ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି ୮.୨ ପ୍ରତିଶତ ଥିଲା। ଯାହା ୨୦୨୫ ମାର୍ଚ୍ଚରେ ଶେଷ ହେବାକୁ ଯାଉଥିବା ଆର୍ଥିକ ବର୍ଷରେ ୬.୪ ପ୍ରତିଶତକୁ ଖସିବ ବୋଲି ଆକଳନ କରିଛି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ।
National
ନାତିକୁ ନେବା ପାଇଁ ଚାହୁଁଥିଲେ ଅତୁଲଙ୍କ ମା’, ଚର୍ଚ୍ଚାରେ କୋର୍ଟଙ୍କ ‘ଅପରିଚିତ’ ବୟାନ
୩୪ ବର୍ଷୀୟ ଅତୁଲ ସୁଭାଷ ଡିସେମ୍ବର ମାସରେ ଆତ୍ମହତ୍ୟା କରିଥିଲେ। ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କ ନିର୍ଯାତନା ଏବଂ ମିଛ କେସ୍କୁ ସହି ନ ପାରି ସେ ଜୀବନ ହାରିଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରିଥିଲେ।
Politics
‘ବାହାନା ନୁହେଁ, ପରିବର୍ତ୍ତନ ଦରକାର’ ଗୀତ ରିଲିଜ କଲା ବିଜେପି
ଗୀତ ଜରିଆରେ ଆପ ନେତୃତ୍ୱାଧୀନ ଦିଲ୍ଲୀ ସରକାରଙ୍କୁ ବିଜେପି ଟାର୍ଗେଟ କରିଛି। ଆପ୍ ସରକାର ସମୟରେ ଦିଲ୍ଲୀରେ ହୋଇଥିବା ସମସ୍ୟାକୁ ଗୀତ ଜରିଆରେ ବିଜେପି ଦେଖାଇବାକୁ ଚେଷ୍ଟା କରିଛି।
Politics
ଅମିତ ଶାହଙ୍କୁ 'ନିର୍ବାଚନୀ ମୁସଲମାନ' କହି ଫଟୋ ପୋଷ୍ଟ କଲା ଆପ୍
ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ୍ ଓ ବିଜେପି ମଧ୍ୟରେ ପୋଷ୍ଟର ୱାର୍ ଜାରି ରହିଛି। କିଛିଦିନ ତଳେ କେଜ୍ରିୱାଲଙ୍କୁ ନିର୍ବାଚନୀ ହିନ୍ଦୁ ବୋଲି କଟାକ୍ଷ କରି ଏକ ପୋଷ୍ଟର ଜାରି କରିଥିଲା ବିଜେପି। ଆଜି ଶାହଙ୍କୁ ନିର୍ବାଚନୀ ମୁସଲମାନ କହି ଫଟୋ ପୋଷ୍ଟ କରିଛି ଆପ୍।