ବିନା ସୂଚନାରେ ବିମାନ ବାତିଲ୍, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଘରୋଇ ବିମାନ ସେବା ଦେଶରେ ଆରମ୍ଭ ହୋଇଛି। ହେଲେ ଅନେକ ବିମାନ ବାତିଲ୍ ହେବା ନେଇ ଯାତ୍ରୀଙ୍କୁ କତ୍ତୃପକ୍ଷ ପୂର୍ବ ସୂଚନା ଦେଇନଥିଲେ। ତେଣୁ ଅନେକ ଯାତ୍ରୀ ଏବେ ଦିଲ୍ଲୀ, ମୁମ୍ୱାଇ ଆଦି ବିମାନ ବନ୍ଦରରେ ଅଟକ ରହିଛନ୍ତି। ଏହାକୁ ନେଇ ବିମାନ ବନ୍ଦର କତ୍ତୃପକ୍ଷ ଓ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ୩ରେ ଯାତ୍ରୀମାନେ ଅପେକ୍ଷା କରିଥିଲେ। ହେଲେ ଅନ୍ତିମ […]

delhi air port

Subhransu Sekhar
  • Published: Monday, 25 May 2020
  • , Updated: 25 May 2020, 01:15 PM IST

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଘରୋଇ ବିମାନ ସେବା ଦେଶରେ ଆରମ୍ଭ ହୋଇଛି। ହେଲେ ଅନେକ ବିମାନ ବାତିଲ୍ ହେବା ନେଇ ଯାତ୍ରୀଙ୍କୁ କତ୍ତୃପକ୍ଷ ପୂର୍ବ ସୂଚନା ଦେଇନଥିଲେ। ତେଣୁ ଅନେକ ଯାତ୍ରୀ ଏବେ ଦିଲ୍ଲୀ, ମୁମ୍ୱାଇ ଆଦି ବିମାନ ବନ୍ଦରରେ ଅଟକ ରହିଛନ୍ତି। ଏହାକୁ ନେଇ ବିମାନ ବନ୍ଦର କତ୍ତୃପକ୍ଷ ଓ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।

ଦିଲ୍ଲୀ ବିମାନ ବନ୍ଦରର ଟର୍ମିନାଲ ୩ରେ ଯାତ୍ରୀମାନେ ଅପେକ୍ଷା କରିଥିଲେ। ହେଲେ ଅନ୍ତିମ ସମୟ ଯାଏ ବିମାନ ବନ୍ଦର କତ୍ତୃପକ୍ଷ ବିମାନ ବାତିଲର କୌଣସି ସୂଚନା ଯାତ୍ରୀଙ୍କୁ ଦେଇନଥିଲେ। ଦିଲ୍ଲୀରୁ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡ କରିବାକୁ ଥିବା ମୋଟ୍ ୮୨ଟି ବିମାନ ପରବର୍ତ୍ତୀ ସମୟରେ ବାତିଲ୍ ହୋଇଥିବା ନେଇ ସୂଚନା ମିଳିଛି।

ବିମାନ ଚଳାଚଳ ପାଇଁ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ମତ ରଖିବା ପରେ ଏଭଳି ଅନିଛାକୃତ ଅସୁବିଧା ସୃଷ୍ଟି ହୋଇଛି ବୋଲି ଦିଲ୍ଲୀ ବିମାନ ବନ୍ଦର କତ୍ତୃପକ୍ଷ କହିଛନ୍ତି। ଆଜି ଦିଲ୍ଲୀରୁ ମୋଟ୍ ୧୨୫ଟି ବିମାନ ଟେକ୍ ଅଫ୍ କରିବାକୁ ଥିବାବେଳେ ୧୧୮ଟି ବିମାନ ପହଞ୍ଚିବାର ଥିଲା।

ସେହିଭଳି ମୁମ୍ୱାଇର ଛତ୍ରପତି ଶିବାଜୀ ବିମାନ ବନ୍ଦର, ଚେନ୍ନାଇ, ଆସାମ ଆଦିକୁ ଆସିଥିବା ବିମାନ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟ ବିମାନ ଚଳାଚଳକୁ ନେଇ ରାଜି ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ରାଜି ହୋଇନଥିଲେ।

Related story