୧୦ ମିନିଟରେ ମିଳିବ ତତ୍କାଳ ପାନ୍ ନମ୍ୱର

ନୂଆଦିଲ୍ଲୀ: ଏଣିକି ତତ୍କାଳ ପାନ୍ ନମ୍ୱର ମିଳିବ। କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗୁରୁବାର ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚଳିତ ବର୍ଷ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଅର୍ଥ […]

pan card

Subhransu Sekhar
  • Published: Thursday, 28 May 2020
  • , Updated: 28 May 2020, 08:49 PM IST

ନୂଆଦିଲ୍ଲୀ: ଏଣିକି ତତ୍କାଳ ପାନ୍ ନମ୍ୱର ମିଳିବ। କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଗୁରୁବାର ଆନୁଷ୍ଠାନିକ ଭାବେ ତତ୍କାଳ ପାନ୍ ନମ୍ବର ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ।

ଚଳିତ ବର୍ଷ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ଶ୍ରୀମତୀ ସୀତାରମଣ ତତ୍କାଳ ପାନ୍ ନମ୍ୱର ମିଳିବା ନେଇ ଘୋଷଣା କରିଥିଲେ । ଏହି ଆଧାରରେ ଇ-କେୱାଇସି ତତ୍କାଳ ପାନ୍ ସୁବିଧା ମେ’ ୨୮ରୁ ବିଧିବଦ୍ଧ ଭାବେ ଆରମ୍ଭ କରାଯାଇଛି। ଫେବୃଆରୀ ୧୨ରେ ଆୟକର ବିଭାଗ ଦ୍ଵାରା ଇ-ଫାଇଲିଂ ଜରିଆରେ ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଭାବରେ ଆରମ୍ଭ ହୋଇଥିଲା। ସେବେଠାରୁ ୬,୭୭,୬୮୦ ତତ୍କାଳ ପାନ୍ ନମ୍ବର ମାତ୍ର ୧୦ ମିନିଟ୍ ମଧ୍ୟରେ ମେ’ ୨୫ ସୁଦ୍ଧା ପ୍ରଦାନ କରାଯାଇଛି।

ଚଳିତ ମାସ ୨୫ ତାରିଖ ସୁଦ୍ଧା ମୋଟ ୫୦ କୋଟି ୫୨ ଲକ୍ଷ ଆୟକରଦାତାଙ୍କୁ ପାନ୍ ନମ୍ବର ପ୍ରଦାନ କରାଯାଇଛି । ସେଥିରୁ ପ୍ରାୟ ୪୯.୩୯ କୋଟି ସାଧାରଣ ଲୋକଙ୍କୁ ପ୍ରଦାନ କରାଯାଇଥିବା ବେଳେ ସେଥିରୁ ୩୨.୧୭ କୋଟି ଆଧାର ଭିତ୍ତିକ।

ତତ୍କାଳ ଇ-ପାନ୍ ନମ୍ୱର ପାଇଁ କେମିତି କରିବେ ଆବେଦନ?

ତତ୍କାଳ ପାନ୍ ପାଇଁ ଆବେଦନ ପ୍ରକ୍ରିୟା ଖୁବ ସରଳ କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ। ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ। ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ନମ୍ବର ପ୍ରଦାନ କରାଗଲା ପରେ ଏହି ଇ-ପାନ୍ ନମ୍ବରକୁ ଡାଉନଲୋଡ କରିପାରିବେ। ଆଧାର ସହିତ ଯଦି ଆବେଦନକାରୀଙ୍କ ଇ-ମେଲ୍ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ଏହି ଇ-ପାନ୍ ନମ୍ବର ସେଠାକୁ ପଠାଯିବ।

Related story