ରାଜନାଥଙ୍କ ପୂର୍ବରୁ କିଏ କିଏ ଯୁଦ୍ଧ ବିମାନରେ ଉଡ଼ିଛନ୍ତି, ପଢ଼ନ୍ତୁ

ନୂଆଦିଲ୍ଲୀ: ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲସିଏ) ବା ହାଲୁକା ଯୁଦ୍ଧ ବିମାନ ତେଜସରେ ଆଜି ଆକାଶମର୍ଗରେ ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ତେଜସ ବିମାନରେ ଉଡ଼ିବାରେ ସେ ହୋଇଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଥିବାରୁ ସେ ଉଡ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ରାଜନାଥ ସିଂହ କହିଛନ୍ତି। ତେଜସ ବିମାନରେ ଉଡ଼ିବା ଆରାମଦାୟକ, ଚମତ୍କାର ଏବଂ ରୋମାଞ୍ଚକର ଥିଲା ବୋଲି ରାଜନାଥ କହିଛନ୍ତି। ଏଥିପାଇଁ ସେ ବିମାନ ନିର୍ମାଣ […]

KALAM SUKHOI

KALAM SUKHOI

Subhransu Sekhar
  • Published: Thursday, 19 September 2019
  • Updated: 19 September 2019, 05:44 PM IST

Sports

Latest News

ନୂଆଦିଲ୍ଲୀ: ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲସିଏ) ବା ହାଲୁକା ଯୁଦ୍ଧ ବିମାନ ତେଜସରେ ଆଜି ଆକାଶମର୍ଗରେ ଉଡ଼ିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। ତେଜସ ବିମାନରେ ଉଡ଼ିବାରେ ସେ ହୋଇଛନ୍ତି ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହୋଇଥିବାରୁ ସେ ଉଡ଼ିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ରାଜନାଥ ସିଂହ କହିଛନ୍ତି। ତେଜସ ବିମାନରେ ଉଡ଼ିବା ଆରାମଦାୟକ, ଚମତ୍କାର ଏବଂ ରୋମାଞ୍ଚକର ଥିଲା ବୋଲି ରାଜନାଥ କହିଛନ୍ତି। ଏଥିପାଇଁ ସେ ବିମାନ ନିର୍ମାଣ ଦାୟିତ୍ୱରେ ଥିବା ବୈଜ୍ଞାନିକଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆକାଶ ମାର୍ଗରେ ଉଡ଼ିବା ବେଳେ ପାଇଲଟଙ୍କ ପରି ସେ ମଧ୍ୟ ଜି-ସୁଟ୍ ପରିଧାନ କରିଥିଲେ। ସକାଳ ୯ଟା ୫୮ ମିନିଟରେ ବାଙ୍ଗାଲୋରରେ ରାଜନାଥ ସିଂହ ଏହି ଉଡ଼ାଣ ମାରିଥିଲେ। ଆକାଶ ମାର୍ଗରେ ୩୦ ମିନିଟ୍ ଉଡ଼ାଣ ମାରିବା ବେଳେ ପାଇଲଟଙ୍କ ପଛ ସିଟରେ ସେ ବସିଥିଲେ।

ରାଜନାଥଙ୍କ ପୂର୍ବରୁ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୮ ଜାନୁଆରୀ ୧୭ରେ ସୁଖୋଇ-୩୦ ଏମକେଆଇ ଫାଇଟର ଜେଟ ରାଜସ୍ଥାନ ଯୋଧପୁର ଏୟାରବେସରେ ଉଡ଼ିଥିଲେ। ସେ ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଫାଇଟର ଜେଟରେ ଉଡ଼ିଥିଲେ। ଆକାଶ ମାର୍ଗରେ ଉଡ଼ିବା ବେଳେ ସେ ସହ ପାଇଲଟ୍ ସିଟରେ ବସିଥିଲେ।

ସେହିଭଳି ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ୍ ଏବଂ ପ୍ରତିଭା ପାଟିଲ୍ ମଧ୍ୟ ସୁଖୋଇ-୩୦ ବିମାନ ଜୁନ୍ ୮, ୨୦୦୬ ଏବଂ ନଭେମ୍ୱର ୨୫, ୨୦୦୯ରେ ପୁନେ ଏୟାରବେସରୁ ଉଡ଼ିଥିଲେ। ଅବଦୁଲ କଲାମ୍ ପ୍ରଥମ ରାଷ୍ଟ୍ରପତି ଭାବରେ ମିଲିଟାରୀ ବିମାନ ଉଡ଼ାଇ ରେକର୍ଡ କରିଥିବା ବେଳେ ପ୍ରତିଭା ପାଟିଲା ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ବିମାନ ଉଡ଼ାଇଥିଲେ।

ତେଜସ ହେଉଛି ଭାରତୀୟ ବାୟୁସେନାର ୪୫ତମ ସ୍କ୍ୱାଡ୍ରାନ ଫ୍ଲାଇଂ ଡ୍ରାଗର୍ସଙ୍କ ଏକ ଅଂଶ ବିଶେଷ । ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ ଓ ଏରୋନୋଟିକାଲ ଡେଭଲପମେଂଟ୍ ଏହାକୁ ନିର୍ମାଣ କରିଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ତେଜସ ବିମାନର ଡିଜାଇନ୍ କରିଛନ୍ତି। ତେଜସ ପ୍ରଥମେ ଜାନୁଆରୀ ୪, ୨୦୦୧ରେ ଉଡ଼ାଣ ମାରିଥିଲା । ରାଜନାଥ ସିଂହ ଯେଉଁ ତେଜସରେ ଆଜି ଉଡ଼ାଣ ମାରିଛନ୍ତି ତାହା ୨୦୦୧ ମଡେଲର ଅପଗ୍ରେଡ୍ ଭର୍ସନ।

୨୦୧୭ ଡିସେମ୍ବରରେ ଭାରତୀୟ ବାୟୁସେନା ହିନ୍ଦୁସ୍ତାନ ଏରୋନୋଟିକାଲ ଲିମିଟେଡ୍ (ହାଲ)କୁ ୮୩ଟି ତେଜସ ଏୟାରକ୍ରାଫ୍ଟ ନିର୍ମାଣ କରିବାକୁ କହିଥିଲା। ଏହି ସମସ୍ତ ତେଜସ ବିମାନରୁ ୧୦ଟିରେ ୨ଟି ଲେଖାଏଁ ସିଟ୍ ରହିଛି । ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ପାଇଁ ଏହାକୁ ପ୍ରସ୍ତୁତ କରିଛି ।

ସୂଚନାଯୋଗ୍ୟ, ୧୨ ଟନ୍ ଓଜନ ବିଶିଷ୍ଟ ଏହି ତେଜସର ସର୍ବାଧିକ ବେଗ ଘଣ୍ଟାପ୍ରତି ପାଖାପାଖି ୨୦୦୦ କିଲୋମିଟର ରହିଛି। ଆକାଶମାର୍ଗରୁ ଆକାଶମାର୍ଗକୁ ଟାର୍ଗେଟ କରିବା ପାଇଁ ତେଜସ ହେଉଛି ଏକ ହାଲୁକା ଯୁଦ୍ଧ ବିମାନ। ଗୋଟିଏ ବିମାନ ନିର୍ମାଣରେ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story