ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦୋହାରେ ଫସିଥିବା ୧୮୧ ଜଣ ଭାରତୀୟଙ୍କୁ ଆଣିବାକୁ ଯାଇଥାନ୍ତା ଏୟାର ଇଣ୍ଡିଆ ବିମାନ। ଏବେ ଏହି ବିମାନକୁ ଅବତରଣ କରିବାକୁ ଅନୁମତି ଦେଇନାହିଁ ଦୋହା। ତେଣୁ ପ୍ରବାସୀ ଭାରତୀୟଙ୍କୁ ଆଣିବା ପ୍ରକ୍ରିୟା ଏବେ ବାତିଲ୍ ହୋଇଛି। ବୈଷୟିକ କାରଣ ପାଇଁ ବିମାନ ଅବତରଣ କରିବାକୁ ଦିଆଯାଇନଥିବା ସୂଚନା ରହିଛି।
ଆଜି କେରଳର କୋଜିକୋଡେରୁ ଅପରାହ୍ନ ୧ଟାରେ ଛାଡ଼ି ରାତି ୧୦ଟା ୪୫ରେ ଥିରୁଅନନ୍ତପୁରମରେ ଅବତରଣ କରିଥାନ୍ତା ଏୟାର ଇଣ୍ଡିଆର ଏକ୍ସପ୍ରେସ ବିମାନ। ବୈଷୟିକ ତ୍ରୁଟି ସମାଧାନ ହେବା ପରେ ପ୍ରବାସୀଙ୍କୁ ଆଣିବା ପାଇଁ ବିମାନ ଯିବ ବୋଲି ଜଣାପଡ଼ିଛି।
ଥିରୁଅନନ୍ତପୁରମ ଜିଲ୍ଲାପାଳ କହିଛନ୍ତି, ମଙ୍ଗଳବାର ପୁଣିଥରେ ଏୟାର ଇଣ୍ଡିଆ ବିମାନ ଦୋହା ଯିବ ବୋଲି ସ୍ଥିର କରାଯାଇଛି। ବିମାନରେ ଆସିବାକୁ ଥିବା ୧୮୧ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୫୦ ଜଣ ଦୋହା ବିମାନ ବନ୍ଦରରେ ପହଞ୍ଚିଯାଇଥିଲେ ବୋଲି ଜିଲ୍ଲାପାଳ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।