ଫ୍ଲୋରିଡାର ବିମାନବନ୍ଦର ଗୁଳିମାଡ଼: ୫ମୃତ, ୮ ଆହତ

ହୋଷ୍ଟନ୍‌: ଫ୍ଲୋରିଡାର ଫୋର୍ଟ ଲାଉଡେରଡେଲ-ହଲିଉଡ ବିମାନବନ୍ଦରରେ ଆଜି ଜଣେ ବନ୍ଧୁକଧାରୀ ଗୁଳିଚାଳନା କରିଛି। ଏହି ଘଟଣାରେ ପାଖାପାଖି ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ଆହତଙ୍କଚ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନା ମୁତାବକ ବିମାନବନ୍ଦରର ଟର୍ମିନାଲ-୨ରେ ଏହି ଗୁଳି ଚାଳନା କରାଯାଇଛି। ତେବେ ଘଟଣା ପରେ କିଛି ସମୟ ପାଇଁ ବିମାନବନ୍ଦରରେ ସବୁପ୍ରକାର ସେବାକୁ ସ୍ଥଗିତ ରଖାଯାଇଥିବା ବିମାନବନ୍ଦର ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ଏହି ସୂଚନା […]

Airport-Shooting-Florida

Rakesh Mallick
  • Published: Saturday, 07 January 2017
  • , Updated: 04 May 2017, 03:44 PM IST

ହୋଷ୍ଟନ୍‌: ଫ୍ଲୋରିଡାର ଫୋର୍ଟ ଲାଉଡେରଡେଲ-ହଲିଉଡ ବିମାନବନ୍ଦରରେ ଆଜି ଜଣେ ବନ୍ଧୁକଧାରୀ ଗୁଳିଚାଳନା କରିଛି। ଏହି ଘଟଣାରେ ପାଖାପାଖି ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଆଠ ଜଣ ଆହତ ହୋଇଛନ୍ତି। ଆହତଙ୍କଚ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ମୁତାବକ ବିମାନବନ୍ଦରର ଟର୍ମିନାଲ-୨ରେ ଏହି ଗୁଳି ଚାଳନା କରାଯାଇଛି। ତେବେ ଘଟଣା ପରେ କିଛି ସମୟ ପାଇଁ ବିମାନବନ୍ଦରରେ ସବୁପ୍ରକାର ସେବାକୁ ସ୍ଥଗିତ ରଖାଯାଇଥିବା ବିମାନବନ୍ଦର ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

Related story