ଭୁଶୁଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର : ୪ ଆହତ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବସ୍ତିରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଫ୍ଲାଏଓଭର ତଳେ ଏବେ ବି ଜଣେ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଅଞ୍ଚଳରେ ଗାଡ଼ିଚଳାଚଳ ପୂରା ବନ୍ଦ ରହିଛି। ଜାତୀୟ ରାଜପଥ ୨୮ରେ ନିର୍ମାଣାଧୀନ ଥିବା ଏହି ଫ୍ଲାଏଓଭର ହଠାତ୍‌ ଭୁଶୁଡ଼ି […]

flyover 1

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 12:39 PM IST

ଲକ୍ଷ୍ମୌ: ଉତ୍ତରପ୍ରଦେଶର ବସ୍ତିରେ ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିଛି। ଫଳରେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭୁଶୁଡ଼ି ପଡ଼ିଥିବା ଫ୍ଲାଏଓଭର ତଳେ ଏବେ ବି ଜଣେ ଫସି ରହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏହି ଅଞ୍ଚଳରେ ଗାଡ଼ିଚଳାଚଳ ପୂରା ବନ୍ଦ ରହିଛି।

ଜାତୀୟ ରାଜପଥ ୨୮ରେ ନିର୍ମାଣାଧୀନ ଥିବା ଏହି ଫ୍ଲାଏଓଭର ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହାର ୬୦ ପ୍ରତିଶତ କାମ ସରି ଯାଇଥିଲା।

ଏନ୍‌ଏଚ୍‌ଏଆଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି  ଫ୍ଲାଏଓଭର ନିର୍ମାଣ କରୁଛି। ହେଲେ ନିର୍ମାଣ କାମ ଶେଷ ହେବା ପୂର୍ବରୁ ହିଁ ଏନ୍‌ଏଚ୍‌ଏଆଇର ଅବହେଳା ସାମ୍ନାକୁ ଆସିଛି। ଏହି ଘଟଣା ପରେ ପ୍ରଶାସନର ଏକ ଟିମ୍‌ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Related story