ଦୁଇଟି ଆସନରୁ ଲଢ଼ୁଥିଲେ, କିନ୍ତୁ ଗୋଟିଏରେ ବି ଜିତିପାରିଲେ ନାହିଁ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୫ଥରର ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନ୍‌ୱାଲା ଚଳିତ ନିର୍ବାଚନରେ ଚିତ୍‌ ମାରିଛନ୍ତି। ଲୋକପ୍ରିୟତା ଏତେ କମି ଯାଇଥିଲା ଯେ ଦୁଇଟି ଆସନରୁ ଲଢ଼ି ମଧ୍ୟ ହାରି ଯାଇଛନ୍ତି। ଉଭୟ ଆସନରେ ତାଙ୍କର ଶୋଚନୀୟ ପରାଜୟ ହୋଇଛି। ଉଭୟ ଚମ୍ଫାଇ ଓ ସେରଚ୍ଚିପ୍‌ ଆସନରୁ ସେ ହାରି ଯାଇଛନ୍ତି। ଅର୍ଥାତ୍ ତାଙ୍କର ମୂଳପୋଛ ହୋଇଛି। ଏଠାରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଲାଲ ଥାନ୍‌ୱାଲା ମୁଖ୍ୟମନ୍ତ୍ରୀ ହୋଇଥିଲା। କିନ୍ତୁ ଏମଏନ୍‌ଏଫ୍‌ ଏବେ ସରକାର ଗଠନ କରିବାକୁ ଯାଉଛି। […]

y

Subrat Kumar Nayak
  • Published: Tuesday, 11 December 2018
  • , Updated: 11 December 2018, 12:47 PM IST

ନୂଆଦିଲ୍ଲୀ: ୫ଥରର ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନ୍‌ୱାଲା ଚଳିତ ନିର୍ବାଚନରେ ଚିତ୍‌ ମାରିଛନ୍ତି। ଲୋକପ୍ରିୟତା ଏତେ କମି ଯାଇଥିଲା ଯେ ଦୁଇଟି ଆସନରୁ ଲଢ଼ି ମଧ୍ୟ ହାରି ଯାଇଛନ୍ତି। ଉଭୟ ଆସନରେ ତାଙ୍କର ଶୋଚନୀୟ ପରାଜୟ ହୋଇଛି। ଉଭୟ ଚମ୍ଫାଇ ଓ ସେରଚ୍ଚିପ୍‌ ଆସନରୁ ସେ ହାରି ଯାଇଛନ୍ତି। ଅର୍ଥାତ୍ ତାଙ୍କର ମୂଳପୋଛ ହୋଇଛି।

ଏଠାରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଲାଲ ଥାନ୍‌ୱାଲା ମୁଖ୍ୟମନ୍ତ୍ରୀ ହୋଇଥିଲା। କିନ୍ତୁ ଏମଏନ୍‌ଏଫ୍‌ ଏବେ ସରକାର ଗଠନ କରିବାକୁ ଯାଉଛି।

ଏଠାରେ ଏମଏନ୍‌ଏଫ୍‌ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ଏମ୍‌ଏନ୍‌ଏଫ୍‌ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍‌ ନମ୍ବର ହେଉଛି ୨୧।

Related story